/odishatv-khabar/media/media_files/2025/11/03/bbsr-murder-2025-11-03-20-23-26.jpg)
BBSR-MURDER Photograph: (OTV)
ବିବାହର ଛ ମାସ ନପୁରୁଣୁ ଚାଲିଗଲା ନବବଧୁଙ୍କ ଜୀବନ। ସ୍ବାମୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ବାପ ଘର ଲୋକେ। ଗର୍ଭ ନିରୋଧକ ମେଡିସିନ୍ ଦେଇଥିଲେ, ବିଭିନ୍ନ କାରଣୁ ନାନା ନିର୍ଯାତନା ଦେଉଥିଲେ। ଯୌତୁକ ପାଇଁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ ଶାଶୁ ଘର ଲୋକେ । ଏଭଳି ଅଭିଯୋଗ ନେଇ ଚନ୍ଦକା ଥାନାରେ ହାଜର ହୋଇଛନ୍ତି ନବବଧୁଙ୍କ ବାପା। ପୋଲିସ ମାମଲା ରୁଜୁ କରି ତନାଘନା କରୁଥିବା ବେଳେ ସ୍ବାମୀ ମାନସ ବେହେରା ଓ ଶାଶୁ ଫେରାର ହୋଇଛନ୍ତି। ପୋଲିସ ଦେଢଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ବ୍ୟବଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିଲେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ।
ଗତକାଲି ଝରଣାଙ୍କ ଦେହ ଖରାପ ହେବାରୁ ସ୍ବାମୀ ଓ ଶାଶୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରେ ମୃତଦେହ ହସ୍ପିଟାଲରେ ଛାଡି ଦେଇ ଫେରାର ମାରିଥିଲେ ସ୍ବାମୀ ଓ ଶାଶୁ। ଝରଣାଙ୍କ ବାପାଙ୍କୁ ମାନସ ନିଜେ ଫୋନ୍ କରିବା ସହ ମେଡିକାଲ ପହଞ୍ଚିବା ପାଇଁ କହିଥିଲେ। ଗତ ୬ ମାସ ଭିତରେ ଶାରିରିକ ନିର୍ଯାତନା ଯୋଗୁଁ ଝରଣା ତାଙ୍କ ବାପା ଘରକୁ ଚାଲିଯାଇଥିଲେ। ପରେ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାମଣାରେ ୩ ଦିନ ପୂର୍ବରୁ ଝରଣା ଶାଶୁ ଘରକୁ ଫେରିଥିଲେ। ହେଲେ ପୁଣି ରିପିଟ ହୋଇଥିଲା ପୁରୁଣା କାହାଣୀ। ଝରଣାଙ୍କୁ ନିର୍ଯାତନା ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି...
ଅଭିଯୋଗ ପରେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ସ୍ବାମୀ ଓ ଶାଶୁଙ୍କୁ ଖୋଜୁଛି ପୋଲିସ । ୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି...
Groom-to-be rapes fiancée before wedding: ଭାବୀ ସ୍ୱାମୀ ବିବାହ ପୂର୍ବରୁ ଯୁବତୀଙ୍କୁ ଡାକି କଲା ଦୁଷ୍କର୍ମ, ପରେ ଅଧିକ ଯୌତୁକ ମାଗି ଭାଙ୍ଗିଲା ବାହାଘର

Earthquake: ଭୟଙ୍କର ଭୂମିକମ୍ପ, ମାଟି ତଳୁ ଖୋଜା ଚାଲିଛି ଜୀବନ...ରାତି ଗୋଟାଏରେ ମୃତ୍ୟୁର ତାଣ୍ଡବ

Sharp shooter Kurupati Bhuiyan Arrested: ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ, ଅଜ୍ଞାତ ସ୍ଥାନରେ ଚାଲିଛି ମାରାଥନ୍ ଜେରା

Indian Womens Team: ବିଜେତା ରାଣୀଙ୍କ ୫୨ କାହାଣୀ, ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)