Advertisment

Armed Gang: ବୁଲିଲା ବନ୍ଧୁକ, ଆତଙ୍କ ଖେଳାଇଲେ ୭ରୁ ୮ଯୁବକ

ବୁଲିଲା ବନ୍ଧୁକ। ଡରାଇଲେ ଧମକାଇଲେ ଓ ମାଡ଼ ମାରିଲେ । ଖେଳାଇଲେ ଆତଙ୍କ । ବାରିପଦାରେ ବୁଲିଲା ବନ୍ଧୁକ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ ।

author-image
Manas Ranjan Mohanty
BARIPADA-GUN

BARIPADA-GUN Photograph: (OTV)

ବୁଲିଲା ବନ୍ଧୁକ। ଡରାଇଲେ ଧମକାଇଲେ ଓ ମାଡ଼ ମାରିଲେ । ଖେଳାଇଲେ ଆତଙ୍କ । ବାରିପଦାରେ ବୁଲିଲା ବନ୍ଧୁକ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ । ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ସହ ଢାବାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ବାରିପଦା ସହରର ମୁରୁଗାବାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ସାଢେ଼ ଏଗାରଟା ବେଳେ ସାତରୁ ୮ଜଣ ଯୁବକ କାଠମାଣ୍ଡୁ ହୋଟେଲରେ ଆସି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ହାତରେ ବନ୍ଧୁକ ଥିଲା । ବନ୍ଧୁକ ଦେଖି ଢାବା କର୍ମଚାରୀ ଭୟଭୀତ ହୋଇ ଯାଇଥିଲେ। ପୋଲିସ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି। ତେବେ କାହିଁକି ଦୁର୍ବୃତ୍ତ ମାନେ ଢ଼ାବାରେ ଆସି ବନ୍ଧୁକ ଦେଖାଇଲେ ଓ ଆତଙ୍କ ଖେଳାଇଲେ ତାହା ଜଣାପଡ଼ି ନାହିଁ । 

Advertisment

ବାରିପଦାରେ ଢାବାରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ
ବାରିପଦା ସହର ମୁର୍ଗାବାଡ଼ି ଅଞ୍ଚଳର ଢାବାରେ ଭଙ୍ଗାରୁଜା
ଢାବା ଭାଙ୍ଗିଲେ, ମାଲିକ ଓ କର୍ମଚାରୀଙ୍କୁ ନିର୍ଧୁମ ପିଟିଲେ
୮ ଜଣ ଯୁବକ କାର୍ ଓ ବାଇକରେ ଆସି ଆତଙ୍କ ଖେଳାଇଲେ
ଅଭିଯୋଗ ପରେ ଭଞ୍ଜପୁର ଥାନା ପୋଲିସର ତଦନ୍ତ

Advertisment
Related Articles
Advertisment