/odishatv-khabar/media/post_attachments/uploadimage/library/16_9/16_9_0/railway_1625255703.jpg)
East Coast Railway(ECoR) Recruitment 2020
ନୂଆଦିଲ୍ଲୀ: ଇଷ୍ଟ କୋଷ୍ଟ ରେଲୱେ (ECoR) କେତେଗୁଡ଼ିଏ ଚୁକ୍ତିଭିତ୍ତିକ Lab Assistant Grade II, ରେଡିଓ ଗ୍ରାଫର ଏବଂ ଅନ୍ୟ କେତେକ ପଦ ପଦବୀ ପୂରଣ କରିବାକୁ ଯାଉଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସିଧାସଳଖ ସାକ୍ଷାତକାରକୁ ଆସିବା ପାଇଁ ଆହ୍ୱାନ କରିଛି ଇଷ୍ଟକୋଷ୍ଟ ।
କୋଭିଡ-୧୯ ପାଣ୍ଡାମିକ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସେଣ୍ଟ୍ରାଲ ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବା ପାଇଁ ସ୍ପଷ୍ଟ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟରେ ସମସ୍ତ କାଗଜପତ୍ର ସହ ପହଞ୍ଚିବାକୁ ଅନୁରୋଧ କରାଯାଇଛି।
ପଦବୀ ଗୁଡିକ ହେଲା-
୧-ଲାବ୍ ଆସିଷ୍ଟାଣ୍ଟ ଗ୍ରେଡ-II(Lab Assistant Grade II)-୧
୨-ରେଡିଓଗ୍ରାଫର-୧
୩-ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ-୫
୪-OT ଆସିଷ୍ଟାଣ୍ଟ/ଡ୍ରେସର-୨
ଇଣ୍ଟରଭ୍ୟୁ ତାରିଖ଼-ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୬
ସ୍ଥାନ-ଭୁବନେଶ୍ୱର
ତେବେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏସବୁ ପଦବୀଗୁଡ଼ିକ ଅସ୍ଥାୟୀ । ଚାକିରୀ ସମୟ ୩୦-୧୨-୨୦୨୦ । ତେବେ କୋଭିଡ-୧୯ ସ୍ଥିତିକୁ ଦେଖି ଚାକିରୀ ସମୟସୀମା ବୃଦ୍ଧି କରାଯାଇପାରେ।
ଦରମା- ଚୁକ୍ତିଭିତ୍ତିକ ପାରାମେଡିକାଲ କର୍ମଚାରୀଙ୍କୁ ମାସିକ ଫୁଲ୍ ଟାଇମ ଦରମା ମିଳିବ
ପ୍ରାର୍ଥୀମାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ୯ଟା ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଯଦି ଅଧିକ ସଂଖ୍ୟକ ପ୍ରାର୍ଥୀ ଆସିଥାନ୍ତି ତେବେ ସାକ୍ଷାତକାର ତାରିଖ ବୃଦ୍ଧି କରାଯାଇ ପାରେ। ତେବେ ସାକ୍ଷାତକାର ଦେବାକୁ ଆସୁଥିବା ପ୍ରାର୍ଥୀଙ୍କୁ କୌଣସି TA/DA ମିଳିବ ନାହିଁ।
ଆବ୍ୟଶକ ପ୍ରମାଣପତ୍ର-ସାକ୍ଷାତକାର ସମୟରେ ପ୍ରାର୍ଥୀମାନେ ସେମାନଙ୍କର ଅରିଜିନାଲ ସାର୍ଟିଫିକେଟ ଯାଞ୍ଚ ପାଇଁ ଆଣିବେ । ଏଥିସହିତ ଆବଶ୍ୟକ ଫର୍ମକୁ ଠିକ୍ ଭାବେ ପୂରଣ କରିଥିବା ଆବଶ୍ୟକ।
ପ୍ରାର୍ଥୀଙ୍କୁ ଏହିସବୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ-
୧-ଦୁଇଟି ପାସପୋର୍ଟ ସାଇଜ ଫଟୋ
୨-ଶିକ୍ଷାଗତ ପ୍ରମାଣପତ୍ର ( ଟେକ୍ନିକାଲ ଓ ପ୍ରଫେସନାଲ )
୩-ଜନ୍ମ ପ୍ରମାଣପତ୍ର
୪-ଯଦି କେଉଁଠି କାମ କରୁଥାନ୍ତି ତେବେ ଏକ୍ସେପରିଏନ୍ସ ସାର୍ଟିଫିକେଟ ଏବଂ ନୋ ଅବଜେକ୍ସନ ସାର୍ଟିଫିକେଟ
ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ: ECoR Recruitment
ଅଧିକ ନିଯୁକ୍ତି ଖବର ଜାଣିବାପାଇଁ ଆମ ସହିତ ଯୋଡି ହୁଅନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)