/odishatv-khabar/media/media_files/2026/02/08/loot-2026-02-08-20-31-30.jpg)
LOOT Photograph: (OTV)
ସୁଟ୍ ବୁଟ୍ ପିନ୍ଧି ଆସିଲେ
ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲେ
ସାବଧାନ ! ମାତିଛନ୍ତି ଅତିଥି ଚୋର
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ
ଭଦ୍ରମୁଖା ବେଶରେ ଆସି ଲୁଟପାଟ୍
ଭୁବନେଶ୍ବରରେ ଲୁଟର ନୂଆ ଫଣ୍ଡା। ବିବାହ ମଣ୍ଡପରେ ଅତିଥି ବେଶରେ ପଶି, ସୁବିଧା ସୁଯୋଗ ଦେଖି କେବେ ଟଙ୍କା ତ କେତେବେଳେ ଗିଫ୍ଟ ଆଉ ସୁନା ଗହଣା ଧରି ଛୁ ମାରୁଛନ୍ତି ଲୁଟେରା। ବିବାହ ସିଜିନରେ ଏମିତି ଘଟଣା ରାଜଧାନୀରେ ନିତି ଦିନିଆ ପାଲିଟିଲାଣି।
କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ ମାରିଲେ ଚୋର। ସମସ୍ତେ ନାଚ ଗୀତରେ ମସଗୁଲ୍ ଥିବା ବେଳେ କଳାକନା ବୁଲାଇଲେ ଲୁଟେରା। ଏକ ହୋଟେଲରେ ଚାଲିଥିଲା ସଙ୍ଗୀତ ସେରିମୋନୀ। ଆଉ ମଣ୍ଡପ ପାଖରୁ କନ୍ୟାର ଗିଫ୍ଟ ଟଙ୍କା ନେଇ ଲୁଟେରା ଛୁ ମାରିଲେ। ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଦୁଇ ଜଣ ଲୁଟେରା ତରବର ହୋଇ ହୋଟେଲରୁ ବାହାରୁଛନ୍ତି।
ଜଣଙ୍କର ହାତରେ ଟଙ୍କା ବ୍ୟାଗ୍ ଥିବା ବେଳେ ଅନ୍ୟ ଜଣେ ଚୋର ତାଙ୍କୁ ଏସକର୍ଟ କରି ଆସିଲା। ବାହାରେ ଷ୍ଟାର୍ଟ ମୋଡରେ ଥିବା କାରରେ ବସି ଦୁହେଁ ଆରାମରେ ଖସି ପଳାଇଲେ। ନୟାପଲ୍ଲୀ ଅଞ୍ଚଳରେ ଗତ ୫ ତାରିଖ ସନ୍ଧ୍ୟା ୭ଟା ୫୪ ମିନିଟରେ ଏହି ଲୁଟ୍ ହୋଇଥିଲା। ...
ବୁଲି ପଡ଼ିବା ବେଳକୁ ବ୍ୟାଗ ଗାଏବ
ଅଭିଯୋଗକାରୀ କହିଛନ୍ତି, ବ୍ୟାଗରେ ସାଢ଼େ ୩ ଲକ୍ଷ ଟଙ୍କା ଥିଲା। ପତ୍ନୀ ଥୋଇ ଦେଇ ବୁଲି ପଡ଼ିବା ବେଳକୁ ବ୍ୟାଗ ଗାଏବ। ଅର୍ଥାତ ଲୁଟେରା ଜାଣିଥିଲେ ବ୍ୟାଗରେ ଟଙ୍କା ଅଛି। ତେଣୁ ରଖିବା କ୍ଷଣି ଝାମ୍ପି ସୁଯୋଗ ପାଇ ହଡ଼ପ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ସ୍ଥାନରେ କୌଣସି ସିସିଟିଭି ନଥିବାରୁ ଚୋରଙ୍କୁ ଠାବ କରିବାରେ ଅସୁବିଧା ହୋଇଥିଲା।
ବାହାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା ଚେହେରା। ସେମାନେ ହୋଟେଲ କର୍ମଚାରୀଙ୍କ ଭଳି ବେଶଭୂଷାରେ ଭିତରେ ବୁଲାବୁଲି କରୁଥିଲେ। ତେଣୁ କାହାରି ସନ୍ଦେହ ହୋଇ ନଥିଲା। ଏଥିରେ ହୋଟେଲ କର୍ମଚାରୀଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏନେଇ ହୋଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ତନାଘନା କରୁଛି ପୋଲିସ। ...
କେତେବେଳେ ବରଯାତ୍ରୀ ବେଶରେ ତ କେବେ କନ୍ୟାପକ୍ଷର ଅତିଥି ଭାବରେ ଆସୁଛନ୍ତି ଚୋର। ନବାବୀ ଥାଟରେ ଆସି ବିବାହ ମଣ୍ଡପରୁ ଲୁଟ୍ କରି ଖସି ଯାଉଛନ୍ତି। ସେମାନଙ୍କର ବେଶଭୂଷା ଦେଖିଲେ ଟିକିଏ ବି ସନ୍ଦେହ ହେବନି। ଭୁବନେଶ୍ବରରେ ଏଭଳି ଚୋରି ପ୍ରଥମ ନୁହେଁ। ପୂର୍ବରୁ ୨୦୨୨ ଜାନୁଆରୀ ଓ ୨୦୨୪ ଫେବ୍ରୁଆରୀରେ ବି ବିବାହ ମଣ୍ଡପରୁ ଗିଫ୍ଟ ଟଙ୍କା ଓ ସୁନା ଗହଣା ବ୍ୟାଗ୍ ଧରି ଛୁ ମାରିଥିଲେ ଲୁଟେରା ଓ ମାଷ୍ଟରମାଇଣ୍ଡ।
ଏବେ ପ୍ରଶ୍ନ ଉଠୁଛି ବିବାହ ସିଜିନରେ ସକ୍ରିୟ ହେଉଛନ୍ତି କି ଭଦ୍ରମୁଖା ଲୁଟେରା ? ଏମାନଙ୍କର ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ରହିଛି କି ? ସେମାନଙ୍କର ହୋଟେଲ୍ କର୍ମଚାରୀଙ୍କ ଲିଙ୍କ ରହୁଛି କି ? ଅତିଥି ଚୋରଙ୍କୁ କେହି ଜାଣି ପାରୁ ନାହାନ୍ତି କେମିତି ? ତେଣୁ ଏଦିଗରେ ଲୋକ ଅଧିକ ସଚେତନା ହେବା ସହ ପୋଲିସକୁ ବି ପଦକ୍ଷେପ ନେବା ଜରୁରୀ। ...
Murder of Advocate Pitabas Panda: ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ମାମଲା, ମୁଖ୍ୟ ଅଭିଯୁକ୍ତ ମୁଁହରେ ଆରୋପର ଲମ୍ବା ଫର୍ଦ୍ଦ

Exams Around the Corner: ଆସନ୍ତା ସପ୍ତାହରୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷା ପରିଚାଳନା ନିୟମ ଉଲ୍ଲଂଘନ କଲେ ଆକ୍ସନ

From Denial to Admission: ଗାଡ଼ି ଭଙ୍ଗାରୁଜା ଘଟଣାରେ ଟ୍ବିଷ୍ଟ, ପୁଅ ଥିବା କଥା ଛଳରେ ମାନିଲେ ବରଗଡ଼ ବିଧାୟକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)