/odishatv-khabar/media/media_files/2025/10/17/plus-two-2025-10-17-21-14-21.jpg)
PLUS-TWO Photograph: (OTV)
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତାବର୍ଷ ଫେବୃୟାରୀ 15 ରୁ 25 ଭିତରେ ଆରମ୍ଭ ହେବ ପରୀକ୍ଷା। ଡିସେମ୍ବର 15 ସୁଦ୍ଧା ମିଳିବ ଆଡମିଟ କାର୍ଡ। ଏଥର ଇଣ୍ଟରନାଲ ପରୀକ୍ଷା ପାଇଁ ଦୁଇଟି ସ୍ଲଟ ରହିଛି। ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର 22 ରୁ 31 ଯାଏଁ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇ ପାରିବେ ନାହିଁ, ସେମାନେ ଜାନୁୟାରୀ 10 ରୁ 15 ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ। ଜାନୁୟାରୀ 2 ରୁ 15 ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା। ନଭେମ୍ବର 29 ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି। ଏଥର ନୂଆ 89ଟି ଅପଗ୍ରେଡ ସ୍କୁଲରେ ହେବ ପରୀକ୍ଷା କେନ୍ଦ୍ର। ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରୋଭିଶିନାଲ ସାର୍ଟିଫିକେଟକୁ ଡିଜିଟାଲଇଏସନ କରିବ CHSE ।
ସେପଟେ ପରୀକ୍ଷା ତାରିଖ ଜଣାପଡିବା ପରେ କଲେଜ ମାନଙ୍କରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପରୀକ୍ଷା ହଲ, ସମେତ କରିଡ଼ରରେ ସିସିଟିଭି ଲଗାଯାଉଛି। ଫାଇନାଲ ପରୀକ୍ଷା ପୂର୍ବର ଦ୍ୱାଦଶ ପିଲାମାନଙ୍କ ପାଇଁ ନଭେମ୍ବର 10ରୁ ପ୍ରି ବୋର୍ଡ ପରୀକ୍ଷା ହେବ ବୋଲି କହିଛନ୍ତି ବିଜେବି ଜୁନିୟର କଲେଜ ଅଧ୍ୟକ୍ଷ। କାଉନ୍ସିଲ ପରୀକ୍ଷା ଭଳି ସମାନ ଢାଞ୍ଚାରେ ପରୀକ୍ଷା ହେବ। ଅକ୍ଟୋବର27 ରୁ ନଭେମ୍ବର 1 ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତାରିଖ ଘୋଷଣା ପୂର୍ବରୁ ପିଲାଙ୍କ ପାଠପଢା ସହ ସବୁ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ବିଜେବି ଯୁକ୍ତ ଦୁଇ ସେକେଣ୍ଡାରୀ କଲେଜ ଅଧ୍ୟକ୍ଷ।
ଏକ୍ସ ରେଗୁଲାର ଫର୍ମ ଫିଲଅପ ଅକ୍ଟୋବର 13 ରୁ ନଭେମ୍ବର 22 ଯାଏଁ ଚାଲିବ। ସେହିପରି ଅକ୍ଟୋବର 20 ରୁ ନଭେମ୍ବର 22 ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। 2025-26 ଶିକ୍ଷାବର୍ଷ ରେ ସମୁଦାୟ 1349ଟି ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା।
Niraj Singh Story: ଦିନେ ପେଟ୍ରୋଲ ବିକ୍ରି କରୁଥିଲେ, ଏବେ ୪୦୦ କୋଟି କମ୍ପାନୀର ମାଲିକ

Shocking cybercrime: ୪୦ ଦିନ ରଖାଯାଇଥିଲା ବନ୍ଧକ, ୫୮ କୋଟି ଟ୍ରାନ୍ସଫର୍... ସବୁଠାରୁ ବଡ଼ ଡିଜିଟାଲ୍ ଆରେଷ୍ଟ

Garvana Sankranti: ଓଡ଼ିଆମାନେ କାହିଁକି ପାଳନ୍ତି ଗର୍ଭଣା ସଂକ୍ରାନ୍ତି, ଏହିଦିନ କାହାକୁ ପୂଜା କରାଯାଏ, କାହିଁକି ହୋଇଛି ଏମିତି ନାମକରଣ

Major twist in SI recruitment scam: ଫିଟୁଛି SI ନିଯୁକ୍ତି କେଳେଙ୍କାରୀ ସିଣ୍ଡିକେଟର ମହାଗୁମର, ଦିଲ୍ଲୀରୁ ନେଟୱାର୍କକୁ ଅପରେଟ୍ କରୁଥିଲା କିଙ୍ଗପିନ ଶଙ୍କର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)