Advertisment

ଭଲ ଖବର: ଦେଶରେ ବୃଦ୍ଧି ପାଉଛି କରୋନା ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରିବାରେ ଲାଗିଛି କରୋନା ପରିସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଚିକିତ୍ସାଧୀନ ସଂଖ୍ୟାଠୁ ୩.୪ ଗୁଣ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଏବେ ଯାଏ ଦେଶରେ ୨୪ ଲକ୍ଷରୁ ଅଧିକ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହାର ଏବେ ୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ମାତ୍ର ୨୨.୨ ପ୍ରତିଶତ ରହିଛନ୍ତି। ଏପରିକି […]

author-image
Ranjeet Kumar Jena
ଭଲ ଖବର: ଦେଶରେ ବୃଦ୍ଧି ପାଉଛି କରୋନା ସୁସ୍ଥ ହାର

corona

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରିବାରେ ଲାଗିଛି କରୋନା ପରିସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଚିକିତ୍ସାଧୀନ ସଂଖ୍ୟାଠୁ ୩.୪ ଗୁଣ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଏବେ ଯାଏ ଦେଶରେ ୨୪ ଲକ୍ଷରୁ ଅଧିକ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହାର ଏବେ ୭୫ ପ୍ରତିଶତକୁ ବୃଦ୍ଧି ପାଇଛି।

Advertisment

ଏବେ ଦେଶରେ ଆକ୍ଟିଭ୍ କେସ୍ ମାତ୍ର ୨୨.୨ ପ୍ରତିଶତ ରହିଛନ୍ତି। ଏପରିକି ଦେଶରେ କରୋନା ମୃତ୍ୟୁ ହାର ୧.୫୮ ପ୍ରତିଶତ ରହିଛି, ଯାହା ସାରା ବିଶ୍ୱରେ ସର୍ବନିମ୍ନ। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୨.୭% ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି।

ଅନ୍ୟପଟେ ଋଷିଆ ଭ୍ୟାକସିନ୍ ସ୍ପୁଟିନିକ୍-ଭି'କୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଭାରତ ଏନେଇ ଋଷ ସହ ଆଲୋଚନା କରିଛି। ଆଗାମୀ ଦିନରେ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି। ଭାରତରେ ଏବେ ତିନିଟି କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତିରେ ଲାଗିଛନ୍ତି।

Advertisment

ଦୁଇ କମ୍ପାନୀ କ୍ଲିନକାଲ୍ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଏବେ ସ୍କୁଲ ଖୋଲା ନଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂତନ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ସୂଚନା ଦିଆଯିବ।

Advertisment
Advertisment