Advertisment

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି...

ନୂଆଦିଲ୍ଲୀ:ବଲିଉଡ୍‌ ଶହେନ୍‌ଶାହ ଅମିତାଭ ବଚ୍ଚନ ପିତାଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଶନିବାର ଥିଲଶ ଅମିତାଭଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ପୁଣ୍ୟତିଥି।  ଅମିତାଭ ଶନିବାର ରାତିରେ ଟିଟ୍ୱରରେ ପିତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କର ଏକ କବିତା ମଧ୍ୟ ଲେଖିଛନ୍ତି। ଏହା ଲେଖିବାବେଳେ ଅମିତାଭ ବେଶ ଭାବପ୍ରବଣ ହୋଇପଡ଼ିଥିଲେ। T 3414 – … a few moments ago he had breathed his last .. my Father […]

author-image
Minati Mishra
ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି...

amitav

ନୂଆଦିଲ୍ଲୀ:ବଲିଉଡ୍‌ ଶହେନ୍‌ଶାହ ଅମିତାଭ ବଚ୍ଚନ ପିତାଙ୍କ ସ୍ମୃତିରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଶନିବାର ଥିଲଶ ଅମିତାଭଙ୍କ ପିତା ତଥା ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ ପୁଣ୍ୟତିଥି।  ଅମିତାଭ ଶନିବାର ରାତିରେ ଟିଟ୍ୱରରେ ପିତାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କର ଏକ କବିତା ମଧ୍ୟ ଲେଖିଛନ୍ତି। ଏହା ଲେଖିବାବେଳେ ଅମିତାଭ ବେଶ ଭାବପ୍ରବଣ ହୋଇପଡ଼ିଥିଲେ।

Advertisment

କ୍ୟାପ୍‌ସନରେ ଲେଖିଛନ୍ତି, ଏବେ କିଛି କ୍ଷଣ ପୂର୍ବରୁ ତାଙ୍କର ସ୍ୱର୍ଗବାସ ହୋଇଥିଲା...ବାବୁଜୀ..ତାଙ୍କର ହାତ ଧରିଥିଲି ମୁଁ..ନିର୍ମଳ, କୋମଳ, ନରମ...ଏକ ପ୍ରତିଭାବାନ ଲେଖନୀ ’

Advertisment

କବି ହରିବଂଶ ରାୟ ବଚ୍ଚନଙ୍କ ମୃତ୍ୟୁ ୧୮ ଜାନୁଆରୀ ୨୦୦୩ରେ ହୋଇଥିଲା। ଏହାପରେ ଅମିତାଭ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଚେହରା’ରେ ତାଙ୍କର କିଛି ଫଟୋ ଦେଇ କ୍ୟାପ୍ସନରେ ଲେଖିଥିଲେ ‘ତଥାପି କାମ ଜାରି ରହିଛି, ବାବୁଜୀ ବି ସେଇଆ ଚାହୁଁଥିଲେ।’

କାମ ବିଷୟରେ ଆଲୋଚନା ଯଦି କରାଯାଏ, ତେବେ ଜାଣିବା, ଅମିତାଭ ବର୍ତ୍ତମାନ ୪ଟି ଫିଲ୍ମ ‘ଚେହେରେ’, ‘ବ୍ରହ୍ମାସ୍ତ୍ର’, ‘ଝୁଣ୍ଡ’ ଏବଂ ‘ଗୁଲାବୋ ସିତାବୋ’ ରେ କାମ କରୁଛନ୍ତି। ଏହାବ୍ୟତୀତ ସୋଶାଲ ମିଡିଆରେ ମଧ୍ୟ ସେ ଖୁବ୍‌ ଆକ୍ଟିଭ ଅଛନ୍ତି।

Advertisment
Advertisment