Advertisment

୯ ପ୍ରତିଶତ କମିଲା ମାଟ୍ରିକ୍ ପାଶ୍ ହାର

ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୪ ଲକ୍ଷ ୩୮ ହଜାର ୩୪୮ ଜଣ। ତେବେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ […]

author-image
Otv Khabar Bureau
୯ ପ୍ରତିଶତ କମିଲା ମାଟ୍ରିକ୍ ପାଶ୍ ହାର

matric

ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୪ ଲକ୍ଷ ୩୮ ହଜାର ୩୪୮ ଜଣ। ତେବେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅ ଭଲ କରିଛନ୍ତି।  ତେବେ ଉଦ୍‌ବେଗର କଥା ହେଉଛି ଏଥର ୩୬ଟି ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

Advertisment

ଗତବର୍ଷ ୨୨ଟି ସ୍କୁଲରେ ରେଜଲ୍ଟ ନିଲ୍ ଥିବା ବେଳେ ଏବର୍ଷ ଏଇ ସଂଖ୍ୟା ୩୬ ଛୁଇଁବା ବୋର୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ କଟକ ବୋର୍ଡ ଅଫିସ୍‌ରେ ଫଳ ଘୋଷଣା ବେଳେ ବିଭାଗୀୟ ମନ୍ତ୍ରୀ, ଅନ୍ୟ ସ୍କୁଲ ସେଣ୍ଟରରେ ପରୀକ୍ଷା ହେବା, କପି ରୋକିବାକୁ ୫ ଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା ଭଳି ସଂସ୍କାର ମୂଳକ ପଦକ୍ଷେପ ଯୋଗୁଁ ରେଜଲ୍ଟ ପ୍ରଭାବିତ ହୋଇଥିବା କହିଛନ୍ତି ଗଣଶିକ୍ଷା ସଚିବ। ଖରାପ ପ୍ରଦର୍ଶନ କରିଥିବା ସ୍କୁଲ ଗୁଡ଼ିକ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି।

ପରୀକ୍ଷା ବେଳେ ବାରମ୍ବାର ବିଭିନ୍ନ ପ୍ରଶ୍ନପତ୍ର ଭାଇରାଲ୍ ଓ ଖାତା ଦେଖା ସମୟରେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ପରୀକ୍ଷା ଫଳକୁ ପ୍ରଭାବିତ କରିଥିବା କୁହାଯାଉଛି। ଗତବର୍ଷ ତୁଳନାରେ ଏଥର ମେଧା ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଚଳିତ ବର୍ଷ A1 ଗ୍ରେଡ୍‌ରେ ୧ ହଜାର ୭୧୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗତ ବର୍ଷ ଏହି ସଂଖ୍ୟା ଥିଲା ୨ ହଜାର ୪୧୭। ପାସ୍ ହାରରେ ଏଥର ବାଲେଶ୍ୱର ଜିଲ୍ଲା ୮୮ ଦଶମିକ ୧୫ ପ୍ରତିଶତ ସହ ସବୁଠୁ ଆଗରେ ଥିଲା ବେଳେ ୫୯ ଦଶମିକ ୩୨ ପ୍ରତିଶତ ପାସ୍  ହାର ସହ ମାଲକାନଗିରି ସବୁଠୁ ପଛୁଆ ରହିଛି।

Advertisment

ପାସ୍ କରିଥିବା ଛାତ୍ରଛାତ୍ରୀ ଆସନ୍ତା ୨୨ ତାରିଖରୁ ନିଜ ସ୍କୁଲରୁ ସାର୍ଟିଫିକେଟ୍ ଓ ମାର୍କସିଟ୍  ସଂଗ୍ରହ କରି ପାରିବେ। ଅନ୍ୟପଟେ ଯେଉଁମାନଙ୍କ ଫଳ ସନ୍ତୋଷଜନକ ହୋଇନାହିଁ ସେମାନେ ଆସନ୍ତା ୨୫ ତାରିଖ ଭିତରେ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

ଆସନ୍ତା ଜୁନ୍ ୨୨ ତାରିଖରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ଏବଂ ଏଥିପାଇଁ ଆସନ୍ତା ୨୫ ତାରିଖରୁ ୩୧ ତାରିଖ ଯାଏଁ ଫର୍ମ ପୂରଣ କରାଯିବ ବୋଲି ସୂଚନା ଦିଆଯାଇଛି।

Cuttack Board Of Secondary Education BSE Matric Results 2018
Advertisment
Advertisment