/odishatv-khabar/media/media_files/2025/11/11/delhi-blast-eyewitness-2025-11-11-18-01-59.jpg)
Delhi-Blast-Eyewitness Photograph: (OTV)
ଦେହରୁ ଫୁସ୍ଫୁସ୍ ବାହାରି ପଡିଥିଲା ରାସ୍ତାରେ । କୋଉଠି ଛିଣ୍ଡା ହାତ... କାହାର ମୁଣ୍ଡ ନଥିଲା ତ କାହାର ଗୋଡ ନଥିଲା । ଛାତି ଥରାଇବା ଭଳି ବିସ୍ଫୋରଣ । ଲୋମଟାଙ୍କୁରି ଉଠିବା ଭଳି ଦୃଶ୍ୟ... ଆଖି ସାମ୍ନାରେ ଖଣ୍ଡ ବିଖଣ୍ଡିତ ଶରୀର ସବୁ ନିର୍ବାକ କରିଦେଇଥିଲା ପ୍ରତ୍ୟକ୍ଷଦର୍ଶୀଙ୍କୁ । ଦିଲ୍ଲୀ ବିସ୍ଫୋରଣ ପରେ ନିଜ ଆଖିରେ ଦେଖିଥିବା ସେଇ ହୃଦୟ ବିଦାରକ ଦୃଶ୍ୟକୁ ବଖାଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ
ଆତ୍ମୀୟଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡୁଛି ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳ । ଲୁହ, ଭୟ ଆଉ ଆତଙ୍କ... କେହି କେବେ ଚିନ୍ତା ବି କରିନଥିବେ ଜାତୀୟ ରାଜଧାନୀର ଛାତି ଉପରେ ଏମିତି ଭୟାନକ, ବର୍ବର ଆକ୍ରମଣକୁ ।
ସନ୍ଧ୍ୟା ୬ଟା ୫୨ ମିନିଟ୍ । ସବୁଦିନ ଭଳି ବ୍ୟସ୍ତବହୁଳ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ଲାଗିଥାଏ ପ୍ରବଳ ଗହଳି । ଏତିକି ବେଳେ ହଠାତ୍ ହେଲା ପ୍ରଚଣ୍ଡ ବିସ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ରକ୍ତରେ ଭିଜିଗଲା ଐତିହାସିକ ଲାଲକିଲ୍ଲା ରୋଡ୍ । ହୁତୁ ହୁତୁ ଜଳିଲା ଗାଡିମୋଟର, ଛିନଛତ୍ର ହୋଇଗଲେ ମଣିଷ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଥରି ଉଠିଥିଲା । ଆଖପାଖର ଦୋକାନ ବଜାର, ଘରଦ୍ୱାର ଦୋହଲିଗଲା । ପୃଥିବୀ ଫାଟିଲା ଭଳି ଲାଗିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ଲାଲକିଲ୍ଲା ପାଖରେ ବିସ୍ଫୋରଣରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ବିସ୍ଫୋରଣର ଠିକ୍ ପୂର୍ବରୁ କଣ ଘଟିଥିଲା, ସାମ୍ନାକୁ ଆସିଛି ଏହାର ସିସିଟିଭି ଫୁଟେଜ। ଯେଉଁଥିରେ ନଜର ଆସିଛି ଦିଲ୍ଲୀ ବିସ୍ଫୋରଣ ଘଟଣା ସନ୍ଦିଗ୍ଧ ଉମର । ଏହି ଘଟଣା ପରେ ହାଇଆଲର୍ଟରେ ଅଛି ସାରା ଦେଶ । UAPA ଆଧାରରେ ମାମଲା ରୁଜୁ କରି ଛାନଭିନ ଚଳାଇଛି ଦିଲ୍ଲୀ ପୋଲିସ ।
MD OMC Visits Iron Ore Mines: ବଡ଼ବିଲ ଖଣି ଅଞ୍ଚଳ ପରିଦର୍ଶନ କଲେ ଓଏମ୍ସି ଏମ୍ଡ଼ି, ଉତ୍ପାଦନ ବୃଦ୍ଧି ପାଇଁ କଲେ ଆଲୋଚନା

Fairy Tale Romance: ଧର୍ମେନ୍ଦ୍ର ହେମାଙ୍କ ଏମିତି ପ୍ରେମ କାହାଣୀ, ବିବାହ ପାଇଁ ବଦଳାଇବାକୁ ପଡ଼ିଥିଲା ଧର୍ମ

Sindoor's Sacred Mystery: ମଙ୍ଗଳବାର ହନୁମାନଙ୍କ ପ୍ରତିମାରେ କାହିଁକି ଚଢାଯାଏ ସିନ୍ଦୂର?

Prathamastami 2025: କାହିଁକି ପାଳନ କରାଯାଏ ପ୍ରଥମାଷ୍ଟମୀ , କ’ଣ କୁହେ ପରମ୍ପରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)