/odishatv-khabar/media/post_attachments/uploadimage/library/16_9/16_9_0/cmat_1626333132.jpg)
cmat
ନୂଆଦିଲ୍ଲୀ: ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପ୍ରକାଶ କରିଛି କମନ୍ ମ୍ୟାନେଜମେଣ୍ଟ୍ ଆଡମିସନ୍ ଟେଷ୍ଟ୍ (CMAT) ୨୦୨୧ ପ୍ରୋଭିଜନାଲ୍ ଆନ୍ସର୍ କୀ ଓ ପ୍ରଶ୍ନପତ୍ର। ଏହା ସଂସ୍ଥାର ନିଜ ଅଫିସିଆଲ୍ ୱେବସାଇଟରେ ରେକର୍ଡ କରାଯାଇଛି। ଯେଉଁ ପ୍ରାର୍ଥୀ CNAT-୨୦୨୧ ପରୀକ୍ଷା ଦେଇଥିବେ ସେମାନେ ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ https://cmat.nta.nic.in/. କୁ ଯାଇ ଚେକ୍ କରିପାରିବେ। CMAT ୨୦୨୧ କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ୍(CBT) ମାର୍ଚ୍ଚ ୩୧, ୨୦୨୧ ରେ ଦେଶ ସାରା ଅନୁଷ୍ଠିତ ହେବ।
ପରୀକ୍ଷା ଦେଇଥିବା ପ୍ରାର୍ଥୀ ଯଦି ଅପଲୋଡ୍ ହୋଇଥିବା ଆନ୍ସର୍ କୀରେ ସନ୍ତୁଷ୍ଟ ନ ଥିବେ ତେବେ ସେମାନେ ଗୋଟିଏ ପ୍ରଶ୍ନ ପ୍ରତି ୧୦୦୦ ଟଙ୍କା ପୈଠକରି ଅପିଲ୍ କରିପାରିବେ। ତେବେ ଅପିଲ୍ ସୀମା ଏପ୍ରିଲ୍ ୦୩, ୨୦୨୧ ଠାରୁ ଏପ୍ରିଲ୍ ୦୫, ୨୦୨୧ ପର୍ଯ୍ୟନ୍ତ ରହିଛି। ଏହି ପେମେଣ୍ଟ୍ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ନେଟ୍ ବ୍ୟାକିଂ/ ପେଟିମ୍ ଦ୍ୱାରା ହୋଇପାରିବ।
ପ୍ରାର୍ଥୀଙ୍କ ଅପିଲ୍କୁ ବିଷୟ ଦକ୍ଷଙ୍କ ଦ୍ୱାରା ତଦାରଖ କରାଯିବ। ଯଦି ଏହା ଠିକ୍ ହୋଇଥାଏ ତେବେ ସଂଶୋଧନ କରାଯିବ। ଚୂଡାନ୍ତ ସଂଶୋଧନ ଆନ୍ସର୍ କୀ ଅନୁସାରେ ରେଜଲ୍ଟ ପ୍ରସ୍ତୁତି ହେବା ସହିତ ଘୋଷଣା ମଧ୍ୟ କରାଯିବ। ଚୂଡାନ୍ତ ଆନ୍ସର୍ କୀ ପରେ ଆଉ କୌଣସି ପ୍ରାର୍ଥୀ ପ୍ରତିବାଦ କରିପାରିବେ ନାହିଁ। ଯଦି କେହି ଏ ବିଷୟରେ ଜାଣିବାକୁ ଚାହିଁବେ। ତେବେ 011-4075900 ବା cmat@nta,ac.inରେ ଯୋଗାଯୋଗ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)