Advertisment

Suspicious Death: ୪ ମହଲା କୋଠାରୁ ଖସି ମହିଳା ମୃତ; ହତ୍ୟା ନା ଆତ୍ମହତ୍ୟା!

୪ ମହଲା କୋଠାରୁ ଖସି ମହିଳା ମୃତ। ମୃତ ମହିଳାଙ୍କ ମିଳିନି ପରିଚୟ। କେମିତି ଏଠାକୁ ଆସିଲେ ଅସ୍ପଷ୍ଟ। ଆତ୍ମହତ୍ୟା, ଦୁର୍ଘଟଣା ନା ଆଉ କଣ କାରଣ? ମହିଳା କୋଠାରେ ଭଡ଼ାରେ ରହୁନଥିଲେ।

author-image
Chinmayee Sahoo
Paradip

Paradip Photograph: (OTV)

୪ ମହଲା ଛାତରୁ ଖସି ମହିଳା ମୃତ। ପାରାଦୀପ ତାରିଣୀଗଡାରେ ଘଟିଛି ଏ ଅଘଟଣ। ତେବେ ମହିଳା ଜଣକ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଦୁର୍ଘଟଣା, ଆତ୍ମହତ୍ୟା ନା ମୃତ୍ୟୁ ପଛରେ ରହିଛି ଆଉ କଣ କାରଣ ଅସ୍ପଷ୍ଟ ରହିଛି। ହତ୍ୟା ସନ୍ଦେହ ମଧ୍ୟ କରାଯାଉଛି। ମହିଳାଙ୍କ ମିଳିନି ପରିଚୟ। ମହିଳାଙ୍କ ଶରୀରରେ ପୋଷାକ ନାହିଁ। 

Advertisment

ତଳମୁହାଁ ହୋଇଛି ପଡ଼ିଛି ମୃତଦେହ। ବିଲଡିଂ ଅଧାରେ ଏକ ପାଇପରେ ମହିଳାଙ୍କ ପୋଷାକ ଲାଖି ରହିଛି। ମହିଳା ଜଣକ କିଏ, କଣ ପ୍ରକୃତ ଘଟଣା ଅସ୍ପଷ୍ଟ ରହିଛି। ଉପର ମହଲାରେ କିଛି ଯୁବକ ଭଡ଼ାରେ ରହୁଛନ୍ତି। ତେବେ ମୃତ୍ୟୁ ହୋଇଥିବା ମହିଳା ଏହି କୋଠାରେ ରହୁନଥିବା କହିଛନ୍ତି ଘରର ମାଲିକ।

Paradip Suspicious Death
Advertisment
Related Articles
Advertisment