Advertisment

Fake Cop Busted in Bhadrak: ଖେଳନା ବନ୍ଧୁକ ଦେଖି ଡରାଉଥିଲା...କେବେ ଆର୍ମି, କେବେ ପୋଲିସ ବର୍ଦ୍ଦି ପିନ୍ଧି ଦବଙ୍ଗଗିରି କରୁଥିଲା

ନକଲି ବନ୍ଧୁକ ଆଉ ପୋଲିସ ଲୋଗୋ ଓ ସାଇରନ୍ ଲାଗିଥିବା ଗାଡ଼ି ଧରି ପହଞ୍ଚିଯାଉଥିଲେ ଦବଙ୍ଗଗିରି ଦେଖାଇବାକୁ। ପୋଲିସଙ୍କ ବ୍ୟାଚ ଆଉ ନେମପ୍ଲେଟ୍ ବ୍ୟବହାର କରି ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଝାରଖଣ୍ଡରେ ବୁଲି ବୁଲି ଠକାମୀର ସାମ୍ରାଜ୍ୟ ଚଳାଉଥିଲା ରାହୁଲ।

author-image
Manas Ranjan Mohanty
Bhadrak Fake Police

Bhadrak Fake Police Photograph: (OTV)

ନାଁ ରାହୁଲ ସିଂ ରାଣାଓ୍ୱତ୍। ଘର ଝାଡ଼ଖଣ୍ଡର ଧନବାଦ। ଆଉ ପରିଚୟ ନକଲି ପୋଲିସ ଅଫିସର୍। ଆର୍ମି ହେୟାର ଷ୍ଟାଇଲ୍ ଓ ଦବଙ୍ଗ ଷ୍ଟାଇଲ୍ ନିଶ ରଖିଥିବା ମହାଶୟ ଜଣକ ହେଉଛନ୍ତି ଜଣେ କୁଖ୍ୟାତ କଳାକାର। ଯାହାଙ୍କ କାରନାମା ଆପଣଙ୍କ ଉଡ଼ାଇଦେବ ହୋସ୍। କାରଣ ବାବୁଙ୍କୁ ଘାରିଥିଲା ପୋଲିସ ପୋଷାକ ପିନ୍ଧି ଟଙ୍କା କମାଇବା ନିଶା।

Advertisment

ବୁଲି ବୁଲି ଠକାମୀର ସାମ୍ରାଜ୍ୟ ଚଳାଉଥିଲା

କେବେ ଆର୍ମି, କେବେ RPF ତ ଆଉ କେବେ ପୋଲିସ ଅଫିସର ହୋଇ ଉଭା ହେଉଥିଲେ ବାବୁ। ନକଲି ବନ୍ଧୁକ ଆଉ ପୋଲିସ ଲୋଗୋ ଓ ସାଇରନ୍ ଲାଗିଥିବା ଗାଡ଼ି ଧରି ପହଞ୍ଚିଯାଉଥିଲେ ଦବଙ୍ଗଗିରି ଦେଖାଇବାକୁ। ପୋଲିସଙ୍କ ବ୍ୟାଚ ଆଉ ନେମପ୍ଲେଟ୍ ବ୍ୟବହାର କରି ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ଝାରଖଣ୍ଡରେ ବୁଲି ବୁଲି ଠକାମୀର ସାମ୍ରାଜ୍ୟ ଚଳାଉଥିଲା ରାହୁଲ। ହେଲେ ସିଏ ଭଦ୍ରକରେ ଥିବା ବେଳେ ଖବର ପାଇ ଚଢ଼ାଉ କରିଥିଲା ଭଦ୍ରକ ଗ୍ରାମାଂଚଳ ପୋଲିସ। ଆଉ ଅସଲି ପୋଲିସ ପଞ୍ଝାରେ ପଡ଼ିଥିଲା ଏହି ବହୁରୂପୀ ନକଲି ପୋଲିସ୍।

ଭଦ୍ରକର ଏକ ହୋଟେଲ ନିକଟରେ ଅନେକ ଦିନ ହେବ ଝାଡ଼ଖଣ୍ଡ ରେଜିଷ୍ଟ୍ରେସନ ଥିବା କାର ଦେଖି ସନ୍ଦେହ ହେବାରୁ ପୋଲିସ ଖୋଳତାଡ଼ କରିବା ବେଳେ ଧରାପଡ଼ିଥିଲା ରାହୁଲ। ତା ପାଖରୁ ପୋଲିସ ଓ ଆର୍ମି ପୋଷାକ, ବିଭିନ୍ନ ରାଜ୍ୟର ପୋଲିସ ବ୍ୟାଚ, ହୁଇସିଲ୍, କାର, ପୋଲିସ ସାଇରନ, ବନ୍ଧୁକ, ଏଟିଏମ କାର୍ଡ, ଵ୍ୟାଙ୍କ ଚେକବୁକ ଜବତ ହୋଇଛି।

ତେବେ ଏଠି ପ୍ରଶ୍ନ ଦୀର୍ଘ ଦିନ ଧରି  Bhadrak  ଅଞ୍ଚଳରେ କିପରି ରହୁଥିଲା ଏହି ଠକ? କେମିତି ଏ ସମ୍ପର୍କରେ କେହି ଟେର୍ ପାଇନଥିଲେ ? ଆଉ ସାଧାରଣ ବାସିନ୍ଦା ଏଠି କେତେ ସୁରକ୍ଷିତ ? ପୋଲିସ ପ୍ରଶାସନକୁ ଏବେ ଏଭଳି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ। 

ଦୀର୍ଘ ଦିନ ଧରି ପୋଲିସ ପରିଚୟରେ ଠକାମୀର ସାମ୍ରାଜ୍ୟ ଚଳାଇଥିଲା ରାହୁଲ। ଏବେ ତଦନ୍ତ ଚାଲୁଥିବାରୁ ତାର ଅଧିକ ଗୁମର ଫିଟିବାର ସମ୍ଭାବନା ରହିଛି । 

Advertisment

Bhadrak
Advertisment
Related Articles
Advertisment