Advertisment

ପ୍ରକାଶ ପାଇଲା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନିଯୁକ୍ତି: ଏଇ ପଦବୀ ପାଇଁ ଆବେଦନ କରନ୍ତୁ

ଭୁବନେଶ୍ୱର: କେନ୍ଦ୍ରୀୟ  ବିଦ୍ୟାଳୟ ଏହାର  No.2 ନମ୍ବର ଉପଲ  (SOI) ହାଇଦ୍ରାବାଦ ପ୍ରତିଷ୍ଠାନରେ ଖାଲି ଥିବା  ପଦ ପଦବୀ  ଘୋଷଣା କରିଛି। ଆବେଦନ କରିବା ପାଇଁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ 6, 2021 କିମ୍ବା ପୂର୍ବରୁ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି  “ଏହି  ବିଦ୍ୟାଳୟ ରେ ଚୁକ୍ତିଭିତ୍ତିକ ଶିକ୍ଷକ / କର୍ମଚାରୀଙ୍କ ଅସ୍ଥାୟୀ ପଦବୀ ଗୁଡିକ ପାଇଁ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି। […]

author-image
Chandan Shishu
ପ୍ରକାଶ ପାଇଲା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନିଯୁକ୍ତି: ଏଇ ପଦବୀ ପାଇଁ ଆବେଦନ କରନ୍ତୁ

appointment

ଭୁବନେଶ୍ୱର: କେନ୍ଦ୍ରୀୟ  ବିଦ୍ୟାଳୟ ଏହାର  No.2 ନମ୍ବର ଉପଲ  (SOI) ହାଇଦ୍ରାବାଦ ପ୍ରତିଷ୍ଠାନରେ ଖାଲି ଥିବା  ପଦ ପଦବୀ  ଘୋଷଣା କରିଛି। ଆବେଦନ କରିବା ପାଇଁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ 6, 2021 କିମ୍ବା ପୂର୍ବରୁ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି  “ଏହି  ବିଦ୍ୟାଳୟ ରେ ଚୁକ୍ତିଭିତ୍ତିକ ଶିକ୍ଷକ / କର୍ମଚାରୀଙ୍କ ଅସ୍ଥାୟୀ ପଦବୀ ଗୁଡିକ ପାଇଁ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି। ଏହି ପୋଷ୍ଟଟି ସ୍ଥାୟୀ ନୁହେଁ କେବଳ ଏପ୍ରିଲ୍ 2021ରୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏକ ବର୍ଷର ସର୍ବାଧିକ ଅବଧି ପାଇଁ ଅଟେ। ଏଥିରେ କନସୋଲିଡ଼ଟେଡ୍‌ ଦରମା ଦିଆଯିବ।

Advertisment

ଏଥିରେ ସ୍ପଷ୍ଟ ଭାବେ  କୁହାଯାଇଛି ଯେ ଏହି ପୋଷ୍ଟଟି କେବଳ ଏପ୍ରିଲ୍ 2021ରୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏକ ବର୍ଷର ସର୍ବାଧିକ ଅବଧି ପାଇଁ ଅର୍ଥାତ ସ୍ଥାୟୀ ପଦଧାରୀ ଆସିବା ପର୍ଯ୍ୟନ୍ତ  ରହିଛି। ଆବଶ୍ୟକତା ଅନୁସାରେ ଏହା ପ୍ରଯୁଜ୍ୟ ଅଟେ।

ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ସାକ୍ଷାତକାର / ସ୍କ୍ରିନିଂ ପରୀକ୍ଷାରେ ଯୋଗଦେବା ପାଇଁ କୌଣସି  TA / DA ଦିଆଯିବ ନାହିଁ | ବିଦ୍ୟାଲୟର  ୱେବସାଇଟ୍ (https://no2uppal.kvs.ac.in) ରେ ଦିଆଯାଇଥିବା “ଅନଲାଇନ  ଆବେଦନ ଫର୍ମ / ଗୁଗୁଲ୍ ଫର୍ମ” ପୂରଣ କରିବାକୁ ଏବଂ 06.03.2021, (ଶନିବାର ସନ୍ଧ୍ୟା ୬ଟା ପୂର୍ବରୁ କିମ୍ବା ଅନଲାଇନ  ଆବେଦନ ଫର୍ମ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। )

Advertisment

କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି 2021: କିଛି  ଗୁରୁତ୍ୱପୂର୍ଣ୍ଣ କଥା 

  • ଅନଲାଇନ୍ ଆବେଦନ କରିଥିବା ଆବେଦନକାରୀମାନେ କେବଳ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାକ୍ଷାତକାର / ସ୍କ୍ରିନିଂ ପରୀକ୍ଷାରେ ଯୋଗଦେବାକୁ ଯୋଗ୍ୟ ଅଟନ୍ତି। ଶିକ୍ଷାଗତ ଯୋଗ୍ୟତାର ଅରିଜିନାଲ  ସାର୍ଟିଫିକେଟ୍ / ଡକ୍ୟୁମେଣ୍ଟ୍, ସାମ୍ପ୍ରତିକ ଫଟୋଗ୍ରାଫ୍ ସହିତ ଭରାଯାଇଥିବା ଅନଲାଇନ୍ ଆବେଦନ ଫର୍ମ ତଥା ଏଇ ସବୁ ଡକ୍ୟୁମେଣ୍ଟର ଗୋଟିଏ ସେଟ ସେଲ୍ଫ ଆଟେଷ୍ଟେଡ ଜେରକ୍ସ  କପିର ଆବଶ୍ୟକତା ରହିଛି।
  • ଅଫଲାଇନରେ  କୌଣସି ଆବେଦନକୁ ଗ୍ରହଣ କରାଯିବ ନାହିଁ। ଯଦି କୌଣସି  ପ୍ରାର୍ଥୀ ମିଥ୍ୟା ତଥ୍ୟ/ସାର୍ଟିଫିକେଟ୍ ଦାଖଲ କରିଥିବେ। ତେବେ ସେ ସାକ୍ଷାତକାର / ସ୍କ୍ରିନିଂ ପରୀକ୍ଷାରେ ଯୋଗଦେବାକୁ ଅଯୋଗ୍ୟ ବିବେଚିତ ହେବେ ଏବଂ ଏଥିପାଇଁ ତାଙ୍କୁ କୌଣସି ସୂଚନା ମଧ୍ୟ ଦିଆଯିବନାହିଁ।
  • ଯଦି କୌଣସି ପଦବୀ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା 25 ରୁ ଅଧିକ ହୁଏ ତେବେ, ସାକ୍ଷାତକାର ପାଇଁ ଶ୍ରେଷ୍ଠ 20 ଜଣ ପ୍ରାର୍ଥୀ ଚୟନ କରିବାକୁ 25 ମାର୍କର  ଲିଖିତ ପରୀକ୍ଷା କରାଯିବ। ସାକ୍ଷାତକାର / ନିଯୁକ୍ତି KVS ନର୍ମସ୍ ଅନୁଯାୟୀ କରାଯିବ।
Advertisment
Advertisment