Advertisment

Mamita Meher Murder Case Back in Spotlight: ପୁଣି ତାଜା ମମିତା ମେହେର ହତ୍ୟା ମାମଲା, ଗୋବିନ୍ଦଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଚର୍ଚ୍ଚା

ପୁଣି କଡ଼ ଲେଉଟାଇଛି ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ମୃତ ଅଭିଯୁକ୍ତ ଗୋବିନ୍ଦ ସାହୁର ପରିବାର ସିବିଆଇ ତଦନ୍ତ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିବା ପରେ ତାଜା ହୋଇଛି ପ୍ରସଙ୍ଗ।

author-image
Tapan Swain
Mamita Case

Mamita Case Photograph: (OTV)

ମୃତା ମମିତାଙ୍କ ବାପା-ମାଆ ବି ସିବିଆଇ ତଦନ୍ତକୁ ସ୍ବାଗତ କରିଛନ୍ତି। ଏପଟେ ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ଗୋବିନ୍ଦଙ୍କ ଝିଅ ସିଧା ସିଧା କାଠଗଡ଼ାକୁ ଟାଣିବା ପରେ ତେଜିଛି ପଲିଟିକାଲ ବୟାନବାଜି।...

Advertisment

ହତ୍ୟାକାଣ୍ଡକୁ ୪ବର୍ଷ ବିତିବାକୁ ବସିଛି । ଅଭିଯୁକ୍ତର ମୃତ୍ୟୁ ହୋଇ ସାରିଛି । ସରକାର ବି ବଦଳି ଯାଇଛି ।
ହେଲେ ପୁଣିଥରେ କଡ଼ ଲେଉଟାଇଛି ରହସ୍ୟପୂର୍ଣ୍ଣ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେର (Mamita Meher) ହତ୍ୟା ମାମଲା। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୃତ ଅଭିଯୁକ୍ତ ଗୋବିନ୍ଦ ସାହୁର ପରିବାର ମାମଲାର ସିବିଆଇ ତଦନ୍ତ ଦାବି କରିଛି, ଗୋବିନ୍ଦଙ୍କ ଝିଅ ସିଧା ତତକାଳୀନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। କହିଛନ୍ତି-ମମିତାଙ୍କୁ ଯିଏ ମାରିଛି- ସେ ମୋ ବାପାଙ୍କୁ ମାରିଛି।...

ଏଣେ ଗଣମାଧ୍ୟମରୁ ଗୋବିନ୍ଦଙ୍କ ଝିଅଙ୍କ ବୟାନ ଶୁଣିବା ପରଠୁ, ମୃତା ମମିତାଙ୍କ ବାପା-ମାଆଙ୍କ ମନରେ ବି ଉଜ୍ଜିବୀତ ହୋଇଛି ନ୍ୟାୟ ଆଶା। ଲୁହ ଛଳଛଳ ଆଖିରେ କହିଛନ୍ତି ଅଲିଅଳି ଝିଅକୁ ଝୁରି ଝୁରି ଆଜି ସେମାନେ ହୃଦରୋଗୀ, ଗତ ସରକାର ଅମଳରେ ଆମେ ବି ସିବିଆଇ ତଦନ୍ତ ପାଇଁ ଗୁହାରି କରିଥିଲୁ, ହେଲେ କେହି ଶୁଣିନଥିଲେ। ଯଦି ସିବିଆଇ ଅସଲ ହତ୍ୟାକାରୀକୁ ଧରେ, ଆମ ଝିଅକୁ ନିଶ୍ଚେ ନ୍ୟାୟ ମିଳିବ।...

Advertisment

୨୦୨୧ ଅକ୍ଟୋବର ୮। ତୁରେକେଲା ଥାନା ଝରଣୀ ଗାଁରୁ କଳାହାଣ୍ଡି ମହାଲିଙ୍ଗ ଯାଇ ଆଉ ଫେରିନଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ୧୧ ଦିନ ପରେ ମହାଲିଙ୍ଗ କଲେଜ ପଡିଆ ମଝି ମାଟିତଳୁ ଉଦ୍ଧାର ହେଇଥିଲା ତାଙ୍କ ଦରପୋଡା ଶବ। ରାଜ୍ୟ ରାଜନୀତିରେ ଏ ଘଟଣାକୁ ତମ୍ବିତୋଫାନ ସୃଷ୍ଟି କରିଥିଲା। ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ନିଶାନା କରିଥିଲେ ମମିତାଙ୍କ ପରିବାର। 

ପରେ ମହାଲିଙ୍ଗ କଲେଜ ନିର୍ଦେଶକ ଗୋବିନ୍ଦ ସାହୁକୁ ବାନ୍ଧି ଜେଲ୍ ପଠାଇଲା ପୋଲିସ୍। ଦିବ୍ୟଶଙ୍କରଙ୍କ ପ୍ରତିଟି ଗତିବିଧିର ତଦନ୍ତ ପରିସରଭୁକ୍ତ ହେଲା। ହେଲେ ହଠାତ୍ କଣ୍ଟାବାଞ୍ଜି ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଜଳୁଥିବା ପ୍ରସଙ୍ଗରେ ପାଣି ପକାଇଦେଲା। ତେବେ ଗତକାଲି ଗୋବିନ୍ଦଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ପୁଣି ତାଜା ହୋଇଛି ଉକ୍ତ ମାମଲା। ଆଇନ୍ ବିଶେଷଜ୍ଞ ବି କହିଲେଣି- ସିବିଆଇ ତଦନ୍ତ ହେଲେ ବହୁ ଲୁକାୟିତ ତଥ୍ୟ ପଦାକୁ ଆସିବ।....

ଯଦିଓ ମୃତ ଗୋବିନ୍ଦ ସାହୁଙ୍କ ଝିଅ ଆଣିଥିବା ଅଭିଯୋଗ ଉପରେ ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ, ତେବେ କାଲିର ଘଟଣାକୁ ନେଇ ତେଜିଛି ପଲିଟିକାଲ ବୟାନବାଜି। ବିଜେପି କହିଛି-ମହାଲିଙ୍ଗ କଲେଜକୁ ବିଜେଡ଼ି ନେତାମାନେ ନିୟମିତ ଯାଉଥିଲେ। ମମିତା ହତ୍ୟାକାରୀଙ୍କୁ ପୂର୍ବ ସରକାର ଘଣ୍ଟ ଘୋଡାଇଥିଲେ। ମୋହନ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ। ଜବାବରେ ବିଜେଡି କହିଛି- ସତ୍ୟକୁ କେହି ଚପାଇ ପାରିବେନି | ମମିତା ଫାଇଲ୍ ଖୋଲିଲେ ବିଜେଡି ପାଇଁ ଅଡୁଆ ହେବ କି ନାହିଁ ତାହା ସମୟ କହିବ।...

Mamita Meher Case
Advertisment
Related Articles
Advertisment