/odishatv-khabar/media/media_files/2025/10/22/bikram-panda-tribute-to-pitabas-2025-10-22-18-12-48.jpg)
Bikram-panda-tribute-to-pitabas Photograph: (OTV)
ବନ୍ଧୁ ହିଁ ଖଳନାୟକ... ଯେଉଁ ହାତ ଫୁଲମାଳା ଚଢାଇଥିଲା, ସେଇ ହାତ ଦେଇଥିଲା ମର୍ଡର ସୁପାରି...ଯିଏ ସେଦିନ ବନ୍ଧୁ ବେଶରେ ସାନ୍ତ୍ୱନା ଦେବାକୁ ଆସିଥିଲା, ସେଇ ହିଁ ରଚିଥିଲା ରକ୍ତର ଖେଳ... ଯେଉଁ ହାତ ପିଠି ଥାପୁଡାଉଥିଲା, ସେ ହାତ ହିଁ କରିଥିଲା ବାପ ଛେଉଣ୍ଡ । କିଏ ବା ଜାଣିଥିଲା...ଏସବୁ ଥିଲା କେବଳ ଡ୍ରାମା, ଅଭିନୟ... ଆଉ ଅଭିନୟ ଏମିତି ଯେ, ବଡ ବଡ ଅଭିନେତା ବି ଫେଲ୍ ମାରିଯିବେ ।
ଏଭଳି କିଛି ଦେଖିବାକୁ ମିଳିଥିଲା ୭ ତାରିଖ ଦିନ କୋର୍ଟ ପରିସରରେ ପୀତବାସ ପଣ୍ଡାଙ୍କ ଶେଷ ଦର୍ଶନ ବେଳର । ପୀତବାସଙ୍କ ପାର୍ଥିବ ଶରୀରରେ ଫୁଲମାଳ ଚଢାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଜେଡି ନେତା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଯାହାକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ତାକୁ ହତ୍ୟା ଷଡଯନ୍ତ୍ରରେ ଅଭିଯୋଗରେ ଆଜି ବନ୍ଧା ହୋଇଛନ୍ତି ।
ସେଦିନ ଦରଦୀ ବନ୍ଧୁ ଦେଖାଇ ହେଉଥିବା ଏ ଥିଲା ଖୁନୀ ଚେହେରା । ପୀତବାସଙ୍କ ହତ୍ୟା ପରେ ତାଙ୍କର ଘରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେଇଥିଲେ ପୁଅର ପିଠି ଥାପୁଡେଇ କୋଳେଇ ନେଇଥିଲେ । ସତ ଲୁଚାଇବାକୁ ଏ ସବୁ ଥିଲା କି ଅଭିନୟ ? ଧରା ନପଡିବାକୁ ବିକ୍ରମ ରଚିଥିଲେ ଫୁଲ୍ ପ୍ରୁଫ୍ ପ୍ଲାନ୍ । ଆଜି ପ୍ରେସମିଟ୍ରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଅସଲ ମୁଖା ଖୋଲିଦେଇଛି ବ୍ରହ୍ମପୁର ପୋଲିସ । ପୀତବାସ ଷଡଯନ୍ତ୍ରରେ ବନ୍ଧା ହୋଇଛନ୍ତି ବିକ୍ରମ ପଣ୍ଡା।
ପୀତବାସ ପଣ୍ଡା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ । ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ କରିଥିଲେ ମର୍ଡର ପ୍ଲାନିଂ । ମର୍ଡର ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍ । ଆସିଥିଲେ ସାର୍ପ-ସୁଟର । ରେକି କରିଥିଲେ । ଆଉ ୬ ତାରିଖ ରାତିରେ ପୀତବାସଙ୍କୁ ଅଟକାଇ ନମସ୍କାର କରିବା ପରେ ମାରିଥିଲେ ଗୁଳି । ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାରେ ବିକ୍ରମଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୩ ଫେରାର ଅଛନ୍ତି ।
Pitabas Panda Murder Case: ପୀତବାସ ହତ୍ୟାକାଣ୍ଡର A ଟୁ Z, ଏସ୍ପିଙ୍କ ଫୁଲ୍ ପ୍ରେସମିଟ୍

Sant Premanand Maharaj: କାହିଁକି କାନ୍ଦିଲେ ସନ୍ଥ ପ୍ରେମାନନ୍ଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

BLA Attack: ପାକିସ୍ତାନକୁ ମିଳୁନି ରାହା , ପୂର୍ବରୁ ୨୦ ଏବେ ୭ ସେନା ମୃତ

Triple Cyclone Threat: ସମୁଦ୍ରରେ ଗର୍ଜନ କରୁଛି ୩ ଲଘୁଚାପ ! ଟାର୍ଗେଟରେ ଅଛି କି ଓଡ଼ିଶା ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)