Advertisment

Red Fort Blast : ଆତ୍ମଘାତୀ ନୁହେଁ, ଆକସ୍ମିକ ବିସ୍ଫୋରଣ ....ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଲା ବଡ ଅପଡେଟ୍

ଦିଲ୍ଲୀ ଲାଲକିଲ୍ଲାରେ ଆତଙ୍କୀ ଡାକ୍ତର ଉମର ମହମ୍ମଦ ବିସ୍ଫୋରଣ ଯୋଜନା କରିନଥିଲା। ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ, ବରଂ ଏକ ଆକସ୍ମିକ ଘଟଣା ବୋଲି ସୂଚନା ପାଇଛି ଗୁଇନ୍ଦା ଏଜେନ୍ସି।

author-image
Manas Ranjan Mohanty
DELHI_CASE

DELHI_CASE Photograph: (OTV)

ଦିଲ୍ଲୀ ଲାଲକିଲ୍ଲାରେ ଆତଙ୍କୀ ଡାକ୍ତର ଉମର ମହମ୍ମଦ ବିସ୍ଫୋରଣ ଯୋଜନା କରିନଥିଲା। ଏହା ଆତ୍ମଘାତୀ ବିସ୍ଫୋରଣ ନୁହେଁ, ବରଂ ଏକ ଆକସ୍ମିକ ଘଟଣା ବୋଲି ସୂଚନା ପାଇଛି ଗୁଇନ୍ଦା ଏଜେନ୍ସି। ମିଳିଥିବା ସୂତ୍ରର ସୂଚନା ଅନୁସାରେ, ଡାକ୍ତର ଉମର ମହମ୍ମଦ ବିସ୍ପୋରକ ଭର୍ତ୍ତି କାରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚାହୁଁଥିଲା। ଦେଶବ୍ୟାପୀ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନରେ ଭୟଭୀତ ହୋଇ ଉମର ନିଜକୁ ଗିରଫଦାରୀରୁ ଏଡାଇବାକୁ ଚାହୁଁଥିଲା। ସେପଟେ ଘଟଣାସ୍ଥଳରେ ହୋଇଥିବା ବିସ୍ଫୋରଣ, ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇନଥିବା ଆଇଇଡି ବୋଲି ସୂଚନା ମଧ୍ୟ ମିଳୁଛି। ଯାହା ବିସ୍ଫୋରଣର ତୀବ୍ରତାରୁ ଅନୁମାନ କରି ହେଉଛି। ସନ୍ଦିଗ୍ଧ ଆଇଇଡି ପ୍ରସ୍ତୁତି କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ବିସ୍ଫୋରଣ ତୀବ୍ରତା କମ୍ ରହିଥିଲା। ଯେଉଁଥିପାଇଁ ବ୍ୟାପକ କ୍ଷୟକ୍ଷତିକୁ ରୋକାଯାଇ ପାରିଛି। ସେପଟେ ବିସ୍ଫୋରଣ ବେଳେ ଗାଡ଼ି ଚାଲୁଥିବା କଥା ମଧ୍ୟ ସାମ୍ନାକୁ ଆସିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।...

Advertisment

ଆତ୍ମଘାତୀ ନୁହେଁ, ଆକସ୍ମିକ ବିସ୍ଫୋରଣ
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଲା ବଡ ଅପଡେଟ୍
ଆତ୍ମଘାତୀ ନୁହେଁ, ଆକସ୍ମିକ ଥିଲା ଲାଲକିଲ୍ଲା ବିସ୍ଫୋରଣ
ଦିଲ୍ଲୀ-NCR ଓ ଫରିଦାବାଦରେ କଡ଼ା ସୁରକ୍ଷା ଯାଞ୍ଚରେ ସନ୍ଦିଗ୍ଧ ଫସିଥିଲା
ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅବିଳମ୍ବେ ଧରାପଡ଼ିବାର ଭୟ ସୃଷ୍ଟି କରିଥିଲା
ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଫୁଟିଯାଇଥିବା ସନ୍ଦେହ
ବିସ୍ଫୋରଣ ପାଇଁ IED ପୂର୍ଣ୍ଣ ମାତ୍ରାରେ ବିକଶିତ ହୋଇନଥିବା ସୂଚନା
ସେଥିପାଇଁ ବିସ୍ଫୋରଣ ତୀବ୍ରତା କମ୍ ବୋଲି ମିଳିଛି ଗୁଇନ୍ଦା ସୂଚନା

Advertisment
Related Articles
Advertisment