Advertisment

WHO ମୁଖ୍ୟଙ୍କ ଚେତାବନୀ: କରୋନା ଶେଷ ମହାମାରୀ ନୁହେଁ....

ଜେନେଭା: କରୋନା ମହାମାରୀ କବ୍‌ଜାରେ ସାରା ବିଶ୍ୱ। ସାରା ବିଶ୍ୱରୁ  ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନା। କରୋନା ନିୟନ୍ତ୍ରଣ ପାଇଁ ଭାକ୍ସିନ ବାହାରିଥିଲେ ବି ତାହା କେତେ ପରିମାଣରେ ଏହାକୁ ରୋକିବାରେ ସଫଳ ହେବ ତାହା ଏ ପର୍ଯ୍ୟନ୍ତ ଅନୁମାନ କରି ହେଉନାହିଁ। ଏପରି ପରିସ୍ଥିତିରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମୁଖ୍ୟ ଟେଡ୍ରୋସ୍‌ ଅଧନୋମ ଘେବ୍ରେୟେସସ୍‌ କରୋନାକୁ ଏମିତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, […]

WHO ମୁଖ୍ୟଙ୍କ ଚେତାବନୀ: କରୋନା ଶେଷ ମହାମାରୀ ନୁହେଁ....

who

Advertisment

ଜେନେଭା: କରୋନା ମହାମାରୀ କବ୍‌ଜାରେ ସାରା ବିଶ୍ୱ। ସାରା ବିଶ୍ୱରୁ  ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନାକରୋନା ନିୟନ୍ତ୍ରଣ ପାଇଁ ଭାକ୍ସିନ ବାହାରିଥିଲେ ବି ତାହା କେତେ ପରିମାଣରେ ଏହାକୁ ରୋକିବାରେ ସଫଳ ହେବ ତାହା ଏ ପର୍ଯ୍ୟନ୍ତ ଅନୁମାନ କରି ହେଉନାହିଁ। ଏପରି ପରିସ୍ଥିତିରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମୁଖ୍ୟ ଟେଡ୍ରୋସ୍‌ ଅଧନୋମ ଘେବ୍ରେୟେସସ୍‌ କରୋନାକୁ ଏମିତି ଚେତାବନୀ ଦେଇଛନ୍ତି।

Advertisment

ସେ କହିଛନ୍ତି, କରୋନା ଭାଇରସ ସଙ୍କଟ ଅନ୍ତିମ ମହାମାରୀ ନୁହେଁ।  ପଶୁ କଲ୍ୟାଣ ଏବଂ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା ନକରି ମାନବ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚେଷ୍ଟା କରି ଆମେ ଭୁଲ୍‌ କରୁଛେ।  କରୋନା ପ୍ରଭାବକୁ ନେଇ ଟଙ୍କାର ଖର୍ଚ୍ଚ କରିବା ଭୟଙ୍କର ଅଦୂରଦର୍ଶୀତା ବୋଲି ସେ କହିବା ସହ ଏହାର ନିନ୍ଦା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏହି କଥା କହିଛନ୍ତି

ହୁର ମହାନିର୍ଦ୍ଦେଶକ କହିଛନ୍ତି, କୋଭିଡ ୧୯ ମହାମାରୀ ମଣିଷ ସମାଜକୁ ଏକ ଶିକ୍ଷା ଦେଇଛି। ସେ କହିଛନ୍ତି, ଦୀର୍ଘ ସମୟ ଧରି ମଣିଷ ଲମ୍ବା ସମୟ ଧରି ଭୟ ଏବଂ ଉପେକ୍ଷାର ଚକ୍ରରେ ଚାଲିଛି। ସେ କହିଛନ୍ତି, ଆମେ ଗୋଟିଏ ପ୍ରକୋପ ସହ ଲଢୁଛେ ଏବଂ ତାକୁ ଭଗେଇବା ପାଇଁ ଟଙ୍କା ଫିଙ୍ଗୁଛେ। । ହେଲେଏହା ଯେତେବେଳେ ଭଲ ହୋଇ ଯାଉଛି, ଆମେ ତାହାକୁ ସମ୍ପୂର୍ଣ୍ଣ ଭୁଲି ଯାଉଛେ। ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ପାଇଁ କିଛି ବି କରୁନେ। ଏହା ଭୟଙ୍କର ଭାବେ ଅଦୂରଦର୍ଶୀତା ଅଟେ। ଏହାକୁ ବୁଝିବା କଷ୍ଟକର ।

Advertisment
ଟେଡ୍ରୋସ କହିଛନ୍ତି, ଇତିହାସରୁ ଜଣାଯାଏ, କରୋନା ଶେଷ ମହାମାରୀ ନୁହେଁ। ମହାମାରୀ ମଣିଷ ଜୀବନରତଥ୍ୟ ଅଟେ। ଏହି ମହାମାରୀ ମଣିଷର ସ୍ୱାସ୍ଥ୍ୟ, ଜୀବଜନ୍ତୁ ଏବଂ ଗ୍ରହମାନଙ୍କ ମଧ୍ୟରେ ଏକ ଅନ୍ତରଙ୍ଗ ସମ୍ପର୍କ ବିଷୟରେ ଆମକୁ ଚେତାଇ ଦେଇଛି।

ସେ ଆହୁରି କହିଛନ୍ତି, ମଣିଷ ସ୍ୱାସ୍ଥ୍ୟ ଯେ ପର୍ଯ୍ୟନ୍ତ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରତି ଧ୍ୟାନ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ମଣିଷ ତା’ର ପ୍ରୟାସ ଜାରି ରଖିବ।  ଜଳବାୟୁ ପରିବର୍ତ୍ତନ ଏକ ବିପଦପୂର୍ଣ୍ଣ ବିପଦ। ଏହି ପରିବର୍ତ୍ତନ ଯୋଗୁ ଆମ ପୃଥିବୀ ବାସପୋଯୋଗୀ ରହିବାର ସମ୍ଭାବନା କ୍ରମଶଃ କମି କମି ଯାଉଛି।

ଆହୁରି ପଢନ୍ତୁ :

କରୋନାର ମାୟା ଜାଲରେ ଆକ୍ତାମାକ୍ତା ବିଶ୍ୱ; ଏମିତି ଥିଲା ୨୦୨୦ କରୋନା ବିଭୀଷିକା

ସୂଚନାଥାଉ କି, ଭାରତରେ ମଧ୍ୟ କରୋନା କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ୧,୪୭,୯୪୦ ଜଣ କରୋନାରେ ଆଖି ବୁଜି ସାରିଲେଣି। ଦେଶରେ ଏବେ କରୋନା ସଂକ୍ରମିତ ସଂଖ୍ୟା ୧,୦୨,୦୮,୭୨୫ ଥିବାବେଳେ  ୯୭,୮୨,୬୬୯  ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

କରୋନା ଭୟ କମି ନ ଥିଲେ ହେଁ ସଂକ୍ରମଣର ହାର ହ୍ରାସ ପାଇଛି। ଏ ନେଇ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଥିବାବେଳେ ଏବେ ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଚିନ୍ତା କାରଣ ହୋଇଛି । ଅବଶ୍ୟ କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଆଶ୍ୱାସନା ଦେଇଛନ୍ତି, କରୋନା ଏହାର ରୂପ ପରିବର୍ତ୍ତନ କରିଥିଲେ ହେଁ ଏହାର   ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ତଥାପି ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ନେଇ ସବୁଆଡେ ଆତଙ୍କ ଖେଳି ଯାଇଛି।

Advertisment
Covid Second Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ