/odishatv-khabar/media/media_files/2025/10/21/subhamitra-muder-2025-10-21-11-59-13.jpg)
SUBHAMITRA-MUDER Photograph: (OTV)
ପୁଣି ଫେରିଲା ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲା। ଗିରଫ ଦୀପକ ରାଉତଙ୍କୁ ଜେଲ୍ ଭିତରେ ଜେରା କଲା ପୋଲିସ । ଦୀପକ ବିବାହ କରିଥିବା ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ହତ୍ୟା ମାମଲାରେ ଝାରପଡ଼ା ଜେଲରେ ଅଭିଯୁକ୍ତ ଦୀପକଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି ଖୁଣ୍ଟୁଣୀ ଥାନା ପୋଲିସ।
୧୭ ମାର୍ଚ୍ଚ ୨୦୨୨ରେ ଖୁଣ୍ଟୁଣୀରେ ସନ୍ଦେହଜନକ ଭାବେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଏହା ଦୁର୍ଘଟଣା ଥିବା ବେଳେ ଏବେ ଏହି କେସ୍ କୁ ରିଓପନ୍ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍। ତେଣୁ ଏହି ମାମଲାରେ ପ୍ରମାଣ ଯୋଗାଡ଼ କରିବାକୁ ଲାଗିଛି। ଅପର୍ଣ୍ଣାଙ୍କ ବୀମା ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି।
ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ। ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ବ ନିରୀକ୍ଷକ। ଯାହାଙ୍କୁ ୨୦୧୮, ଏପ୍ରିଲ୍ ୨୫ରେ ପ୍ରେମ ବିବାହ କରିଥିଲା ଦୀପକ। କିନ୍ତୁ ୪ ବର୍ଷ ତଳେ ଯେଉଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଥିଲା, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। କାରଣ ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ।
୨୦୨୨, ମାର୍ଚ୍ଚ ୧୭। ଦୀପକ ଏତଲାରେ ଦର୍ଶାଇଥିଲେ, ପତ୍ନୀ ଅପର୍ଣ୍ଣାଙ୍କ ସହ ଭୁବନେଶ୍ବରରୁ ଢେଙ୍କାନାଳ ଯିବାବେଳେ ତାଙ୍କର OD02R-8494 ନମ୍ବର ହୋଣ୍ଡାସିଟି ଖୁଣ୍ଟୁଣୀ ଅଞ୍ଚଳରେ ପଙ୍କଚର୍ ହୋଇଯାଇଥିଲା। ସେହି କାରରୁ ବାହାରି ଛିଡ଼ା ହୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଚକରୁ ପଥର ଉଡ଼ି ଆସି ବାଜିଥିଲା ଅପର୍ଣ୍ଣାଙ୍କ ମୁଣ୍ଡରେ।
ଫଳରେ ସେ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ହେଲେ ନା କେହି ସାକ୍ଷୀ ଥିଲେ ନା କେଉଁ ଟ୍ରକରୁ ଉଡ଼ିଆସିଲା ପଥର, କିଛି ଦର୍ଶାଇନଥିବାରୁ ଅପର୍ଣ୍ଣାଙ୍କ ପରିବାରର ଅଭିଯୋଗ, ବୀମା ରାଶି ହଡ଼ପ ପାଇଁ ଝିଅକୁ ହତ୍ୟା କରାଯାଇଛି।
୨୦୨୫, ସେପଟେମ୍ବର ୬। ସାଢ଼େ ଗୋଟାଏବେଳେ ସିପି ଅଫିସରୁ ସେହି ହୋଣ୍ଡାସିଟିରେ ବସି ଉଭୟ ଶୁଭମିତ୍ରା ଏବଂ ଦୀପକ ବାହାରି ଯାଇଥିଲେ, ଯାହାର ଦୃଶ୍ୟ ରହିଛି ସିସିଟିଭିରେ। କିନ୍ତୁ କିଛି ସମୟ ପରେ ଭୁବନେଶ୍ବର ୬ ନମ୍ବରରେ କାରରେ ତଣ୍ଟି ଚିପି ହତ୍ୟା ପରେ ସେହି କାରରେ ଡେଡବଡ଼ି ଆଣି ସିପି ଅଫିସ ପାର୍କିଂରେ କାର୍ ରଖିଥିଲା ଦୀପକ। ଅପରାହ୍ନ ୩ରୁ ୪ଟା ୧୫ ପର୍ଯ୍ୟନ୍ତ ଅଫିସରେ ଡ୍ୟୁଟି ବି କରିଥିଲା ସେ। ପରେ ମୃତଦେହକୁ ଧରି ବାହାରିଯାଇଥିଲା କେନ୍ଦୁଝରର ଘଟଗାଁ ଅଞ୍ଚଳକୁ।
ମୃତ୍ୟୁ ପୂର୍ବରୁ ଦୀପକଙ୍କୁ କାଶୀ କିମ୍ବା ବୃନ୍ଦାବନ ପଳାଇବାକୁ ଇଚ୍ଛା ହେଉଛି ବୋଲି ମେସେଜ୍ ପଠାଇଥିଲେ ଶୁଭମିତ୍ରା। ତେବେ ଏଭଳି ହତାଶାପୂର୍ଣ୍ଣ ମେସେଜ୍ କାହିଁକି ? ସଂପର୍କରେ ତିକ୍ତତାରୁ ନା ୨୦ ଲକ୍ଷ ଟଙ୍କା ମାଗି ମାଗି ହତାଶ ହେବାରୁ ? ଏହି ମେସେଜକୁ ଧରି ସେପଟେମ୍ବର ୧୨ରେ ମଥୁରା ଓ ବୃନ୍ଦାବନରେ ସେତେବେଳେ ନିଖୋଜ ଶୁଭମିତ୍ରାଙ୍କ ପୋଷ୍ଟର ମାରିଥିଲା କମିଶନରେଟ୍ ପୋଲିସ।
Cashew Factory: ଦୀପାବଳି ରାତିରେ ବଡ଼ ଅଘଟଣ , ସମ୍ପୂର୍ଣ୍ଣ ଜଳି ଧ୍ବଂସ ହୋଇଗଲା

Minor Girl In Pak: ଧର୍ମ ପରିବର୍ତ୍ତନ କଲେ, ୭ ଝିଅର ବାପାକୁ ବାହା ହେଲେ

Modi Celebrates Diwali : ଦେଶ ଖୁବ ଶୀଘ୍ର ହେବ ନକ୍ସଲ ମୁକ୍ତ , ସମୁଦ୍ର ଭିତରୁ ଶତ୍ରୁକୁ ଖୋଲା ଚେତାବନୀ

IG Neeti Shekhar: ଦିନେ, ଦୁଇ ଦିନରେ ଖୁଲାସା...ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)