Advertisment

ଟିକାକରଣ ପରେ ହ୍ରାସ ପାଉଛି ସିଭିୟରଟି

ଭୁବନେଶ୍ୱର: ଟିକାକରଣ ହେବା ଦ୍ୱାରା ସିଭିୟରଟି ହ୍ରାସ ପାଉଛି । ଶରୀରରେ ଭଲ ଆଣ୍ଟିବଡି ସୃଷ୍ଟି ହେଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ସ୍ପଷ୍ଟ ହୋଇଛି । ଓଡିଶାରେ ବ୍ରେକଥ୍ରୁ ଇନଫେକ୍ସନ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଟିକାକରଣ ପରେ ହ୍ରାସ ପାଉଛି ସିଭିୟରଟି

vaccination

ଭୁବନେଶ୍ୱର: ଟିକାକରଣ ହେବା ଦ୍ୱାରା ସିଭିୟରଟି ହ୍ରାସ ପାଉଛି । ଶରୀରରେ ଭଲ ଆଣ୍ଟିବଡି ସୃଷ୍ଟି ହେଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ସ୍ପଷ୍ଟ ହୋଇଛି । ଓଡିଶାରେ ବ୍ରେକଥ୍ରୁ ଇନଫେକ୍ସନ ବା ଟିକା ନେବା ପରେ ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା ।

Advertisment

ଟିକା ନେବା ପରେ ପଜିଟିଭ ଆକ୍ରାନ୍ତ ହୋଇଥିବା ୨୭୪ ଜଣଙ୍କ ନମୁନା ନେଇ RMRC ଦ୍ୱାରା ରାଜ୍ୟରେ ଏହି ପରୀକ୍ଷଣ ହୋଇଥିଲା । ଏଥିରୁ ୮୩ ଦଶମିକ ୨ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ଲକ୍ଷଣ ଦେଖାଦେଇଥିଲା । ମାତ୍ର ୯ ଦଶମିକ ୯ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକ ହୋଇଥିବା ଜଣାପଡିଥିଲା । ଶରୀରରେ ଆଣ୍ଟି ବଡି ସୃଷ୍ଟି ହେଉଛି କି ନାହିଁ ଏବଂ ଏହା ଭାଇରସ ସହ ମୁକାବିଲା କରିପାରୁଛି କି ନାହିଁ, ସେନେଇ ଏହି ପରୀକ୍ଷଣ ହୋଇଥିଲା । ତେବେ କୌଣସି ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ ବୋଲି ଜଣାପଡିଛି ।

ଅନ୍ୟପଟେ ରାଜ୍ୟରେ ଆଜି ବି ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧,୫୫୨ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୬୧ରେ ପହଞ୍ଚିଛି ।

Advertisment

ଆଜି ହୋଇଥିବା ଚିହ୍ନଟ ୩,୬୫୦ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡ଼ରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, କଟକରୁ ୪୮୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୬୦୪, କୋରାପୁଟରୁ ୧୦୪, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୧୦, ପୁରୀରୁ ୧୮୭, ରାୟଗଡ଼ାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୦୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Odisha Corona
Advertisment
Advertisment