/odishatv-khabar/media/media_files/2025/12/02/duplicate-medicine-2025-12-02-21-12-41.jpg)
DUPLICATE-MEDICINE Photograph: (OTV)
ଆପଣ ଖାଉଥିବା ମେଡ଼ିସିନ ଅସଲି ତ ? ଔଷଧ ନାଁରେ ଆପଣ ଖାଉ ନାହାନ୍ତି ତ ନକଲି ବିଷ ? ଦେହ ଭଲ ହେବା ପାଇଁ ଖାଉଥିବା ଔଷଧ ବିଗାଡୁନି ତ ଆପଣଙ୍କ ସ୍ବାସ୍ଥ୍ୟ ?
କାରଣ ଓଡ଼ିଶା ମାର୍କେଟରେ ବୁଲୁଛି ପୁଳା ପୁଳା ମେଡିସିନ। ନଜର ପକାନ୍ତୁ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରଖିଥିବା ଏହି ଲିଖିତ ଉତ୍ତର ଉପରେ। ଉଦବେଗର କଥା ହେଉଛି ଦୈନନ୍ଦିନ ଜୀବନରେ ବହୁଳ ବ୍ୟବହାର ହେଉଥିବା TELMA 40, PAN 40, O2, ZEODAL SP, RANITI, PARACETAMOL PEDIATRIC SYRUP, AMLOKIND, PARACETAMOL TABLET,PANTAPRAZOL, LIVOCETRIZINE, PANTOP 40, CLAVAM 625, RABEPRAZOLE ଭଳି ମେଡ଼ିସିନ ବ୍ରାଣ୍ଡରେ ବହୁ ନକଲି ଔଷଧ ବଜାରରେ ବୁଲୁଛି।
ବିଶ୍ବାସ ହେଉ ନଥିଲେ ବି ସତ । ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି, 4 ବର୍ଷରେ ଚିହ୍ନଟ ହେଲାଣି 168 ନକଲି ମେଡ଼ିସିନ। ସେହିପରି ଜବତ ହୋଇଛି 388ଟି ନିମ୍ନ ମାନର ମେଡ଼ିସିନ । ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଗତ 4 ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କରିଛନ୍ତି ସରକାର । ତେବେ ମନ୍ତ୍ରୀ କହିଛନ୍ତି ନକଲି ମେଡ଼ିସିନ କେଉଁଠୁ ଆସୁଛି ତାହାର ଖୋଳତାଡ଼ ହେଉଛି। ଆଗକୁ ଚଢ଼ାଉକୁ ଆହୁରି ଜୋର ଦାର କରାଯିବ।...
ଏଠାରେ ପ୍ରଶ୍ନ ଏତେ ପରିମାଣର ନକଲି ମେଡ଼ିସିନ ଆସୁଛି କେଉଁଠୁ ? ନକଲି ମେଡ଼ିସିନ ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ? କାହିଁକି ମୂଳ ପର୍ଯ୍ୟନ୍ତ ପହଁଚି ପାରୁନି ପୋଲିସ? ତଥ୍ୟ କହୁଛି କୋଭିଡ ସମୟରେ ସର୍ବାଧିକ ବଢିଛି ନକଲି ମେଡ଼ିସିନ କାରବାର। ନିକଟରେ କଟକରୁ ଜବତ ନକଲି ମେଡ଼ିସିନର ଚେର ହିମାଚଳ ପ୍ରଦେଶରେ ବାହାରି ଥିଲା । ଅନ୍ୟପଟେ କୁହାଯାଉଛି ଏବେ ଅଫ ଲାଇନ୍ ଅପେକ୍ଷା ଅନ ଲାଇନରେ ମେଡ଼ିସିନ କାରବାର ବଢିଥିବାରୁ ନକଲି ମେଡିସିନର ମାର୍କେଟ ପ୍ରବେଶ ସହଜ ହେଉଛି। ଦୋକାନ ଓ ଷ୍ଟୋର ଗୁଡିକରେ 5ରୁ 10 ପ୍ରତିଶତ ରିହାତି ମିଳୁ ଥିବା ବେଳେ ଅନ ଲାଇନରେ ମିଳୁଛି 20 ପ୍ରତିଶତରୁ ଅଧିକ ରିହାତି। ଆଉ ଏହି ରିହାତି ଲୋଭରେ ପଡ଼ି ଅଧିକରୁ ଅଧିକ ରୋଗୀ ଅନ ଲାଇନକୁ ବାଛୁଛନ୍ତି। ଯାହାକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି ନକଲି ମେଡ଼ିସିନକୁ ରୋକିବା ପାଇଁ ସାରା ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଜାରି ରହିବ। ସେପଟେ କଡା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ। ଯେଉଁମାନଙ୍କ ନିକଟରୁ ନକଲି ଓ ଅପମିଶ୍ରିତ ଔଷଧ ଧରା ପଡ଼ିଥିଲା ସେମାନଙ୍କୁ ସଂଘ ବୟକଟ କରିଛି।
ବଡ଼ କଥା ହେଉଛି ମେଡିସିନ୍ ନକଲି କି ଅସଲି, ସାଧାରଣ ଲୋକଙ୍କ ପକ୍ଷେ ଏହା ଜାଣିବା ଅସମ୍ଭବ। ତେଣୁ ସ୍ବାସ୍ଥ୍ୟ ବିଭାଗର ରୀତିମତ ଚଢ଼ାଉ ସାଙ୍ଗକୁ ନକଲି ଉତ୍ସର ମୂଳ ଉତ୍ପାଟନ ହିଁ ଫେକ୍ ମେଡିସିନ୍ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ
BodyBuilder Beaten To Death: ହୋସରେ ନଥିଲେ ବରଯାତ୍ରୀ, ବଡି ବିଲ୍ଡରଙ୍କୁ ପିଟି ପିଟି ମାରିଦେଲେ

Forgotten Heritage: ଅବହେଳିତ ଭାରତୀୟ ସଂସ୍କୃତି, ଦେଶକୁ ଖଣ୍ଡ ଖଣ୍ଡ କରୁଛି ଗୁଲାମୀ ମାନସିକତା

Free Training By Barik Sir : ବାରିକ ସାରଙ୍କ ପାଖକୁ ଗଲେ ଚାକିରି ପକ୍କା , ଅନେକ ଗରିବ ଅସହାୟଙ୍କ ସାହାରା ସାଜିଛନ୍ତି

Example Of Humanity: ପାଖରେ ପଡିଥିଲା ବିଡା ବିଡା ଟଙ୍କା , ମାନବିକତା ଭୁଲିଲେନି ଅଟୋ ଡ୍ରାଇଭର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)