/odishatv-khabar/media/post_attachments/uploadimage/library/16_9/16_9_0/bharati_1625091843.jpg)
bharati
ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଗିରଫ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି।
୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍ ଓ ପ୍ରଡକ୍ସନ ହାଉସ୍ରେ ରେଡ୍ କରି ୮୬.୫ ଗ୍ରାମ୍ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି ହଲିଡେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଉଭୟ ଗଞ୍ଜେଇ ବ୍ୟବହାର କରୁଥିବା କଥା ସ୍ୱୀକାର କରିଛନ୍ତି।
କିଛି ଦିନ ତଳେ ଅନ୍ଧେରୀରୁ ଜଣେ ଡ୍ରଗ୍ସ ପେଡ୍ଲରଙ୍କୁ ଏନ୍ସିବି ଗିରଫ କରିବା ପରେ ଜେରା ସମୟରେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ଏନ୍ସିବି ଗତକାଲି ସକାଳୁ ସକାଳୁ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍ ଓ ପ୍ରଡକ୍ସନ ହାଉସ୍ରେ ରେଡ୍ କରିଥିଲା।
ସୂଚନାଥାଉ କି, କିଛି ଦିନ ତଳେ ବଲିଉଡ୍ ପ୍ରଡ୍ୟୁସର୍ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍ସିବି ଗିରଫ କରିଥିଲା। ରେଡ୍ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)