Advertisment

ଫାଇନାଲ୍ ଷ୍ଟେଜରେ ୩ଟି କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ପକ୍ଷରୁ ଆଶ୍ୱସ୍ତି କଲା ଭଳି ଖବର ମିଳିଛି। ସାରା ବିଶ୍ୱରେ ୩ଟି କରୋନା ଭ୍ୟାକସିନର ପରୀକ୍ଷଣ ଫାଇନାଲ୍ ଷ୍ଟେଜରେ ପହଞ୍ଚିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଫାଇନାଲ୍ ଷ୍ଟେଜରେ ସବୁ ପରୀକ୍ଷଣକୁ ସଫଳତା ମିଳେ, ତାହେଲେ ଖୁବଶୀଘ୍ର କରୋନାକୁ ହରାଇବା ପାଇଁ ବଜାରରେ ଭ୍ୟାକସିନ ଉପଲବ୍ଧ ହେବ। ସାରା […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଫାଇନାଲ୍ ଷ୍ଟେଜରେ ୩ଟି କରୋନା ଭ୍ୟାକସିନ୍

osd

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଦ୍ରୁତ ଗତିରେ ତା'ର କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ପକ୍ଷରୁ ଆଶ୍ୱସ୍ତି କଲା ଭଳି ଖବର ମିଳିଛି। ସାରା ବିଶ୍ୱରେ ୩ଟି କରୋନା ଭ୍ୟାକସିନର ପରୀକ୍ଷଣ ଫାଇନାଲ୍ ଷ୍ଟେଜରେ ପହଞ୍ଚିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଯଦି ଫାଇନାଲ୍ ଷ୍ଟେଜରେ ସବୁ ପରୀକ୍ଷଣକୁ ସଫଳତା ମିଳେ, ତାହେଲେ ଖୁବଶୀଘ୍ର କରୋନାକୁ ହରାଇବା ପାଇଁ ବଜାରରେ ଭ୍ୟାକସିନ ଉପଲବ୍ଧ ହେବ। ସାରା ବିଶ୍ୱରେ ଏବେ ୨୪ଟି ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ଚାଲିଛି। ସେଥିମଧ୍ୟରୁ ଆମେରିକା, ବ୍ରିଟେନ୍ ଓ ଚୀନରେ ପ୍ରସ୍ତୁତ ୩ଟି ଭ୍ୟାକସିନ୍ ଅନ୍ତିମ ପର୍ଯ୍ୟାୟରେ ରହିଛି।

ଭାରତରେ ଏବେ ଦୁଇଟି ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି। ସେଥିମଧ୍ୟରୁ ଗୋଟିଏ ଭ୍ୟାକସିନକୁ ୮ଟି ସ୍ଥାନରେ ୧୧୫୦ଜଣ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି। ଅନ୍ୟ ଭ୍ୟାକସିନଟି ୫ଟି ଜାଗାରେ ୧ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଉଛି। ତେଣୁ ଆଗାମୀ ଦିନରେ ଏଥିରୁ ନିଶ୍ଚୟ କିଛି ନା କିଛି ସୁଫଳ ମିଳିବା ନେଇ ଆଶା ରହିଛି।

Advertisment
Advertisment
Advertisment