Advertisment

ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା, ଜାଏଡସ୍ କାଡିଲା ପ୍ରସ୍ତୁତ କରୁଛି ଭ୍ୟାକସିନ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା, ଜାଏଡସ୍ କାଡିଲା ପ୍ରସ୍ତୁତ କରୁଛି ଭ୍ୟାକସିନ୍

Kids Vaccine

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଶିଶୁଙ୍କ ପାଇଁ ଆସିବ କରୋନା ଟିକା । ଭାରତରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଜାଏଡସ୍ କାଡିଲା ପ୍ରସ୍ତୁତ କରିବ ଭ୍ୟାକସିନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ସୂଚନା ଦିଆଯାଇଛି ।

Advertisment

ଜାଏଡସ୍ କାଡିଲା ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ଜାଏଡସ୍ କାଡିଲା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିପାରେ । ଦେଶରେ ୧୮ ବର୍ଷ ବୟସ୍କ ୯୩ରୁ ୯୪ କୋଟି ପାଖାପାଖି ପିଲା ରହିଛନ୍ତି । ଏମାନଙ୍କ ପାଇଁ ୧୮୬ କୋଟିରୁ ଅଧିକ ଡୋଜ୍ ଟିକା ଆବଶ୍ୟକ ଥିବା କେନ୍ଦ୍ର ସରକାର ସବୋର୍ଚ୍ଚ ଅଦାଲତଙ୍କୁ ଅବଗତ କରିଛନ୍ତି । ଦେଶରେ ଟିକାକରଣ ପ୍ରକ୍ରିୟା ଓ ଶିଶୁଙ୍କୁ ଟିକା ଦେବା ନେଇ ସରକାରଙ୍କ ଯୋଜନା ସମ୍ପର୍କରେ ତଥ୍ୟ ମାଗିଥିଲେ ସର୍ବୋଚ୍ଚ ଅଦାଲତ । ଏହାର ଜବାବରେ କେନ୍ଦ୍ର ସରକାର ୩୭୫ ପୃଷ୍ଠା ସମ୍ବଳିତ ତଥ୍ୟ ଅଦାଲତଙ୍କ ନିକଟରେ ଦାଖଲ କରିଛନ୍ତି ।

ସେପଟେ ଶିଶୁଙ୍କ ଟିକାକରଣରେ ଆଉ ପାଦେ ଆଗକୁ ବଢ଼ିଛି ଦେଶ । ଶିଶୁଙ୍କ ଲାଗି ଉଦ୍ଧିଷ୍ଟ କରୋନା ଟିକା କୋଭାଭାକ୍ସର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ ହୋଇଛି । ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ-SIIରେ ଏହି ଟିକା ଉତ୍ପାଦନ ଆରମ୍ଭ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ସିଇଓ ଅଦର ପୁନାଓ୍ୱାଲା । ଆସନ୍ତା ସେପ୍ଟେମ୍ବର ସୁଦ୍ଧା କୋଭାଭାକ୍ସ ଟିକା ଉପଲବ୍ଧ ହେବ । ବର୍ତ୍ତମାନ ଦେଶରେ ୨ ବର୍ଷରୁ ୧୮ ବର୍ଷ ବର୍ଗଙ୍କ ମଧ୍ୟରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଜାରି ରହିଛି । କୋଭାଭାକ୍ସ ଟିକା ୯୦ ଦଶମିକ ୪ ପ୍ରତିଶତ ଫଳପ୍ରଦ ବୋଲିି ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି । ଏହି ବର୍ଗର ଟିକାକରଣରେ ବର୍ତ୍ତମାନ ବିଶ୍ୱରେ ଆମେରିକାର ଫାଇଜର-ବାୟୋଟେକ୍ ଏବଂ ୟୁରୋପର ମର୍ଡନା ଆଗରେ ରହିଛନ୍ତି । କୋଭାଭାକ୍ସ ଟିକାର ବ୍ୟବହାର ନେଇ ସରକାରଙ୍କ ସ୍ୱୀକୃତି ମିଳିଲେ ଡିସେମ୍ବର ସୁଦ୍ଧା ପ୍ରତିମାସକୁ ୧୫ ଲକ୍ଷରୁ ଅଧିକ ଟିକା ଉତ୍ପାଦନ କରିବ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ।

Advertisment

ଅନ୍ୟପଟେ କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ କିଛି ଦିନ ପୂର୍ବରୁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୮ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ରେମ୍‌ଡେସିଭିର ବ୍ୟବହାରକୁ ପୁରା ବାରଣ କରାଯିବା ସହ ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡ୍ ବ୍ୟବହାର ଅନୁଚିତ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଏଥିସହ ଛୋଟ ପିଲାଙ୍କୁ ଏକ ୬ ମିନିଟିଆ ଓ୍ୱାକ୍ ଟେଷ୍ଟ୍ କରାଇବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ଦ୍ୱିତୀୟ ଲହର ସାମାନ୍ୟ ଶାନ୍ତ ନପଡ଼ୁଣୁ ସାରା ଦେଶ ଏବେ ପରବର୍ତ୍ତୀ ଲହରକୁ ନେଇ ଚିନ୍ତିତ ରହିଛି । ଏଥିରୁ ଶିଶୁଙ୍କୁ ସୁରକ୍ଷିତ ରଖିବାକୁ ଏବଂ ସଂକ୍ରମଣକୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରି ଚିକିତ୍ସା ଆରମ୍ଭ କରିବାକୁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋରଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ପିଲାଙ୍କ ପାଇଁ କେଉଁ କେଉଁ ଚିକିତ୍ସା ପଦ୍ଧତି ଓ ଔଷଧ ବାରଣ ରହିଛି, ସେନେଇ ମଧ୍ୟ ଦର୍ଶାଯାଇଛି । ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିରକୁ ବ୍ୟବହାର ନକରିବାକୁ ଏଥିରେ ପରାମର୍ଶ ଦିଆଯାଇଛି ।

ସେହିଭଳି କେବଳ ମଧ୍ୟମ ଗୁରୁତର ଓ ଅତି ସଂକଟାପନ୍ନ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଷ୍ଟିରଏଡକୁ ଅନୁମତି ଦିଆଯାଇଛି । ଏଥିସହ ଶିଶୁଙ୍କ HRCT ସ୍କାନ୍ ପାଇଁ ଡାକ୍ତର ମାନେ ଭାବିଚିନ୍ତି ପରାମର୍ଶ ଦେବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି ।

COVID-19 Corona
Advertisment
Advertisment