Advertisment

ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା ଆଇଏନସି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ଦିଆଯାଇଛି। ତେବେ ଏହି ଭ୍ୟାକସିନ୍ ମଣିଷକୁ ଭାଇରସରୁ ବଞ୍ଚାଇପାରିବ କି ନାହିଁ, ତାକୁ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇନାହିଁ। ଯେଉଁ ଭଲ୍ୟୁଣ୍ଟିୟରଙ୍କୁ […]

author-image
Ranjeet Kumar Jena
ଏକାଥରକେ ୩୦ହଜାର ଲୋକଙ୍କୁ ଦିଆଗଲା କରୋନା ଭ୍ୟାକସିନ୍

vaccine

ୱାଶିଂଟନ୍: ଗୋଟିଏ ପରେ ସାରା ଦୁନିଆରେ କରୋନାଭାଇରସ୍ ବଢ଼ିଚାଲିଥିବା ବେଳେ ଆମେରିକାରେ ଏହାକୁ ନେଇ ଆଶ୍ବସ୍ତିକର ଖବର ମିଳିଛି। ଆମେରିକାରେ ଏକାସାଙ୍ଗରେ ୩୦ହଜାର ଲୋକଙ୍କ ଉପରେ କରୋନାଭାଇରସ୍ ଭ୍ୟାକସିନର ଟ୍ରାଏଲ୍ କରାଯାଇଛି, ଯାହା ଦୁନିଆର ସବୁଠାରୁ ବଡ଼ କୋଭିଡ୍-୧୯ ଭ୍ୟାକସିନ୍ ପରୀକ୍ଷଣ ବୋଲି କୁହାଯାଉଛି। ସମସ୍ତ ଭଲ୍ୟୁଣ୍ଟିୟରଙ୍କୁ ମଡର୍ନା ଆଇଏନସି ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ଦିଆଯାଇଛି। ତେବେ ଏହି ଭ୍ୟାକସିନ୍ ମଣିଷକୁ ଭାଇରସରୁ ବଞ୍ଚାଇପାରିବ କି ନାହିଁ, ତାକୁ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇନାହିଁ।

Advertisment

publive-imageଯେଉଁ ଭଲ୍ୟୁଣ୍ଟିୟରଙ୍କୁ ଏହି ଭ୍ୟାକିସନ୍ ଦିଆଯାଇଛି, ସେମାନଙ୍କୁ ଅସଲି ଭ୍ୟାକସିନ୍ ଦିଆଯାଇଛି କି ଏହାର ଡମି ଭର୍ସନ୍ ଦିଆଯାଇଛି, ତାହାର ସୂଚନା ଦିଆଯାଇନାହିଁ। ଦୁଇ ଡୋଜ୍ ଦେବା ପରେ ପରେ ସ୍ୱାସ୍ଥ୍ୟକୁ ମନିଟର୍ କରାଯିବ। ତା'ପରେ ଦୈନିକ୍ ରୁଟିନକୁ ଆସିବା ପରେ କେଉଁ ଗ୍ରୁପ ଅଧିକ ସଂକ୍ରମଣ ଅନୁଭୂତ କରୁଛି, ତାହା ଅବଜର୍ସ କରାଯିବ, ବିଶେଷକରି କେଉଁ ସ୍ଥାନରେ ଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଛି।

ଏ ନେଇ ମଡର୍ନା ପକ୍ଷରୁ କୁହାଯାଇଛି, ଦେଶରେ ଥିବା ୭ ଡଜନରୁ ଅଧିକ ପରୀକ୍ଷଣସ୍ଥଳୀରେ ପ୍ରଥମଥର ଜର୍ଜିଆର ସାବାନ୍ନାରେ କରୋନା ଭ୍ୟାକସିନର ପରୀକ୍ଷଣ କରାଯାଇଥିଲା। ସେଠାରେ ଏହାର ଭଲ ରେଜଲ୍ଟ ମିଳିବା ପରେ ହିଁ ଗବେଷକଙ୍କ ମନରେ ଭ୍ୟାକସିନକୁ ନେଇ ଆଶା ବଢ଼ିଥିଲା। ମଡର୍ନା ଏହି ଭ୍ୟାକସିନର ନାଁ mRNA-1273 ରଖିଛି।

Advertisment

publive-imageନ୍ୟୁୟର୍କର ଜଣେ ୩୬ ବର୍ଷୀୟା ନର୍ସ ମେଲିସା ହାର୍ଟିଙ୍ଗ ଭଲ୍ୟୁଣ୍ଟିୟର ଭାବେ ଏହି ରିସର୍ଚ୍ଚରେ ଭାଗ ନେଇଥିଲେ। ଇଞ୍ଜେକ୍ସନ୍ ଲାଗିବା ପୂର୍ବରୁ ସେ କହିଥିଲେ, ଏହି ଟ୍ରାଏଲକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଭାଇରସକୁ ମୂଳରୁ ହଟାଇବା ପାଇଁ ଫ୍ରଣ୍ଟଲାଇନ୍ ଚାକିରିରେ ପରିବାର ସଦସ୍ୟଙ୍କ ସହ କାମ କରିବା ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।

ଆମେରିକା ବ୍ୟତୀତ ଚୀନ୍ ଓ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ମଧ୍ୟ ଚଳିତ ମାସରେ ବ୍ରାଜିଲ୍ ସମେତ ମହାମାରୀର କଠିନ ସମୟ ଦେଇ ଗତି କରୁଥିବା ଦେଶରେ ଫାଇନାଲ୍ ଷ୍ଟେଜର ପରୀକ୍ଷା କରିଥିଲା। ତେବେ ଖୋଦ୍ ଆମେରିକାକୁ ଏହି ଭ୍ୟାକସିନର ଟେଷ୍ଟ କରିବାର ଅଧିକ ଆବଶ୍ୟକ ରହିଛି। ଏହି ପରୀକ୍ଷଣ ପାଇଁ ଆମେରିକା କୋଭିଡ୍-୧୯ ପ୍ରିଭେନସନ୍ ନେଟୱାର୍କ'କୁ ଫଣ୍ଡିଂ କରିବ, ଯାହାଦ୍ବାରା ପ୍ରତିମାସରେ ୩୦ହଜାର ଭଲ୍ୟୁଣ୍ଟିୟର୍ସଙ୍କ ଉପରେ ଟେଷ୍ଟ କରାଯାଇପାରିବ।

publive-imageଏହି ରିସର୍ଚ୍ଚରେ ନା କେବଳ ଭ୍ୟାକସିନର କ୍ଷମତାର ଆକଳନ କରାଯିବ, ବରଂ ଭ୍ୟାକସିନ୍ କେତେ ସୁରକ୍ଷିତ, ତାହା ମଧ୍ୟ ଦେଖାଯିବ। ଏହା ପରେ ବୈଜ୍ଞାନିକ ଭ୍ୟାକସିନର ସବୁ ଡୋଜର ପରୀକ୍ଷଣ କରିବା ପରେ କୌଣସି ନିଷ୍ପତ୍ତି ନେବେ। ଏବେ ଆସନ୍ତାମାସରେ ଅକ୍ସଫୋର୍ଡ ହ୍ୟୁମାନ୍ ଟ୍ରାଏଲର ପରବର୍ତ୍ତୀ ପର୍ଯ୍ୟାୟର ଟେଷ୍ଟିଂ କରିବ। ଯଦି ସବୁକିଛି ଠିକଠାକ୍ ରହିଲା, ତାହେଲେ ସେପ୍ଟେମ୍ବରେ 'ଜନସନ୍ ଆଣ୍ଡ ଜନସନ୍' ଏବଂ ଅକ୍ଟୋବରରେ 'ନୋଭାଭାକ୍ସ'ର ଷ୍ଟଡି ହେବ। ଫାଇଜର୍ ଆଇଏନସି ମଧ୍ୟ ୩୦ହଜାର ଭଲ୍ୟୁଣ୍ଟିୟର ଉପରେ ରିସର୍ଚ୍ଚ କରିବା ଉପରେ ବିଚାର କରୁଛି।

Advertisment
Advertisment