/odishatv-khabar/media/media_files/2026/02/20/ai-camera-2026-02-20-19-40-04.jpg)
AI Camera Photograph: (OTV)
AI କ୍ୟାମେରା ଧରିଲା ୩୯ ଶିକାରୀ। ଶିମିଳିପାଳରୁ ୩୯ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ଶିମିଳିପାଳ ଅଭୟାରଣ୍ୟର ସାଉଥ୍ ଡିଭିଜନରେ ଶିକାରୀ ପଶିଥିବା ନେଇ ଏଆଇ କ୍ୟାମେରାରେ ନଜର ଆସିଥିଲା। ଖବର ପାଇ ଶିମିଳିପାଳର ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ, ବନ କର୍ମଚାରୀ ମିଳିତ ଭାବେ ଅଭୟାରଣ୍ୟରେ ଚଢାଉ କରିଥିଲେ।
ଏଆଇ କ୍ୟାମେରା ସଠିକ୍ ଲୋକେସନ ସହ ସଠିକ୍ ସମୟରେ ଦେଇଥିଲା ଖବର
ଚଢାଉ ବେଳେ ୩୯ ଶିକାରୀଙ୍କୁ ଗିରଫ କରିବା ସହ ୯ ଟି ଦେଶୀ ବନ୍ଧୁକ, ୨୦ ଟି ଧନୁ ,ବିପୁଳ ପରିମାଣର ବିସ୍ଫୋରକ ସହ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ବନ ବିଭାଗ। ଗିରଫ ସମସ୍ତ ଶିକାରୀ ଶିମିଳିପାଳ ଅଭୟାରଣ୍ୟ ନିକଟସ୍ଥ ଉଦଳା ଥାନା ଅଞ୍ଚଳର । ଏଆଇ କ୍ୟାମେରା ସଠିକ୍ ଲୋକେସନ ସହ ସଠିକ୍ ସମୟରେ ଖବର ଦେଇଥିବାରୁ ଏପରି ଏକ ବଡ ଶିକାର ଯୋଜନାକୁ ପଣ୍ଡ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।
ଶିମିଳିପାଳରୁ ୩୯ ଶିକାରୀ ଗିରଫ
AI କ୍ୟାମେରା ଧରାଇଦେଲା ୩୯ ଶିକାରୀ
୯ ବନ୍ଧୁକ, ୨୦ ଟି ଧନୁ, ବିପୁଳ ପରିମାଣର ବିସ୍ଫୋରକ ଜବତ
ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ
Ancient Roots Revealed: ଓଡ଼ିଶାର ଏଇଠି ୪ ହଜାର ବର୍ଷ ତଳେ ଥିଲା ସଂଗଠିତ ଗାଁ, ଖନନ ପରେ ଠାବ କଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା

Shocking Murder: କାର୍ଗିଲ ଯୋଦ୍ଧାଙ୍କ ଜଘନ୍ୟ କାଣ୍ଡ; ସ୍ତ୍ରୀ ଓ ପୁଅର ରକ୍ତରେ ଖେଳିଲେ ହୋଲି, ତା' ପରେ...

Shocking Education Report: ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର, ପାଠ ଛାଡ଼ିଛନ୍ତି ୧୫% ପିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)