/odishatv-khabar/media/post_attachments/uploadimage/library/16_9/16_9_0/high-court-1_1626167697.jpg)
high court
ପଦବୀର ନାଁ- ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)
ପଦବୀ ସଂଖ୍ୟା-୨୦୨
ଆବେଦନ ତାରିଖ-୨୦୨୧, ଫେବ୍ରୁଆରୀ ୧୮ ତାରିଖ
ଆବେଦନର ଶେଷ ତାରିଖ-୨୦୨୧, ମାର୍ଚ୍ଚ ୨୦ ତାରିଖ
କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ଗ୍ରୁପ୍-ବି କ୍ୟାଟେଗୋରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅନ୍ ଲାଇନ୍ରେ ଆବେଦନ କରିପାରିବେ ବୋଲି ଫେବ୍ରୁଆରୀ ୧୭ ତାରିଖ ଜାରି ଏକ ନୋଟସ୍ରେ ସୂଚନା ଦିଆଯାଇଛି।
ନୋଟିସ୍ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରେଜିଷ୍ଟ୍ରେଶନ ଏବଂ ଆବେଦନ କରିବାର ପ୍ରକ୍ରିୟା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇଗଲାଣି। ତେବେ ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୨୦ ରାତି ୧୧.୧୫ ସୁଦ୍ଧା ଆବେଦନ କରି ପାରିବେ।
କେତେ ପାଇବେ ଦରମା
ଏହି ପଦବୀ ପାଇଁ ପେ’ ସ୍କେଲ ୩୫, ୪୦୦ରୁ ୧, ୧୨,୪୦୦ ଟଙ୍କା ରହିଛି। ଏଥିସହିତ ଓଡ଼ିଶା ସରକାରଙ୍କ ସମୟାନୁସାରେ ଦିଆଯାଉଥିବା ଡିଏ ଏବଂ ଅନ୍ୟ ଆଲାଉନ୍ସ ମଧ୍ୟ ରହିଛି। ନିଯୁକ୍ତି ‘ଓଡ଼ିଶା ହାଇକୋର୍ଟ ରୁଲ୍ସ ୨୦୧୯’ ଅନୁସାରେ ହେବ। ଖାଲି ପଡ଼ିଥିବା ସମୁଦାୟ ୨୦୨ ପଦବୀ ମଧ୍ୟରୁ ୧୦୫ଟି ପଦ ସାଧାରଣ ପ୍ରାର୍ଥୀଙ୍କ ପାଇଁ ଥିବାବେଳେ ଅନ୍ୟଗୁଡ଼ିକ ଖେଳ, ଏକ୍ସ ସର୍ଭିସମ୍ୟାନ, ଶାରୀରିକ ଅକ୍ଷମ ପାଇଁ ସଂରକ୍ଷିତ ରହିଛି।
ବୟସସୀମା କେତେ
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୨୦୨୧ ଅଗଷ୍ଟ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇ ନ ଥିବ ଏବଂ ୩୨ ବର୍ଷରୁ ଅଧିକ ହୋଇ ନ ଥିବା। ତେବେ ଏସସି/ଏସ୍ଟି, ସିଇବିସି( Socially and Educationally Backward Classes) ଏବଂ ମହିଳାଙ୍କ କ୍ଷେତ୍ରରେ ୫ ବର୍ଷ କୋହଳ କରାଯିବ।
ସେହିପରି ଏସସି/ଏସ୍ଟି, ସିଇବିସି ପ୍ରାର୍ଥୀ ଯଦି ଶାରୀରିକ ଭିନ୍ନକ୍ଷମ ହୋଇଥାନ୍ତି ତେବେ ସେମାନଙ୍କ ପାଇଁ ବୟସସୀମା ୧୫ ବର୍ଷ କୋହଳ କରାଯିବ। ଏକ୍ସସର୍ଭିସମ୍ୟାନ ପ୍ରାର୍ଥୀଙ୍କ ବୟସ ସୀମା ସରକାରୀ ନିୟମ ଅନୁସାରେ କୋହଳ କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।
କ’ଣ ଥିବ ଶିକ୍ଷାଗତ ଯୋଗ୍ୟତା ?
ପ୍ରାର୍ଥୀ ନିଶ୍ଚିତ ଭାବେ ଯେ କୌଣସି କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ। ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ନିଶ୍ଚିତ ଭାବେ ଥିବ।
ଆବେଦନ କରିବା ପାଇଁ ପ୍ରାର୍ଥୀ ଡେବିଟ/କ୍ରେଡିଟ୍/ନେଟ ବ୍ୟାଙ୍କିଂ ମାଧ୍ୟମରେ ୫୦୦ ଟଙ୍କା ଡିପୋଜିଟ କରିବେ(ଫେରସ୍ତ ନୁହେଁ)। ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ତଥା ଶାରୀରିକ ଭିନ୍ନକ୍ଷମଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।
ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ଓଡ଼ିଶା ହାଇକୋର୍ଟଙ୍କ ୱେବସାଇଟ୍ରୁ ପାଇ ପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)