/odishatv-khabar/media/post_attachments/uploadimage/library/16_9/16_9_0/corona1_1625356608.jpg)
corona1
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ମହାମାରୀ ଦିନକୁ ଦିନ ସାଙ୍ଘାତିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଦିନକରେ ରେକର୍ଡ ୮୬,୪୩୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ଲକ୍ଷ ଟପିଛି। ଫଳରେ ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୪୦,୨୩,୧୭୯ରେ ପହଞ୍ଚିଛି।
ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୦୮୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ତେବେ ବଡ଼ ଆଶ୍ୱସ୍ତିକର କଥା ହେଉଛି ଦେଶରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ସୁସ୍ଥ ସଂଖ୍ୟା ୩୧ଲକ୍ଷ ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ୩୧,୦୭,୨୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଉ ମାତ୍ର ୮,୪୬,୩୯୫ ଆକ୍ଟିଭ୍ ମାମଲା ରହିଛି। ଏଥିସହ କରୋନା ଭାଇରସ୍ ରିକଭରୀ ରେଟ୍ ୭୭.୨୩ ପ୍ରତିଶତରେ ପହଞ୍ଚିଛି। ଆକ୍ଟିଭ୍ ରେଟ୍ ୨୧.୦୩ ରହିଥିବା ବେଳେ ମୃତ୍ୟୁ ହାର ୨ ପ୍ରତିଶତ (୧.୭୨%) ତଳେ ରହିଛି।
ଗତ ୨୪ ଘଣ୍ଟାରେ ୭୦,୦୭୨ ଜଣ କରୋନା ନେଗେଟିଭ୍ ଘୋଷିତ ହୋଇଛନ୍ତି। ଆଇସିଏମଆର ରିପୋର୍ଟ ମୁତାବକ, ଶୁକ୍ରବାର ୧୦,୫୯,୩୪୬ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ସେପ୍ଟେମ୍ବର ୪ ତାରିଖ ସୁଦ୍ଧା ମୋଟ ୪,୭୭,୩୮,୪୯୧ ସାମ୍ପଲ୍ ଟେଷ୍ଟ ସରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)