Advertisment

Heat Tightens on Naxal Shukru: ନକ୍ସଲ୍ ଶୁକ୍ରୁକୁ ଆଉ ନାହିଁ ତ୍ରାହି, ଖୋଜିବାକୁ ଜଙ୍ଗଲରେ ବୁଲିବ ଡ୍ରୋନ୍

ରାଜ୍ୟରେ ମାଓମୁକ୍ତ ଅଭିଯାନରେ କଣ୍ଟା ସାଜିଛି ହାର୍ଡକୋର୍ ମାଓବାଦୀ ଶୁକ୍ରୁ। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପାଦ ବଢ଼ାଉଥିବା ସାଥୀ କଏଦୀଙ୍କୁ ଖାଲି ବନ୍ଧୁକ ମୁନରେ ବାଟ ଓଗାଳୁନି, ବରଂ ଗୁଳି କରି ହତ୍ୟା କରୁଛି।

author-image
Tapan Swain
MAO-LEADER

MAO-LEADER Photograph: (OTV)

ମାନିବାକୁ ପଡ଼ିବ ମାଓବାଦୀ ଶୁକ୍ରର ସାହସକୁ। ସରିଆସୁଥିବା ମାଓବାଦୀଙ୍କ ଖେଳ ଭିତରେ ନିଜେ ଖେଳୁଛି ସାଂଘାତିକ ଖେଳ। ନକ୍ସଲଙ୍କ ଶେଷ ନିଶ୍ବାସ ଭିତରେ ନିଜେ ଭିଆଉଛି ମାଓ ବିଦ୍ରୋହର ଜଘନ୍ୟ ଷଡ଼ଯନ୍ତ୍ର। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପାଦ ବଢ଼ାଉଥିବା ସାଥୀ ନକ୍ସଲଙ୍କୁ ବନ୍ଧୁକ ମୁନରେ ବାଟ ଓଗାଳୁଛି, ଦରକାର ପଡ଼ିଲେ ଗୁଳି କରୁଛି।

Advertisment

ଶୁକ୍ରୁ ହେଉଛି KKBNର ଷ୍ଟେଟ୍ କମିଟି ମେମ୍ବର। 8th COMPANYର ନେତୃତ୍ବ ନେଇ କନ୍ଧମାଳ ଜଙ୍ଗଲ ଭିତରେ ଲୁଚି ମାଓମୁକ୍ତ ଅଭିଯାନ ବିରୋଧରେ ଜାରି ରଖିଛି ରଣନୀତି। ଶୁକ୍ରୁର ଟିମ୍ ସଦସ୍ୟ ତଥା ଛତିଶଗଡ଼ର ସାଥୀ ନକ୍ସଲ ଅନ୍ବେଷ। ଅନ୍ବେଷ ଚାହୁଁଥିଲେ, ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ। କିନ୍ତୁ, ବାରଣ କରିଆସୁଥିଲା ଶୁକ୍ରୁ। ଆଉ କଥା ନଶୁଣିବାରୁ ଅନ୍ବେଷକୁ ଗୁଳି କରି ମାରିଦେଲା, ଗାତ ଖୋଳି ଜଙ୍ଗଲ ଭିତରେ ପୋତିଦେଲା।

କେବଳ ଅନ୍ବେଷ ନୁହଁ, ଟିମରେ ଥିବା ଅନ୍ୟ ମାଓବାଦୀଙ୍କୁ ବି ଧମକ ଚମକ ଦେଇ ରଖି ନିଜ ପାଖରେ। ଯାହାର ଏବେ ଗୁମର ଖୋଲିଛନ୍ତି ପୋଲିସ ହାତରେ ଧରାପଡ଼ିଥିବା ଅନ୍ୟ ସାଥୀ କଏଦୀ। 

Advertisment

ଅଛନ୍ତି ପ୍ରାୟ ୩୦ ନକ୍ସଲ

ଗୋଟିଏ ପଟେ ସଂଗଠନ ଭିତରେ ବଢୁଛି ବିଦ୍ରୋହ, ଆରପଟେ ୪୯ ବର୍ଷୀୟ ଶୁକ୍ରୁର ସାହା ଭରସା ସାଜିଛନ୍ତି ନକୁଳ ସହ ଜଣେ ଲେଡି ନକ୍ସଲ ଶିଳା। ଏମାନେ ଏରିଆ କମିଟି ମେମ୍ବର। ଶୁକ୍ରୁ ହେଉଛି ମାଲକାନଗିରି ଜିଲ୍ଲା ବାସିନ୍ଦା। କନ୍ଧମାଳ ଜଙ୍ଗଲରେ ତା ଟିମରେ ପାର୍ଟି ମେମ୍ବର ଏବଂ ମିଲିସିଆଙ୍କୁ ମିଶାଇ ଏବେ ଅଛନ୍ତି ପ୍ରାୟ ୩୦ ନକ୍ସଲ। ଅଧିକାଂଶ ହେଉଛନ୍ତି ଛତିଶଗଡ଼ି। କିନ୍ତୁ କନ୍ଧମାଳ ଜଙ୍ଗଲ ଭିତରେ ଘେରାବନ୍ଦୀ ଅବସ୍ଥାକୁ ଚାଲିଆସିଛନ୍ତି ଶୁକ୍ର ଆଣ୍ଡ କୋ। 

ଏମାନଙ୍କୁ ପ୍ରହାର ପାଇଁ ଗତ ୨୦ ତାରିଖରୁ ସୁରକ୍ଷାକର୍ମୀଙ୍କ ଜାରି ରହିଛି ବଡ଼ ଅପରେସନ୍। ଯେଉଁ ଅପରେସନରେ ନଣ୍ଡାବାଡ଼ି ଜଙ୍ଗଲରେ ସିପିଆଇ ମାଓବାଦୀର ଡେପୁଟି କମାଣ୍ଡର ଯୋଗେଶ ଓ ପାର୍ଟି ସଦସ୍ୟା ରତ୍ନାର ମୁଣ୍ଡ ଗଡ଼ିଥିଲା। ତା’ପରଠୁ ଜଙ୍ଗଲ ଭିତରେ ସାଥୀ ନକ୍ସଲଙ୍କୁ ବନ୍ଧୁକ ମୂନରେ ଧରି ଲୁଚି ବୁଲୁଛି ଶୁକ୍ରୁ।

ଆଉ ସେହି ଶୁକ୍ରୁ ଆଣ୍ଡ କୋ ବିରୋଧରେ ଆତ୍ମସମର୍ପଣ ପାଇଁ ଲାଷ୍ଟ ୱାର୍ଣ୍ଣିଂ ଶୁଣାଇବା ସହ ଓଡ଼ିଶା ପୋଲିସ କାଲିଠୁ ବଡ଼ ଧରଣର ଅପରେସନ୍ ଲଞ୍ଚ କରିବାକୁ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଆକାଶମାର୍ଗରେ ଡ୍ରୋନ୍ ଉଡ଼ାଇବା ସହ ଚାଲିବ ଅପରେସନ୍ ଶୁକ୍ରୁ। ନୂଆ ୧୩ଟି SOG ଟିମକୁ ପଠାଯିବ ଜଙ୍ଗଲ ଭିତରକୁ। ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି କହିଛନ୍ତି, କେହି ବି ବର୍ତ୍ତିବେ ନାହିଁ।

ଏସବୁ ଭିତରେ ନକ୍ସଲ ସଫା ହୋଇଯିବା ପରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ସ୍ମୃତି ସ୍ତମ୍ଭ ଗୁଡ଼ିକୁ ଧୂଳିସାତ କରିବାରେ ଲାଗିଛନ୍ତି ସ୍ବାଭିମାନ ଅଞ୍ଚଳ ବାସିନ୍ଦା। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ସମେତ ମାଥିଲି, କାଲିମେଳା, ଖଇରପୁଟ ଆଦି ବ୍ଲକରେ ୨୦ରୁ ଅଧିକ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି।... 

Odisha Police Anti Naxal Operation
Advertisment
Related Articles
Advertisment