Advertisment

BJP Alleges Political Conspiracy: ଶୁଭମିତ୍ରା ମର୍ଡର ପଛରେ ଯାଜପୁର ପଲିଟିକାଲ୍ ଲିଙ୍କ୍ ! ସେ ଶକ୍ତିଶାଳୀ ବ୍ୟକ୍ତି କିଏ ?

ଶୁଭମିତ୍ରା ମୃତ୍ୟୁ ଘଟଣାରେ ବିଜେଡି ଲିଙ୍କ୍ ! କ୍ରାଇମ୍ ପଛରେ ଯାଜପୁରର ପାୱାରଫୁଲ ନେତାଙ୍କ ହାତ ! ଯାଜପୁରର ସେ ଶକ୍ତିଶାଳୀ ବ୍ୟକ୍ତି କିଏ ? କାହା ଚାପରେ ଦୀପକକୁ ଖସାଯାଇଥିଲା ? ପ୍ରଥମ ସ୍ତ୍ରୀକୁ ହତ୍ୟା ବେଳେ କିଏ ତଦନ୍ତ କରିଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ସନ୍ତୋଷ ଖଟୁଆ ।

author-image
Manas Ranjan Mohanty
Subhamitra case

Subhamitra case Photograph: (OTV)

ଶୁଭମିତ୍ରା ମୃତ୍ୟୁ ଘଟଣାରେ ବିଜେଡି ଲିଙ୍କ୍ ! କ୍ରାଇମ୍ ପଛରେ ଯାଜପୁରର ପାୱାରଫୁଲ ନେତାଙ୍କ ହାତ ! ଯାଜପୁରର ସେ ଶକ୍ତିଶାଳୀ ବ୍ୟକ୍ତି କିଏ ? କାହା ଚାପରେ ଦୀପକକୁ ଖସାଯାଇଥିଲା ? ପ୍ରଥମ ସ୍ତ୍ରୀକୁ ହତ୍ୟା ବେଳେ କିଏ ତଦନ୍ତ କରିଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଖାଲି ସେତିକି ନୁହେଁ, କେଉଁ ଗଳାବାଟ ଦେଇ ୨୦୦୯ରେ ଦୀପକ କନେଷ୍ଟବଳ ଚାକିରି କରିଥିଲେ, ଗୋଟିଏ ଜାଗାରେ ୧୬ ବର୍ଷ କେମିତି ରହିଥିଲେ ? ଏମିତି ଅନେକ ପ୍ରଶ୍ନ ବିଜେଡ଼ି ପଚାରିବା ସହ ତୁମେ ବିଷ ଗଛ ଲଗେଇବ ଆଉ ଫଳ ଆମକୁ ଦେବ ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । 

Advertisment

ପ୍ରତିକ୍ରିୟା ରଖିଛି ବିଜେଡି

ବିଧାୟକ ସନ୍ତୋଷ ଖଟୁଆଙ୍କ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ସବୁ କଥାରେ ପୂର୍ବ ସରକାରକୁ ଦୋଷ ଲଦିବା ବିଜେପିର ଅଭ୍ୟାସ । ସନ୍ତୋଷ ଖଟୁଆଙ୍କ ଅଭିଯୋଗ ଅମୂଳକ । ଯେତେବେଳେ ଏଇ ସରକାରରେ କିଛି ପ୍ରସଙ୍ଗ ଆସୁଛି ପୂର୍ବ ସରକାର ଉପରେ ଦୋଷ ଲଦୁଛନ୍ତି । ସେପଟେ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଥିଲେ ମହିଳା ପୋଲିସ୍ କନଷ୍ଟେବଳ ବି ସୁରକ୍ଷିତ ନୁହେଁ ।  ତାଙ୍କୁ ବି ହତ୍ୟା କରାଯାଇଛି ।  

ତେବେ ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ବରରେ ହତ୍ୟା... କେନ୍ଦୁଝରରୁ ମୃତଦେହ... ଆଉ ଯାଜପୁରରୁ ମୃତ୍ୟୁର  ଷଡ଼ଯନ୍ତ୍ରକୁ ନେଇ ବିଜେପି ବିଧାୟକଙ୍କ ଏଭଳି ସାଂଘାତିକ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି । 

BJP
Advertisment
Related Articles
Advertisment