Advertisment

ମୁଖ୍ୟମନ୍ତ୍ରୀଙ୍କ ୧୨ ସୁରକ୍ଷାକର୍ମୀଙ୍କୁ କରୋନା

ଶିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାରେ ମୁତୟନ ଥିବା ୧୨ଜଣ ସୁରକ୍ଷାକର୍ମୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶିମ୍‌ଲାର ମୁଖ୍ୟ ମେଡିକାଲ୍ ଅଫିସର୍ ଡାକ୍ତର ସୁରେଖା ଚୋପ୍ରା ଏହି ସୂଚନା ଦେଇଛନ୍ତି। Total 13 people, associated with the security of Himachal Pradesh CM Jai Ram Thakur have tested Positive for #COVID19. These 13 includes […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ୧୨ ସୁରକ୍ଷାକର୍ମୀଙ୍କୁ କରୋନା

himachal-pradesh

ଶିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାରେ ମୁତୟନ ଥିବା ୧୨ଜଣ ସୁରକ୍ଷାକର୍ମୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର୍ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶିମ୍‌ଲାର ମୁଖ୍ୟ ମେଡିକାଲ୍ ଅଫିସର୍ ଡାକ୍ତର ସୁରେଖା ଚୋପ୍ରା ଏହି ସୂଚନା ଦେଇଛନ୍ତି।

Advertisment

https://twitter.com/ANI/status/1295677774674436097?s=20

ଏହା ପୂର୍ବରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ତାଙ୍କ ପରିବାରର ୪ଜଣ ସଦସ୍ୟଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମହାସଚିବଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ପରିବାର ସହ ୬ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନ୍ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟିନ୍ କରାଯାଇଥିଲା।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାରୁ ଅଧିକ ଅତିକ୍ରମ କରିଛି। ତେବେ ରାଜ୍ୟରେ ୧୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨୫୦୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି।

Advertisment
Advertisment
Advertisment