/odishatv-khabar/media/media_files/2026/02/12/kinner-murder-case-2026-02-12-12-28-47.jpg)
KINNER Murder Case Photograph: (OTV)
କୁଆଡ଼େ ଗଲେ କିନ୍ନର ହତ୍ୟା ମାମଲାର ଅନ୍ୟ ଅଭିଯୁକ୍ତ ? ଗତକାଲି ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ଗୁରୁତର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ମାମଲାରେ ଆହୁରି ଦୁଇରୁ ଅଧିକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି।
ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗତକାଲି ରାତିରେ ଏନକାଉଣ୍ଟର କରିଥିଲା ପିପିଲି ପୋଲିସ। ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡିର ଘର ପୁରୀ ଜିଲ୍ଲା ଗଡରୁପାସରେ। ଅଭିଯୁକ୍ତକୁ ଧରିବାକୁ ପୋଲିସ ଯାଇଥିବାବେଳେ ଖସି ଯିବାକୁ ଉଦ୍ୟମ କରିବା ସହ ପୋଲିସ ଉପରେ ଗୁଳି ଚଳାଇଥିଲା କୃଷ୍ଣ ।
ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି। ତାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ପୁରୀ ଏସପିଙ୍କ ସୂଚନା ଅନୁସାରେ, କୃଷ୍ଣ ଜଣେ ଅଭ୍ୟାସଗତ ଅପରାଧୀ । ତା ନାଁରେ ରହିଛି ଏକାଧିକ ଛିନତାଇ ମାମଲା ରହିଛି । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି । ଗତ ୧ ତାରିଖରେ ସିଫା ନିକଟରେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା।
Protesters Storm Mall During Bharat Bandh: ବନ୍ଦ...ବିକ୍ଷୋଭ...ଧାରଣା; ଜନଜୀବନ ପ୍ରଭାବିତ, ମଲ୍ ଖାଲି କଲେ ବିକ୍ଷୋଭକାରୀ

Groom Stopped by Protesters During Bandh: ବନ୍ଦ ବେଳେ ଫସିଲେ ‘ବର’, ବରଯାତ୍ରୀ ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ

Police Bus Brake Failure During Bandh: ଆନ୍ଦୋଳନ ବେଳେ ବଡ଼ ଅଘଟଣ; ପୋଲିସ୍ ଗାଡ଼ିର ବ୍ରେକ୍ ଫେଲ୍

Pitabas Panda Murder Case: ପୀତବାସଙ୍କ ସିକ୍ରେଟ ଚାମ୍ବରରୁ ମିଳିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)