Advertisment

ଏଣିକି ସାବାଡ଼ ହେବେ ଅମାନିଆ

ଭୁବନେଶ୍ୱର: କରୋନା ମହାମାରୀ ଚାରିଆଡ଼େ କାୟା ବିସ୍ତାର କରିଚାଲିଛି। କିନ୍ତୁ କିଛି ଅମାନିଆ ଏବେବି ଏହି ମହାମାରୀକୁ ନେଇ ସିରିୟସ୍ ନାହାନ୍ତି। ଏଭଳି ସ୍ଥିତିରେ ଦ୍ୱୈତନଗରୀରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ୍‌ ପରେ ଅମାନିଆଙ୍କୁ ସାବାଡ୍‌ ପାଇଁ DGP ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ୍‌ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌। ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ୍‌ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଏଣିକି ସାବାଡ଼ ହେବେ ଅମାନିଆ

abhay

ଭୁବନେଶ୍ୱର: କରୋନା ମହାମାରୀ ଚାରିଆଡ଼େ କାୟା ବିସ୍ତାର କରିଚାଲିଛି। କିନ୍ତୁ କିଛି ଅମାନିଆ ଏବେବି ଏହି ମହାମାରୀକୁ ନେଇ ସିରିୟସ୍ ନାହାନ୍ତି। ଏଭଳି ସ୍ଥିତିରେ ଦ୍ୱୈତନଗରୀରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ୍‌ ପରେ ଅମାନିଆଙ୍କୁ ସାବାଡ୍‌ ପାଇଁ DGP ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ୍‌ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌।

Advertisment

ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ୍‌ ପୋଲିସ ରହିବେ। କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ। ସେଥିପାଇଁ ଭୁବନେଶ୍ୱରକୁ ୩ଟି ଜୋନ୍‌ରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି। କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ପାଇଁ ପ୍ରତି ଜୋନ୍‌ରେ ଜଣେ DCP ନେତୃତ୍ୱ ନେବେ।

କଟକ-ଭୁବନେଶ୍ୱରରେ କରୋନା କାୟା ବିସ୍ତାର କରିଚାଲିଛି। ପ୍ରଶାସନର ସବୁ ଯୋଜନା ଫସର ଫାଟିଛି। ଅମାନିଆମାନେ କୋଭିଡ୍‌ ନିୟମକୁ ମାନୁ ନାହାନ୍ତି। ଯେଉଁଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ଦ୍ୱୈତନଗରୀରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

କରୋନା ସ୍ଥିତିକୁ ଦେଖିଲେ ଭୁବନେଶ୍ୱରରେ ଗତକାଲି ସୁଦ୍ଧା ୧୭୨୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୬୯୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୨୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସେହିପରି କଟକ ଟାଉନ୍‌ରେ ଗତକାଲି ସୁଦ୍ଧା ୮୪୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ୬୨୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୧୭୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment