Advertisment

ଗୋଟିଏ ଡୋଜରେ କରୋନା ଉଭାନ୍ ! ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଗୋଟିଏ ଡୋଜରେ କରୋନା ଉଭାନ୍ ! ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

Johnson & Johnson

ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ ତ୍ୱରାନ୍ୱିତ ହେବ ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ସଫଳତା ଦିଗରେ ଆଗେଇ ନେବ। ଏବେ ଆମ ପାଖରେ ଚାରୋଟି ଭ୍ୟାକ୍ସିନ ଉପଲବ୍ଧ ରହିଛି। ଯାହା ଦ୍ୱାରା ଆମେ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରିପାରିବୁ। ସରକାରଙ୍କ ବିଶ୍ୱାସ ରହିଛି ଯେ, ଏହି ସିଙ୍ଗିଲ ସଟ୍ ଟିକା ଦ୍ୱାରା ଆଗାମୀ ଦିନରେ ଟିକାକରଣକୁ ଏକ ବଡ଼ ଫାଇଦା ମିଳିବ। ଏମିତିକି ଟିକାକରଣରେ ଏକ ବଡ଼ ଫରକ ଦେଖାଯିବ। ଏହି ସଙ୍ଗିଲ ସଟ୍ ଟିକା କରୋନା ବିରୋଧରେ ବେଶ ପ୍ରଭାବଶାଳି ହେବ।

Advertisment

ଜନସନ୍ ଆଣ୍ଡ ଜନସନ୍ ଫାର୍ମା କମ୍ପାନୀକୁ ବ୍ରିଟେନ ସରକାର ଏହି ସଙ୍ଗିଲ୍ ସଟ୍ ଟିକାର ୨ କୋଟି ଡୋଜ ପ୍ରସ୍ତୁତ କରିବା ପାଇଁ ଅର୍ଡର ଦେଇଛନ୍ତି । ଆମେରିକାରେ ହୋଇଥିବା ପରୀକ୍ଷଣରେ ଜନସନ ଆଣ୍ଡ ଜନସନର ଏହି ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ ୭୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଥିଲା । ବ୍ରିଟେନ ଏପର୍ଯ୍ୟନ୍ତ ୬.୨ କୋଟି ଡୋଜ ଟିକାକରଣ କରିସାରିଛି । ଅଧିକାଂଶ ଡୋଜ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ମାଡର୍ନାର ଟିକାକୁ ମଧ୍ୟ ଅନୁମତି ଦିଆଯାଇଛି।

ପୁଣି ବୃଦ୍ଧି ପାଉଛି ନୂତନ ମାମଲା 

ଗତ କିଛି ମାସ ଧରି ବ୍ରିଟେନରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । B1.617.2 ଭ୍ୟାରିଏଣ୍ଟର ମାମଲା ବୃଦ୍ଧି ପାଉଥିବା ହେତୁ କିଛି ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯାଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଯାଇଛି । ବ୍ରିଟେନ ସରକାର ମଙ୍ଗଳବାର ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ସହ କରୋନାର B1.617.2 ଭ୍ୟାରିଏଣ୍ଟକୁ ମାତ୍ ଦେବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏହାପରେ ଏବେ ବୋରିସ୍ ଜନସନଙ୍କ ସରକାର ବିରୋଧରେ ଅନେକ ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି ।

Advertisment

କିଛି ଦିନ ପୂର୍ବରୁ ବ୍ରିଟେନ୍ ସରକାରଙ୍କ ଟିକା ଟାସ୍କଫୋର୍ସ ମୁଖ୍ୟ କ୍ଲିଭ ଡିକ୍ସ ଦାବି କରିଥିଲେ ଯେ, ଅଗଷ୍ଟ ମାସଠାରୁ ବ୍ରିଟେନରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିବ ନାହିଁ। ଡିକ୍ସ କହିଥିଲେ ଯେ ଜୁଲାଇ ଶେଷ ସୁଦ୍ଧା ବ୍ରିଟେନବାସୀ ଅନ୍ତତଃପକ୍ଷେ ଥରେ ଟିକା ନେଇସାରିଥିବେ। ସେ ଆହୁରି କହିଥିଲେ ଯେ, ‘ସେତେବେଳକୁ ଆମେ କରୋନାର ସମସ୍ତ ଭ୍ୟାରିଏଣ୍ଟରୁ ଲୋକଙ୍କୁ ସୁରକ୍ଷିତ କରିସାରିଥିବୁ’।

COVID-19 Vaccine Corona Johnson & Johnson
Advertisment
Advertisment