/odishatv-khabar/media/post_attachments/uploadimage/library/16_9/16_9_0/Capture-16_1622197989.jpg)
Ranveer Singh
ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼ ବଙ୍ଗଳା ପସନ୍ଦ ଥିବା ବେଳେ କାହାକୁ ଦାମୀ ବାଇକ୍ କିଣିବାକୁ ଭଲ ଲାଗେ । ଆଉ କାହାକୁ ଚାରି ଚକିଆ ଗାଡ଼ି କିଣିବାକୁ ଭଲ ଲାଗେ । ସେମାନେ ଏଭଳି ଦାମୀ ଗାଡ଼ିକୁ ସବୁବେଳେ ବ୍ୟବହାର କରୁନଥିଲେ ମଧ୍ୟ ଏହାକୁ କିଣି ନିଜ ଘରେ ରଖିବା, ସେମାନଙ୍କର ଏକ ସୌକ ବୋଲି କୁହାଯାଏ । ତେବେ ଏହି ତାଲିକାରେ ରଣବୀର ସିଂହ କିଛି କମ୍ ନୁହଁନ୍ତି । ଉଭୟ ଦୀପିକା ଏବଂ ରଣବୀର ସିଂହ ବିଳାସପୂର୍ଣ୍ଣ କାର ଚଢ଼ିବାର ସୌକ ରଖିଥାନ୍ତି । ତେଣୁ ତାଙ୍କ ପାଖରେ ଅନେକ ଗାଡ଼ି ରହିଥିଲେ ମଧ୍ୟ ସେ ଏବେ ପୁଣି ପାଖାପାଖି ସେଢ଼େ ତିନି କୋଟି ଟଙ୍କାର ଆଉ ଏକ କାର କିଣିଛନ୍ତି ।
ରଣବୀର ସିଂହ ଏକ ନୂଆ ଲମ୍ବ୍ରୋଗିନି Urus SUV କିଣିଛନ୍ତି । ତାଙ୍କର ଏହି କାର୍ପର୍ଲ କ୍ୟାପସୁଲ୍ ଏଡିସନ୍ର । ଯାହା ପ୍ରିମିୟମ୍ Urus ଠାରୁ ୨୦ ପ୍ରତିଶତ ଅଧିକ ଆକର୍ଷଣୀୟ । ରଣବୀର ସିଂହ କିଣିଥିବା Urus SUVର ମୂଲ୍ୟ ୩.୧୫ କୋଟି ଟଙ୍କା । ଗତ କିଛି ଦିନ ହେବ ଲମ୍ବ୍ରୋଗିନି ଭାରତରେ SUVରଏହି ମଡେଲ ଲଞ୍ଚିଙ୍ଗ୍ କରିଥିଲା । ଯାହାକୁ ରଣବୀର ସିଂହ କିଣିଛନ୍ତି । ତେବେ ଆସନ୍ତୁ ଏହା ବିଷୟରେ ଅଧିକ କିଛି ଜାଣିବା..
ଦୀପିକା ଏବଂ ରଣବୀରଙ୍କ ପାଖରେ ଅଛି ଏହି ସବୁ କାର
ରଣବୀର ସିଂହ ଏବଂ ତାଙ୍କ ପତ୍ନୀ ଦୀପିକାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ପୂର୍ବରୁ ରହିଛି । ତଥାପି ତାଙ୍କ ସୌକ ଯୋଗୁଁ ସେହି ବିଳାସପୂର୍ଣ୍ଣ କାର ତାଲିକାରେ ଆଉ ଏକ ନାଁ ଯୋଡ଼ି ହୋଇଯାଇଛି, ଲାମ୍ବ୍ରୋଗିନି Urus SUV । ଦୀପିକା ଏବଂ ରଣବୀରଙ୍କ ପାଖରେ ଏବେ ମର୍ସିଡିଜ୍-ବେଞ୍ଜ୍ ଜିଏଲ୍ଏସ୍, ଆଷ୍ଟନ୍ ମାର୍ଟିନ୍ ରାପିଡ୍ ଏସ୍, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ୍, ଜାଗୁଆର XJ L ଏବଂ ଅଡି Q5 ପରି ଅନେକ ବିଳାସପୂର୍ଣ୍ଣ କାର ରହିଛି ।
ଲମ୍ବ୍ରୋଗିନି Urus SUVର ଡିଜାଇନ୍: ଉରୁସ ପର୍ଲ କ୍ୟାପସୁଲ୍ ଏଡିସନ୍ ହେଉଛି ହାଇଟେକ୍ କାର ମଧ୍ୟରୁ ଅନ୍ୟତମ । ଏହା ସବୁଠାରୁ ଦ୍ରୁତଗାମୀ ଏସୟୁଭି । ରଣଭୀର ସିଂହ କିଣିଥିବା ଏସୟୁଭି ଟୁ-ଟୋନ୍ କଲର ସ୍କିମ୍ ଯୁକ୍ତ । ଲାମ୍ବ୍ରୋଗିନିର ଏହି ମଡେଲ ମାତ୍ର ତିନୋଟି ରଙ୍ଗରେ ଉପଲବ୍ଧ । ରଣବୀର ସିଂ କିଣିଥିବା SUVର ରଙ୍ଗ ହେଉଛି ଆରେନ୍ସିଓ ବୋରେଲିସ୍ । ଏହା ସହିତ ଏହାର ବଡି ସ୍କର୍ଟିଂ, ହ୍ୱିଲ କ୍ଲେଡିଂ, ବାହ୍ୟ କାଚ, ରୁଫ୍ ଏବଂ ଫେଣ୍ଡର ଏମ୍ବେଲିଶମେଣ୍ଟ ସହିତ ଗଡ଼ିର ତଳ ଭାଗ ଚକାଚକ୍ ବ୍ଲାକ୍ ଫିନିଶ୍ ।
ଲମ୍ବ୍ରୋଗିନି Urus SUVର ଇଞ୍ଜିନ୍: ଏହି ଏସୟୁଭିରେ ୪.୪ ଲିଟର ଯୁକ୍ତ ଟର୍ବୋ ଚାର୍ଜ V8 ୟୁନିଟ୍ ଇଞ୍ଜିନ ଦିଆଯାଇଛି । ଯାହାର ଶକ୍ତି ୬୪୧ bhp । ଏହାସହ ଏହାର Nm ପିକ୍ ୮୫୦ ଟର୍କ ସୃଷ୍ଟି କରୁଛି । ଅନ୍ୟପଟେ ଏହି ଏସ୍ୟୁଭିର ୮ ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ରହିଛି । ଏହାର ଟପ୍ ସ୍ପିଡ୍ ୩୦୫ କିଲୋମିଟର ପ୍ରତି ଘଣ୍ଟା ରହିଛି । ସବୁଠାରୁ ବଡ଼ କଥା ହେଲା ଏହି SUV ମାତ୍ର ୩.୬ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟାର ବେଗ ଧରିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)