Advertisment

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍‌ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍‌ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତିଯାଉଛନ୍ତି। ସେ ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ୍‌ କରିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ସିଜନ୍‌ରୁ ତୃତୀୟ ଥର […]

ଅଦ୍ୟତନ ହୋଇଛି
କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

anupa-da

Advertisment

ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍‌ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍‌ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତିଯାଉଛନ୍ତି। ସେ ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ୍‌ କରିଛନ୍ତି।

Advertisment

ବର୍ତ୍ତମାନ ଅମିତାଭ ବଚ୍ଚନ ସିଜନ୍‌ରୁ ତୃତୀୟ ଥର ପାଇଁ ଅନୁପା ଦାସଙ୍କୁ ୭କୋଟିର ଜ୍ୟାକପଟ୍ ପ୍ରଶ୍ନ ପଚାରିବେ। ଶୋ’ର ନିର୍ମାତାଙ୍କ ଦ୍ୱାରା ଏକ ପ୍ରମୋ ରିଲିଜ୍ ହୋଇଛି। ଯେଉଁଥିରେ ଅନୁପା ୭ କୋଟି ଜିତିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେବିସିର ଦ୍ୱାଦଶ ସିଜନରେ ଏପର୍ଯ୍ୟନ୍ତ କୌଣସି ପ୍ରତିଯୋଗୀ ଜ୍ୟାକପଟ୍ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନାହାଁନ୍ତି।

ଶନିବାର ନିର୍ମାତାଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ପ୍ରୋମୋରେ ଅନୁପା ଜିତିଥିବା ଟଙ୍କାରେ ମା’ଙ୍କ କର୍କଟ ରୋଗର ଚିକିତ୍ସା କରିବେ ବୋଲି କହିଛନ୍ତି।  ସେ କହିଛନ୍ତି ଯେ, ତାଙ୍କ ମାଙ୍କର କର୍କଟ ରୋଗ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। ସେଥିପାଇଁ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ। ଏବେ ଏଥିରୁ ମିଳିଥିବା ଟଙ୍କାରେ ସେ ତାଙ୍କ ମାଆଙ୍କର ଭଲ ଚିକିତ୍ସା କରିପାରିବେ ବୋଲି କହିଛନ୍ତି।

Advertisment

publive-imageସୂଚନାଅନୁଯାୟୀ, ୬ ବର୍ଷ ପୂର୍ବେ ମଧ୍ୟ କେବିସିରେ ନରୁଲା ବ୍ରଦର୍ସ ୭କୋଟି ଟଙ୍କା ଜିତି ଇତିହାସ ସୃଷ୍ଟି କରିଥିଲେ। ନରୁଲା ବ୍ରଦର୍ସ ଏହା ମଧ୍ୟ କହିଛନ୍ତି ଯେ ସେମାନଙ୍କୁ ସେମାନଙ୍କ ମା’ର କର୍କଟ ରୋଗର ଚିକିତ୍ସା କରିବାକୁ ପଡିବ। କେବିସିର ଏହି ଦ୍ୱାଦଶ ସିଜନରେ ପ୍ରଥମେ ନାଜିଆ ନାସିମ ପ୍ରଥମେ ଏକ କୋଟି ଟଙ୍କା ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ