/odishatv-khabar/media/media_files/2025/11/01/death-2025-11-01-21-06-22.jpg)
DEATH Photograph: (OTV)
ବରଗଡ଼ରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମିଳିଲା ୪ ଜଣଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ବେକରେ ଦଉଡ଼ି ଲଗେଇ ବୃଦ୍ଧ ଦମ୍ପତି ଜୀବନ ହାରିଥିବା ସୂଚନା ମିଳିଛି। ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ପଞ୍ଚାୟତର ଗଞ୍ଜିହା ଟିକ୍ରାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ପାଇ ସଦର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦମ୍ପତି ହେଲେ ୭୦ ବର୍ଷୀୟ କିରଟି ପଧାନ ଓ ୬୫ ବର୍ଷୀୟା ଶାନ୍ତି ପଧାନ। ଉଭୟ କୌଣସି କାରଣକୁ ନେଇ ମାନସିକ ଚାପରେ ଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି। ଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅନ୍ୟପଟେ ଅତାବିରା ଥାନା କୁମେଲସିଂହା ଗ୍ରାମର ବିଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ଉଦ୍ଧାର କରି ଅତାବିରା ପୋଲିସର ତଦନ୍ତ ଜାରି। ଆମ୍ବ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଉଭୟ ପ୍ରେମୀ ଯୁଗଳ। ଘଟଣା ସ୍ଥଳରୁ ପୋଲିସ ଦୁଇଜଣଙ୍କ ଝୁଲନ୍ତା ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l
ବରଗଡ଼ରେ ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘର ବାରଣ୍ଡାରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା
ବରଗଡ଼ ସଦର ଥାନା ଗଞ୍ଜିହା ଟିକ୍ରା ଗାଁରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା
ବୃଦ୍ଧ ଦମ୍ପତି ମାନସିକ ଚାପରେ ଥିବା ପରିବାର ଲୋକଙ୍କ ସୂଚନା
ଅତାବିରା କୁମେଲସିଂହା ଗାଁରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଦୁଇଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
Dhabaleswar Temple: ଦୁଇ ଚକିଆକୁ ଛାଡ଼ି ବାକି ସବୁ ଗାଡ଼ିକୁ ମନା , ଭକ୍ତ ଭୋଗିଲେ କଷ୍ଟ

Stampede: ବଡ ଅଘଟଣ, ମନ୍ଦିରରେ ଦଳାଚକଟା...୧୦ରୁ ଅଧିକ ମୃତ

Odia Youth to Get Jobs: ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା, ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

From Waste to Wealth: ଗୋବରର ଏତେ ଡିମାଣ୍ଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତ କରୁଛି…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)