/odishatv-khabar/media/media_files/2025/12/29/balasore-murder-2025-12-29-20-30-13.jpg)
BALASORE-MURDER Photograph: (OTV)
ଶାରୀରିକ ସୁଖ ପାଇଁ ତଣ୍ଟିଚିପି ହତ୍ୟା । ହୋଟେଲ ରୁମରେ କଲବଲ କରି ନେଲେ ଜୀବନ । ଜଣେ ଗୋଡ଼କୁ ମାଡ଼ି ବସିଲା । ଆଉ ଜଣେ ସାର୍ଟରେ ତଣ୍ଟିକୁ ଗୁଡ଼ାଇ ଚିପିଚିପି ମାରିଦେଲା । ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧିନ ଏଇ ହୋଟେଲରୁ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିବା ପରେ ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାରିଛନ୍ତି । ପୋଲିସ କହିଛି, ଦୁଇ ଜଣ ବନ୍ଧୁ ଆକାଶ ମହାନ୍ତ ଓ ରାମଚନ୍ଦ୍ର ସିଂ ଜଣେ ମହିଳା ଜେମାମଣି ସିଂଙ୍କୁ ଆଣିଥିଲେ । ହୋଟେଲରେ ସମସ୍ତେ ରହିଥିଲେ । ରାମଚନ୍ଦ୍ର ଜେମାମଣିଙ୍କ ସହ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲା । ଆକାଶ ସେହି ମହିଳାଙ୍କ ସହ ସମ୍ପର୍କ ରଖିବାକୁ କହିବାରୁ ଉଭୟ ମନା କରିବା ସହ ତାଙ୍କୁ ହତ୍ୟା କରିଛନ୍ତି।
ଦେହ ସୁଖ ପାଇଁ ଜୀବନ ନେବା ପରେ ଏବେ ଆଇନ୍ ହାତରେ ଧରାପଡ଼ିଛନ୍ତି । ଆକାଶକୁ ମାରିବା ପରେ ନିଶାଗ୍ରସ୍ତ ରାମଚନ୍ଦ୍ର ଶବ ପାଖରେ ରାତିସାରା ଶୋଇଥିବା ବେଳେ ରାତି ତମାମ ଶବ ନିକଟରେ ବସି ରହିଥିଲା ଜେମାମଣି । ଶେଷରେ ସକାଳୁ ଉଭୟ ଫେରାର ହୋଇଯାଇଥିଲେ । ଜେମାମଣି ଜାରକା ପଳାଇଥିବା ବେଳେ ରାମଚନ୍ଦ୍ର ଗାଁକୁ ଏକୁଟିଆ ପଳାଇଥିଲା । ଆକାଶ, ଜେମାମଣି ଓ ରାମଚନ୍ଦ୍ର ବେତନଟୀ ଅଞ୍ଚଳର ଗୋଟିଏ ଗାଁର । ୩ ଜଣ ମଧ୍ୟ ବିବାହିତ ବୋଲି ପୋଲିସ କହିଛି।
ଅଭିଯୁକ୍ତ ରାମଚନ୍ଦ୍ର ଓ ଜେମାମଣିଙ୍କ ଦୁଇଟି ଲେଖାଏଁ ପିଲା ଅଛନ୍ତି । ପ୍ରଥମେ ରାମଚନ୍ଦ୍ର କୁ ପୋଲିସ ଧରି ପଚରାଉଚରା କରିବା ପରେ ଜେମାମଣି ବାବଦରେ ଜାଣିବାକୁ ପାଇଥିଲେ । ଏହାପରେ ସ୍ପେଶାଲ ଟିମ ଗଠନ କରି ଜାରକାରୁ ଜେମାମଣିକୁ ପୋଲିସ ଧରିଛି ଆଉ ଅଧିକ୍ ତଦନ୍ତ ଚଳାଇଛି।
Vaastu Tips For Broom: ଘରେ କେଉଁଠି ରଖିବେ ଝାଡୁ? ଏହା ଗୋଡ଼ରେ ବାଜିଲେ ଅଶୁଭ କି? ନିୟମ ନମାନିଲେ ଜାଣନ୍ତୁ କ'ଣ କ'ଣ ଅଶୁଭ ହୁଏ

Pollution Crisis: ଚାରିଆଡେ ବିଷାକ୍ତ ଧୂଆଁ, ଯାଉଛି ଲୋକଙ୍କ ଜୀବନ; ପ୍ରଶାସନ କାହିଁକି ଚୁପ୍…

Poor Road Construction: କାହାର ପୂର୍ତ୍ତ ବିଭାଗ? ଠିକାଦାର, ନେତା ନା ଜନତା

Fans Shocked by Latest Report: ଥ୍ରୀ ଇଡିଅଟ୍ସରେ ନଜର ଆସିବେନ ଆମିର ! କାହିଁକି ଏଭଳି ଚର୍ଚ୍ଚା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)