/odishatv-khabar/media/post_attachments/uploadimage/library/16_9/16_9_0/Untitled-1-1_1625353427.jpg)
Untitled-1
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଛୁଇଁବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୦,୬୩୨ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଜ୍। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧,୧୩,୮୧୧ରେ ପହଞ୍ଚିଛି।
ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦୬୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୭୦,୬୨୬କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୭୩,୬୪୨ ଜଣ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ଏବେ ଦେଶରେ ସୁସ୍ଥ୍ୟ ସଂଖ୍ୟା ୩୧,୮୦,୮୬୫ରେ ପହଞ୍ଚିଛି। ଏହିପରି ଭାବେ ଦେଶରେ ସୁସ୍ଥ ହାର ୭୭.୩୨ ପ୍ରତିଶତ ହୋଇଛି। କୋଭିଡ୍-୧୯ ମୃତ୍ୟୁ ହାର ମଧ୍ୟ ୧.୭୧କୁ ହ୍ରାସ ପାଇଛି। ସେହିପରି ଦେଶରେ ଏବେବି ୮,୬୨,୩୨୦ ଜଣ ଚିକିତ୍ସାଧୀନ ଅଛନ୍ତି।
ଭାରତରେ ଅଗଷ୍ଟ ୭ ତାରିଖ ସୁଦ୍ଧା କୋଭିଡ୍ ମାମଲା ୨୦ ଲକ୍ଷ ଥିଲା। ଯାହା ଅଗଷ୍ଟ ୨୩ ସୁଦ୍ଧା ବୃଦ୍ଧି ପାଇ ୩୦ ଲକ୍ଷ ହୋଇଛି। ଏବେ ଏହା ୪୧ଲକ୍ଷ ଟପିଛି। ଶନିବାର ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରେ ଦେଶରେ ୧୦,୯୨,୬୫୪ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪,୮୮,୩୧,୧୪୫ ସାମ୍ପଲ୍ ଟେଷ୍ଟ ସରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)