Advertisment

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୯  ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, […]

author-image
Rajalaxmi Sahoo
ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

corona 1

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ନୂଆ ୧୭୯  ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୭ଜଣ, ଅନୁଗୁଳରୁ ୬ଜଣ, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏ, ଜଗତସିଂହପୁରରୁ ୪ଜଣ, କଟକରୁ ୧୫ଜଣ, ବରଗଡ଼ ଓ ମାଲକାନଗିରିରୁ ୨ଜଣ ଲେଖାଏ, ଭଦ୍ରକରୁ ୫ଜଣ, ଯାଜପୁରରୁ ୩ଜଣ, ରାୟଗଡ଼ାରୁ ୫ଜଣ, କେନ୍ଦୁଝରରୁ ୧୮ଜଣ, ଗଞ୍ଜାମରୁ ୫୭ଜଣ, କେନ୍ଦ୍ରାପଡ଼ାରୁ ୫ଜଣ ଓ ମୟୂରଭଞ୍ଜରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍‌ ମୁକାବିଲା କରି ଫେରିଥିବା ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀର ଆଉ ୧୮ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

publive-image

publive-image

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ:ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍

Odisha News Coronavirus News Corona Breaking News News In Odia Corona Update In Odia Corona In Bhubaneswar Odisha Corona Update In Odia କରୋନା
Advertisment
Advertisment