Advertisment

ଅନଲକ୍-୩ରେ ଖୋଲିବ ସିନେମା ହଲ୍!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲକ୍-୨ ଚାଲିଛି। ଏହା ମଧ୍ୟରେ ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ଶେଷ ହେବାକୁ ଯାଉଛି। ଅନଲକ୍-୧ ଏବଂ ୨ରେ କିଛି କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତା ସହ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିପାରେ। କିଛି ଦିନ ତଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ ସିନେମା ହଲଗୁଡ଼ିକ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ […]

author-image
Ranjeet Kumar Jena
ଅନଲକ୍-୩ରେ ଖୋଲିବ ସିନେମା ହଲ୍!

cinema-hall

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲକ୍-୨ ଚାଲିଛି। ଏହା ମଧ୍ୟରେ ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ ୩୧ ତାରିଖରେ ଅନଲକ୍-୨ ଶେଷ ହେବାକୁ ଯାଉଛି। ଅନଲକ୍-୧ ଏବଂ ୨ରେ କିଛି କ୍ଷେତ୍ରରେ କୋହଳ କରାଯାଇଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତା ସହ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିପାରେ।

Advertisment

କିଛି ଦିନ ତଳେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ ସିନେମା ହଲଗୁଡ଼ିକ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ ଓ ସିନେମା ହଲ୍‌ ମାଲିକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯାହା ପରେ ସିନେମା ହଲ୍‌ ମାଲିକମାନେ ୫୦ ପ୍ରତିଶତ ଦର୍ଶକରେ ଥିଏଟର ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସିନେମା ହଲଗୁଡ଼ିକ ୨୫ ପ୍ରତିଶତ ସିଟ୍ ସହ ଖୋଲିବା ସହ ନିୟମକୁ କଡ଼ାକଡ଼ି ପାଳନ କରାଯାଉ ବୋଲି ମନ୍ତ୍ରାଳୟ ଚାହୁଁଥିଲା।

କେବଳ ଏତିକି ନୁହେଁ, ଅନଲକ୍-୩ରେ ସିନେମା ହଲ୍ ସହ ଜିମ୍ ବି ଖୋଲିବାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସ୍କୁଲ୍ ଓ ମେଟ୍ରୋ ଖୋଲିବା ଉପରେ କୌଣସି ବିଚାର ହୋଇନଥିବା ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟ ପାଇଁ ଅକଲକ୍-୩ରେ କିଛିଟା କୋହଳ କରାଯାଇପାରେ। ସେହିପରି ସପିଂ ବଲ୍ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ ରହିଛି।

Advertisment

କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ମାସରୁ ପୂରା ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା, ଯାହା ଜୁନ୍ ମାସ ପର୍ଯ୍ୟନ୍ତ ଚାଲିଥିଲା। ଜୁନ୍ ୩୦ ତାରିଖରେ ଅନଲକ୍-୧ ଆଧାରରେ କରୋନା ସଙ୍କଟ କାରଣରୁ ଲଗାଯାଇଥିବା ଲକଡାଉନରେ କିଛିଟା କୋହଳ କରାଯାଇଥିଲା। ଏହା ପରେ ଜୁଲାଇ ୧ରୁ ଅନଲକ୍-୨ ଆରମ୍ଭ ହୋଇଥିଲା, ଯାହା ଆସନ୍ତା ୩୧ରେ ଶେଷ ହେବ।

ସୂଚନାଯୋଗ୍ୟ, ଭାରତରେ ଏବେ ପ୍ରତିଦିନ ୫୦ହଜାର ନୂଆ ପଜିଟିଭ୍ ସାମ୍ନାକୁ ଆସୁଛନ୍ତି। ରବିବାର ସୁଦ୍ଧା ଦେଶରେ ୧୩ଲକ୍ଷ ୮୫ହଜାର ୫୨୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଦେଶରେ ୮,୮୫,୫୭୭ ଲୋକ ସୁସ୍ଥ ହୋଇଥିବା ବେଳେ ୪,୬୭,୮୮୨ ଜଣ ଆକ୍ଟିଭ୍ ଅଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୩୨,୦୬୩ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି।

Advertisment
Advertisment