Advertisment

କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ। ଏକଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ଦେଶର କରୋନା ସ୍ଥିତିକୁ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷରୁ କରୋନା ସହ ସାରା ଦେଶ ଲଢୁଛି। କରୋନାର ଦ୍ୱିତୀୟ…

author-image
Chandan Shishu
କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା

RBI

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ। ଏକଥା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ଦେଶର କରୋନା ସ୍ଥିତିକୁ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷରୁ କରୋନା ସହ ସାରା ଦେଶ ଲଢୁଛି। କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ଆସ୍ତେ ଆସ୍ତେ ମୁକୁଳୁଛି। ପରିସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଜର ରଖିଛି ବୋଲି ସେ କହିଛନ୍ତି।

Advertisment

ଲୋକଙ୍କ ପାଇଁ ନୂଆ କୋଭିଡ୍ ଲୋନ୍ ବୁକ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି। କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା କରାଯାଇଛି। ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ। ବ୍ୟାଙ୍କ ଗୁଡ଼ିକୁ କୋଭିଡ୍ ଋଣ ଯୋଗାଇଦେବାକୁ RBI ପରାମର୍ଶ ଦେଇଛି। ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୩ ବର୍ଷିଆ ଋଣ ଯୋଗାଇବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ରିଭର୍ସ ରେପୋ ରେଟଠାରୁ ୪୦ ବେସିକ ପଏଣ୍ଟ ଅଧିକ ସୁଧରେ ଋଣ ମିଳିବ। ପାଥୋଲୋଜି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଋଣ ଯୋଗାଇ ଦିଆଯିବ ବୋଲି RBI ଗଭର୍ଣ୍ଣର କହିଛନ୍ତି।

୨୦୨୧-୨୨ରେ ଦେଶର ଅର୍ଥନୀତି ସ୍ଥିର ରହିବା ନେଇ ଆଶା କରାଯାଉଛି। ରାଜ୍ୟ ସରକାର ମାନଙ୍କ ଉପରେ ଓଭରଡ୍ରାଫ୍ଟକୁ କୋହଳ ଘୋଷଣା କରାଯାଇଛି। ଏହା କରୋନାର ଦ୍ୱିତୀୟ ଲହରକୁ ମୁକାବିଲାରେ ସହାୟକ ହେବ। ୨୦୨୧-୨୨ରେ ସ୍ବାଭାବିକ ବର୍ଷା ଯୋଗୁଁ ଉତ୍ପାଦନ ବୃଦ୍ଧି ହେବ। ଦେଶରେ ଦରଦାମ ନିୟନ୍ତ୍ରଣରେ ରହିବା ନେଇ RBI ଆଶାପ୍ରକାଶ କରିଛି।

Advertisment
Advertisment
Advertisment