/odishatv-khabar/media/media_files/2026/02/03/attack-2026-02-03-15-14-20.jpg)
ATTACK Photograph: (OTV)
ଗଜପତି ଜିଲ୍ଲା ମୋହନାରେ ବିଜେପି ନେତାଙ୍କ ଘରେ ଆକ୍ରମଣ। ୧୦ ଜଣଙ୍କୁ ଉଠାଇ ନେଇ ଥାନାରେ ପଚରାଉଚରା କରୁଛି ପୋଲିସ୍। ମୋହନା ଥାନା ଚାନ୍ଦିପୁଟ୍ ଗାଁର ବିଜେପି ନେତା ଶିବରାମ ସୁଆରଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
Advertisment
ଗତକାଲି ସନ୍ଧ୍ୟାରେ ଖାରିଢେପ ଗାଁର କିଛି ଯୁବକ ଓ ଚାନ୍ଦିପୁଟ୍ ଗାଁର କିଛି ଯୁବକଙ୍କ ମଧ୍ୟରେ ବିବାଦ ହୋଇଥିଲା l ଏହାପରେ ଶିବରାମଙ୍କ ଘରେ ୧୦୦ରୁ ଅଧିକ ଯୁବକ ସଙ୍ଘବଦ୍ଧ ଭାବେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଗାଁରେ ବ୍ୟାପକ ପୋଲିସ ମୁତୟନ
ଆକ୍ରମଣ ବେଳେ ଶିବରାମ ଘରେ ନଥିବା ସୂଚନା ମିଳିଛି। ଏନେଇ ଅଭିଯୋଗ ପରେ ଏସପି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)