/odishatv-khabar/media/post_attachments/uploadimage/library/16_9/16_9_0/corona-2_1620821638.jpg)
corona
ନୂଆଦିଲ୍ଲୀ: ଭାରତରେ ଗତ ଏକ ସପ୍ତାହ ହେବ ପ୍ରତ୍ୟେକ ଦିନ ଚାରି ଲକ୍ଷରୁ କମ୍ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲ୍ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଭାରତର ଖରାପ ସମୟ ଚାଲିଗଲାଣି । ଏହି ଦୁଇଟି ସଂସ୍ଥା କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଅଂଶ ।
ଅନ୍ୟପଟେ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାମଲାରେ ଏକ ବଡ଼ ପାର୍ଥକ୍ୟ ଦେଖାଯାଇଛି । ଆସାମ, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ତ୍ରିପୁରା ଭଳି ରାଜ୍ୟରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ଶିଖର ଛୁଇଁପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ଦେଖାଯାଇଛି । ତେବେ ସଂକ୍ରାମଣ ରୋଗର ବିଶେଷଜ୍ଞ ଶାହିଦ ଜାମିଲ କହିଛନ୍ତି ଯେ, କରୋନାର ଏହି ଦ୍ୱିତୀୟ ଲହର ଶେଷ ହେବାକୁ ଆଉ କିଛି ମାସ ସମୟ ଲାଗିପାରେ । ଜୁଲାଇ ଶେଷ ସୁଦ୍ଧା ଦ୍ୱିତୀୟ ଲହରର ପ୍ରଭାବ କମିସାରିଥିବ ବୋଲି ଆଶା କରାଯାଉଛି ।
ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଦେଶର ୯ଟି ରାଜ୍ୟରେ ଏବେ ସଂକ୍ରମଣ ମାମଲା ହ୍ରାସ ପାଇଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ରହିଛି । କିନ୍ତୁ ସହିଦ ଜାମିଲ କହିଛନ୍ତି ଯେ, ଯଦିଓ ମାମଲା ବର୍ତ୍ତମାନ ହ୍ରାସ ପାଉଥିବା ଦେଖାଯାଉଛି, ତଥାପି ଦ୍ୱିତୀୟ ଲହର ଶେଷ ହେବା ପାଇଁ ଆହୁରି କିଛି ମାସ ଲାଗିବ ନିଶ୍ଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ପଛରେ ନୂତନ ଭ୍ୟାରିଆଣ୍ଟକୁ ମଧ୍ୟ ଦାୟୀ କରାଯାଇପାରେ । କିନ୍ତୁ ଏହା ଅଧିକ ମାରାତ୍ମକ ବୋଲି ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ସେ ଆହୁରି ମଧ୍ୟ ଆଶଙ୍କା କରିଛନ୍ତି ଯେ ଦେଶର ଦ୍ୱିତୀୟ ଲହରର ପ୍ରକୋପ ଏତେ ଶୀଘ୍ର ଥମିବ ନାହିଁ ।
ସହିଦ ଜାମିଲ ଆହୁରି କହିଛନ୍ତି ଯେ, କରୋନାର ପ୍ରଥମ ଲହରରେ ଦେଶରେ ରୋଗୀଙ୍କ ସଂଖ୍ୟା ଗୋଟିଏ ଦିନରେ ୯୬-୯୭ ହଜାର ରହିଥିଲା କିନ୍ତୁ ଦ୍ୱିତୀୟ ତରଙ୍ଗରେ ଦିନକୁ ପ୍ରାୟ ୪ ଲକ୍ଷ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ତେଣୁ ଏହା ହ୍ରାସ ପାଇବା ପାଇଁ କିଛି ସମୟ ଲାଗିପାରେ । ଅନ୍ୟପଟେ ଏବେ ବି ଅନେକ ରାଜ୍ୟ ଅଛନ୍ତି ଯେଉଁଠି ପ୍ରତ୍ୟେକ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)