/odishatv-khabar/media/post_attachments/uploadimage/library/16_9/16_9_0/teachers_1626332259.jpg)
teachers
ଭୁବନେଶ୍ୱର: ଗ୍ରୁପ୍-ବିରେ ସାଇନ୍ସ ଷ୍ଟ୍ରିମ୍ ଅଧୀନରେ ସ୍ନାତକୋତ୍ତର ପଦବୀରେ ନିଯୁକ୍ତି ପାଇଁ ଓଡିଶା ଜନସେବା ଆୟୋଗ (ଓପିଏସସି) ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ଆଦିବାସୀ ଏବଂ ଜନଜାତି ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ OPSC ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ 139 ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକଙ୍କ ପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି।
ORSP ନିୟମ, 2017 ଅନୁଯାୟୀ ସେଲ -1ର ସ୍ତର -10 ରେ ୪୪,୯୦୦ ଟଙ୍କା ଦରମା ସହିତ ଅନ୍ୟାନ୍ୟ ଭତ୍ତା ଓଡିଶା ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇପାରେ। ପୋଷ୍ଟଗୁଡିକ ଅସ୍ଥାୟୀ କିନ୍ତୁ ସମୟାନୁକ୍ରମେ ସ୍ଥାୟୀ ହେବାର ସମ୍ଭାବନା ଅଛି।
ସମୁଦାୟ ୧୩୯ଟି ଖାଲି ପଦବୀ ମଧ୍ୟରୁ ୭ଟି ପଦବୀ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ। (୪୦% ବା ଅଧିକ ଭିନ୍ନକ୍ଷମ ଥିବେ)
ବୟସ: ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ୨୧ ବର୍ଷ ବୟସର ହୋଇଥିବେ ଏବଂ ଜାନୁୟାରୀ ୧, ୨୦୨୧ ସୁଦ୍ଧା ୩୨ ବର୍ଷରୁ ଅଧିକ ହେଇନଥିବେ ।
ଆବଶ୍ୟକ ଯୋଗ୍ୟତା:-
ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟ ଉପରେ ମାଷ୍ଟର ଡିଗ୍ରୀ ଥିବା ଆବଶ୍ୟକ; ପ୍ରାର୍ଥୀଙ୍କ ଦୁଇ ବର୍ଷର ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ୍ M.Sc.ଡ଼ିଗ୍ରୀ ଥିବା ସହ ଆଞ୍ଚଳିକ କଲେଜ ଅଫ୍ ଏଜୁକେସନ୍ NCERT ରୁ ସର୍ବନିମ୍ନ 50% ମାର୍କ ରଖି ସଂପୃକ୍ତ ବିଷୟ ଉପରେ ଡ଼ିଗ୍ରୀ ଆବଶ୍ୟକ। ପ୍ରାର୍ଥୀ B.Ed.କରିଥିବେ ବା ନ୍ୟାସନାଲ କାଉନସିଲ୍ ଫର ଏଜୁକେସନ ଦ୍ୱାରା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବେ।
ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କଲେଜ କିମ୍ବା ଅନୁଷ୍ଠାନରୁ କମ୍ପ୍ୟୁଟର ପ୍ରୟୋଗରେ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ କରିଥିବେ।
ପରୀକ୍ଷା ଫି :-
ଜଣେ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି ଦେବାକୁ ପଡିବ। ଓଡିଶାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଏବଂ ଭିନ୍ନକ୍ଷମ ବ୍ୟକ୍ତି (ଯିଏ ସ୍ଥାୟୀ ୪୦% ଏବଂ ଅଧିକ ଭିନ୍ନକ୍ଷମ ) ଏହି ଫି ଦେବେ ନାହିଁ।
ଆହୁରି ପଢନ୍ତୁ : ଅନ୍ଧ ଶିକ୍ଷୟିତ୍ରୀଙ୍କ ଚାକିରି ପ୍ରଥମେ ନେଇଗଲେ, ପରେ ଚାକିରି ଫେରାଇଲେ ସରକାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)