/odishatv-khabar/media/post_attachments/uploadimage/library/16_9/16_9_0/police-7_1626696542.jpg)
police
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ସିଲମପୁର ଅଞ୍ଚଳରେ ଜଣେ ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରମବୀର। ସେ ଏସ୍ପିଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଦିଲ୍ଲୀ ପୋଲିସରେ ଏହା ହେଉଛି ପଞ୍ଚମ ମୃତ୍ୟୁ । ଏହାପୂର୍ବରୁ ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦୁଇ ଯବାନଙ୍କ ସମେତ ଦୁଇ ଜଣ ଏଏସଆଇଙ୍କର ମୃତ୍ୟୁ ଘଟିଥିଲା।
ପୋଲିସର ସୂଚନାନୁସାରେ, କରାମବୀର ପରିବାର ସହିତ ଗୋକୁଲପୁରୀର ବ୍ରିଜପୁରୀ ଅଞ୍ଚଳରେ ରହୁଥିଲେ। ତାଙ୍କର ନିଜ ଘର ୟୁପିର ବୁଲନ୍ଦଶାହରର ଖୁରଜା ଅଞ୍ଚଳରେ।
କରମବୀର(୫୯) କରୋନାରେ ଆକ୍ରାନ୍ତ ହେବାପରେ ଜୁନ୍୨ରେ ଦିଲ୍ଲୀର କ୍ୟାଟ୍ସସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତ ହୋଇଥିଲେ। ସେ ଗତ୫ଦିନ ଧରି ଭେଣ୍ଟିଲେଟରରେ ଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। କରମବୀର ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ। କରମବୀରଙ୍କ ଝିଅ ମଧ୍ୟ ଦୁଇ ଦିନ ଧରି ଜ୍ୱରରେ ପୀଡିତ ଅଛନ୍ତି।
ଏବେ ଦେଶରେ ଆକ୍ଚିଭ୍ କେସ୍ ୧ ଲକ୍ଷ ୩୩ ହଜାର ୬୩୨ ରହିଛି। ଦିଲ୍ଲୀ ଓ ତାମିଲନାଡୁରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟାରେ ୧ ହଜାର ୩୬୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୧ ହଜାର ୩୦୯ରେ ।
ସେହିପରି ଦିଲ୍ଲୀରେ ୨୪ ଘଣ୍ଟାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୦୫କୁ ବୃଦ୍ଧି ପାଇଛି। ତାମିଲନାଡୁରେ ୩୪ ହଜାର ୯୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୦୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ସୂଚନାଥାଉ କି, ଦେଶରେ ୨୪ ଘଣ୍ଟାରେ ଆସିଛି ୯ ହଜାର ୯୮୫ ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ଦେଶରେ ୨୭୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତକଙ୍କ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ଏଥିମଧ୍ୟରୁ ୧ ଲକ୍ଷ ୩୫ ହଜାର ୨୦୫ ଜଣ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)