Advertisment

Multi-State Probe: ଗଞ୍ଜାମର ବାଲି କାରବାର ନେଇ ଖୋଳତାଡ଼ ଜୋର୍,  ୬ ରାଜ୍ୟକୁ ଯାଇ ଚେର ଖୋଜୁଛି ED

ଗଞ୍ଜାମର ବାଲି ମାଫିଆଙ୍କ ଚେର ଲମ୍ବିଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଯାଏଁ। ଆଉ ଏଇ ଚେରକୁ ଖୋଜିବାକୁ ଏବେ ପଡ଼ୋଶୀ ରାଜ୍ୟରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)।

author-image
Tapan Swain
ED

ED Photograph: (OTV)

ଗଞ୍ଜାମର ବାଲି ମାଫିଆଙ୍କ ଚେର ଲମ୍ବିଛି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଯାଏଁ। ଆଉ ଏଇ ଚେରକୁ ଖୋଜିବାକୁ ଏବେ ପଡ଼ୋଶୀ ରାଜ୍ୟରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)।

Advertisment

ଗଞ୍ଜାମରେ ଦୀର୍ଘ ବର୍ଷ ଧରି ବେଆଇନ ବାଲି କାରବାର ଚଲାଉଥିବା ମାଷ୍ଟର ମାଇଣ୍ଡ କୃପାସିନ୍ଧୁ ମୁଦୁଲିର ଚେର କେଉଁ ଯାଏଁ ଲମ୍ବିଛି ତାର ସନ୍ଧାନ ପାଇଁ ଲାଗିଛି ଇଡି। ଏନେଇ ୬ ରାଜ୍ୟକୁ ଯାଇ ତଦନ୍ତ ଆରମ୍ଭ କରିଛି। ତା ସହ ରେଡ୍ ବେଳେ ମିଳିଥିବା ଅଢ଼େଇ କୋଟି ଟଙ୍କା କ୍ୟାସ୍ କୁ ନେଇ ବି ଖୋଳତାଡ଼ ଚାଲିଛି। 

ତିନି ଦିନ ତଳେ ଗଞ୍ଜାମର ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ରେଡ୍ ହୋଇଥିଲା। ପରେ ହୃଷିକେଶଙ୍କ ସମେତ ଗଞ୍ଜାମ ଜିଲ୍ଲାର ୮ରୁ ୧୦ ବାହୁବଳୀ ବାଲି ଓ ମଦ ମାଫିଆଙ୍କ ଠିକଣାରେ ଇଡି ଘନ ଘନ ଯାଞ୍ଚ କରିଥିଲା। ଏହି ଯାଞ୍ଚରେ ମିଳିଥିବା ଆଲମାରୀ ଭର୍ତ୍ତି ଟଙ୍କା କାହାର ତାକୁ ନେଇ ତଦନ୍ତ ଚାଲିଛି।

Advertisment

ରେଡ୍ ବେଳେ ବାଲି ମାଫିଆଙ୍କ ଚୋରା ମଦ କାରବାର ସମ୍ପର୍କରେ ମଧ୍ୟ ମିଳିଛି ବଡ଼ ସୁରାକ। ଗଞ୍ଜାମରେ ବାଲି ମାଫିଆ ଚଳାଉଛନ୍ତି ବେଆଇନ୍ ଦେଶୀ ମଦ ଭାଟି।

‘ଗଞ୍ଜାମ ବାଲି’: ୬ ରାଜ୍ୟରେ ED
ଅନ୍ୟ ରାଜ୍ୟରେ ବି ଆରମ୍ଭ ହେଲା ED ତଦନ୍ତ

ଗଞ୍ଜାମରୁ ଆନ୍ଧ୍ର ଲମ୍ବିଛି ବେଆଇନ ବାଲି ବେପାର
ସିଣ୍ଡିକେଟର ମାଷ୍ଟରମାଇଣ୍ଡ କୃପାସିନ୍ଧୁ ମୁଦୁଲି
ଅନ୍ୟ କାହାର ଲିଙ୍କ୍, ଚାଲିଛି ଖୋଳତାଡ଼

Raid ED
Advertisment
Related Articles
Advertisment