Advertisment

କରୋନା ସଂକ୍ରମଣ ତାଲିକାରେ ୟୁକେକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଲା

କରୋନା ସଂକ୍ରମଣ ତାଲିକାରେ ୟୁକେକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଲା

loc

Advertisment

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ ଅସମ୍ଭାଳ ହେଉଛି କୋରନା ସ୍ଥିତି। ବିଶ୍ୱର କରୋନା ସଂକ୍ରମଣ ତାଲିକାରେ ଚତୁର୍ଥ ସ୍ଥାନକୁ ଉଠିଛି ଭାରତ। ୟୁକେକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି।  ତାଲିକାର ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍ ଏବଂ ତୃତୀୟ ସ୍ଥାନରେ ରହିଛି ରୁଷିଆ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ସର୍ବାଧିକ ୧୦,୯୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫କୁ ବୃଦ୍ଧି ହୋଇଛି। ଏହାସହ ୩୯୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୮ ହଜାର ୪୯୮ରେ ପହଞ୍ଚିଛି।

ଏବେ ଦେଶରେ ୧ ଲକ୍ଷ ୪୧ ହଜାର ୮୪୨ ଆକ୍ଟିଭ୍‌ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୪୭ ହଜାର ୧୯୫ ଆକ୍ରାନ୍ତ।

Advertisment

ଦେଶରେ ମହାରାଷ୍ଟ୍ରର ସ୍ଥିତି ସଙ୍ଗିନ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୯୭ ହଜାର ୬୪୮ ଆକ୍ରାନ୍ତ ହେବା ସହ ୩୫୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜରାଟରେ ୧୩୮୫, ଦିଲ୍ଲୀରେ ୧୦୮୫ ଏବଂ ପଶ୍ଚିମବଙ୍ଗରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗତ ମେ ୨୪ ତାରିଖରେ ଭାରତ ବିଶ୍ୱ ସଂକ୍ରମଣ ତାଲିକାର ଦଶମ ସ୍ଥାନରେ ଥିବା ବେଳେ ମାତ୍ର ୧୮ ଦିନରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଲକ୍‌ଡାଉନ୍ ପୂର୍ବରୁ ଭାରତରେ ୫ ଶହ ସଂକ୍ରମିତ ଚିହ୍ନଟ ହେବା ସହ ମାତ୍ର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Coronavirus India Fights Corona India Number 4
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ