/odishatv-khabar/media/media_files/2025/09/24/maharastra-2025-09-24-21-26-00.jpg)
maharastra Photograph: (OTV)
ମେଡିକାଲ ପଢ଼ିଥାଆନ୍ତେ । ଡାକ୍ତର ହୋଇ ରୋଗୀ ସେବା କରିଥାନ୍ତେ । ନାଁ ଲେଖାଇବାକୁ ଅନୁଷ୍ଠିତ ନିଟ ପରୀକ୍ଷାରେ ଦମଦାର ପ୍ରଦର୍ଶନ କରିଥିଲେ । ୧୦୦ରୁ ୯୯.୯୯% ମାର୍କ ରଖି ନିଜ ଟ୍ୟାଲେଣ୍ଟରେ ସମସ୍ତଙ୍କୁ ଚମକାଇ ଦେଇଥିଲେ । ମାର୍କ ଦେଖି ପରିବାର ଲୋକ ଓ ବନ୍ଧୁବାନ୍ଧବ ଖୁସି ଥିଲେ । ୧୯ ବର୍ଷୀୟ ପୁଅକୁ ମେଡିକାଲ କଲେଜରେ ନାଁ ଲେଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ଆଉ ମାତ୍ର ଗୋଟିଏ ଦିନ ପରେ ନାଁ ଲେଖା ହେବାର ଥିଲା । କିନ୍ତୁ ଘଟିଗଲା କିଛି ଅଲଗା ।
ଯେଉଁ ଦିନ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଯିବାର ଥିଲା, ସେହିଦିନ ଛାତ୍ର (Medical student) ଜଣଙ୍କ ନେଲେ ଚରମ ପଦକ୍ଷେପ। ଘରର ରୁମ ଭିତରେ କଲେ ଆତ୍ମହତ୍ୟା। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା ।
ଡାକ୍ତର ହେବାକୁ ଚାହୁଁନଥିଲେ
ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ଅନୁରାଗ ଅନୀଲ ବୋରକର। ତାଙ୍କ ପାଖରୁ ଗୋଟିଏ ସୁଇସାଇଡ(Suicide) ନୋଟ ଜବତ ହୋଇଛି। ଏଥିରେ ସେ ଡାକ୍ତର ହେବାକୁ ଚାହୁଁ ନଥିବା ଉଲ୍ଲେଖ କରିଛନ୍ତି। ଖାସ ଏହି କାରଣ ପାଇଁ ଜୀବନ ହାରିଥିବା ସେ ସୁଇସାଇଡ ନୋଟରେ କହିଛନ୍ତି।
ସିନ୍ଦେୱାହି ତାଲୁକାର ନବରଗାଓଁରେ ଅନୁରାଗ ତାଙ୍କ ପରିବାର ଲୋକଙ୍କ ସହ ରହୁଥିଲେ। ନିଟ୍ ୟୁଜି ୨୦୨୫(NEET UG 2025) ପରୀକ୍ଷାରେ ସେ ୯୯.୯୯% ମାର୍କ ରଖିଥିଲେ। ସର୍ବଭାରତୀୟ ସ୍ତରରେ ତାଙ୍କ ରାଙ୍କ ଓବିସି ବର୍ଗରେ ୧୪୭୫ ରହିଥିଲା। ଏହି ସଫଳତା ପରେ ପରିବାର ଲୋକ ତାଙ୍କୁ ଉତ୍ତର ପ୍ରଦେଶର ଗୋରଖପୁର ପଠାଇବାକୁ ଯୋଜନା କରିଥିଲେ।
ସେଠାରେ ସେ ଏମବିବିଏସ୍ ପାଠ୍ୟକ୍ରମରେ ନାଁ ଲେଖାଇ ଥାଆନ୍ତେ। ଏହାକୁ ନେଇ ବେଶ ଚିନ୍ତାରେ ଥିଲେ ଅନୁରାଗ। କାରଣ ସେ ଡାକ୍ତର ହେବାକୁ ଚାହୁଁ ନଥିଲେ। ତଥାପି ପରିବାର ଲୋକଙ୍କ ସ୍ୱପ୍ନ ଆଗରେ ସେ ମୁହଁ ଖୋଲି ପାରୁ ନଥିଲେ।
କିନ୍ତୁ ପରିବାର ଲୋକ ତାଙ୍କୁ ଗୋରଖପୁର ପଠାଇବା ପୂର୍ବରୁ ଅନୁରାଗ ତାଙ୍କ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଝୁଲନ୍ତା ମୃତଦେହ ଘରର ଗୋଟିଏ ରୁମରୁ ଜବତ କରାଯାଇଛି। ପୁଲିସ୍ ସୁଇସାଇଡ ନୋଟକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।
Nuapada Village Bans Liquor: ନିଶା କାରବାର କଲେ ୫୦ ହଜାର ଫାଇନ ସହ ୨୦ ବର୍ଷ ଗାଁରୁ ବାସନ୍ଦ, ନିଷ୍ପତ୍ତି ନେଲେ ଗାଁ ଲୋକେ

Likes Over Life: ଲାଇକ୍ସ, ଭିଉଜ୍ ପାଇଁ କିଛି ବି...ଭୟଙ୍କର ରିଲ୍ସ ନିଶା, ଭାଇରାଲ ହେବାକୁ ଜୀବନକୁ ବାଜି

13-Year-Old Afghan Boy: ୯୦ ମିନିଟ୍ ମୃତ୍ୟୁର ଯାତ୍ରା, କାବୁଲରୁ ଦିଲ୍ଲୀ ଆକାଶକୁ ଉଡ଼ି ଉଡ଼ି ଆସିଲେ

Sexually Harassing Women Students: ଆଶ୍ରମରେ ଚାଲିଥିଲା ଯୌନଶୋଷଣ, ସାଧୁ ବେଶରେ ବାବା କରୁଥିଲେ ପାପ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)