Advertisment

Tribal Vote Becomes the Deciding Factor: ନୂଆପଡ଼ାରେ ୩ ପ୍ରମୁଖ ଦଳର ଘମାସାନ ପ୍ରଚାର, ସମସ୍ତଙ୍କ ଫୋକସରେ ଆଦିବାସୀ ଭୋଟର୍

ନୂଆପଡ଼ା ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପରେ ଏବେ ପ୍ରଚାର ଉପରେ ସବୁ ଦଳର ଜୋର୍ । ତେବେ ସମସ୍ତଙ୍କ ଫୋକସରେ ଆଦିବାସୀ ଭୋଟର। ବିଶେଷ କରି ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟର ସଂଖ୍ୟାଧିକ ଥିବାରୁ ଏମାନେ କିଙ୍ଗ ମେକର ସାଜିପାରନ୍ତି ବୋଲି କୁହାଯାଉଛି।

author-image
Tapan Swain
TARGET-VOTER

TARGET-VOTER Photograph: (OTV)

ନୂଆପଡା ଭୋଟ୍ ପାଇଁ ଦିନ ଯେତିକି ପାଖଉଛି, ପ୍ରଚାର ସେତିକି ଦମ୍ ଧରୁଛି। ଏବେ ସବୁ ଦଳର ଫୋକସରେ ଆଦିବାସୀ ଭୋଟର। ନୂଆପଡା ଉପନିର୍ବାଚନର ସବୁଠୁ ବଡ ଅଂଶୀଦାର ହେଲେ ଆଦିବାସୀ। ବିଜେପି, ବିଜେଡି ଓ କଂଗ୍ରେସ ଦଳ ଆଦିବାସୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ କମର୍ କଷିଛନ୍ତି।

Advertisment

ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୨ ପ୍ରତିଶତ ହେଉଛନ୍ତି ଆଦିବାସୀ। କୋମନା ବ୍ଲକରେ ପ୍ରାୟ ୫୦ ହଜାର, ନୂଆପଡା ବ୍ଲକରେ ପ୍ରାୟ ୪୦ ହଜାର ଆଉ ନୂଆପଡା ଏବଂ ଖରିଆରରୋଡ ଏନଏସିରେ ପାଖାପାଖି ୫ ହଜାର ଆଦିବାସୀ ଅଛନ୍ତି। ଆଉ ଆଦିବାସୀ ଭୋଟର ହିଁ ସାଜିବେ ନିର୍ବାଚନ ମଣ୍ଡଳୀର କିଙ୍ଗ୍ ମେକର। ଯେଉଁଥିପାଇଁ ଆଦିବାସୀ ଭୋଟରଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ।

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ଘୋଷଣା କରି ରେସରେ ଆଗରେ ରହିବାକୁ ଉଦ୍ୟମ କରିଛି। ମାତ୍ର ଆଦିବାସୀ ସଂଘର ବାସନ୍ଦ ଦଳ ପାଇଁ ବୁମେରାଂ ହୋଇପାରେ। ବିଜେପି କିନ୍ତୁ ବିକାଶକୁ ଆଧାର କରି ଆଦିବାସୀ ଭୋଟରଙ୍କ ପାଖକୁ ଯାଉଛି। ଅନ୍ୟପଟେ ବିଜେଡି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ଉପରୁ ନିଲମ୍ବନ ଉଠାଇ ଆଦିବାସୀମାନଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛି ।ଏଥିସହ ଏସସି ବର୍ଗର ମହିଳାଙ୍କୁ ପ୍ରାର୍ଥିନୀ କରି ନିର୍ବାଚନମଣ୍ଡଳୀର ୧୫ ପ୍ରତିଶତ ଏସସି ଭୋଟରଙ୍କ ଉପରେ ମଧ୍ୟ ନଜର ରଖିଛି।... 

Advertisment

କେବଳ ଆଦିବାସୀ ନୁହଁନ୍ତି ଏଥର ବାଇ ଇଲେକସନରେ ନିର୍ବାଚନମଣ୍ଡଳୀର ଯୁବ ଭୋଟର ବି ମୁଖ୍ୟ ଭୂମିକା ନେବେ। ତିନି ଦଳର ନଜର ଯୁବ ଓ ନୂଆ ଭୋଟରଙ୍କ ଉପରେ। ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ ହଜାର ୭୨ ଜଣ ନୂଆ ଭୋଟର।

ଯୁବ ବର୍ଗ ପାଇଁ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା। ବିଶେଷ କରି ବୈଷୟିକ ଶିକ୍ଷା ପାଇଁ କୌଣସି ଶିକ୍ଷାନୁଷ୍ଠାନ ନାହିଁ। ଉଚ୍ଚ ଶିକ୍ଷା ପାଇଁ ନିର୍ବାଚନ ମଣ୍ଡଳୀର ଯୁବକ ଯୁବତୀ ବାହାର ଜିଲ୍ଲା ଉପରେ ନିର୍ଭର କରିଥାନ୍ତି। ତେଣୁ ମୁଦ୍ଦାକୁ ଦେଖି ଉପନିର୍ବାଚନରେ ମତଦାନ କରିବେ ବୋଲି କହିଛନ୍ତି ଯୁବ ଭୋଟର।...

Advertisment
Related Articles
Advertisment