/odishatv-khabar/media/post_attachments/uploadimage/library/16_9/16_9_0/vaccination-2_1620301838.jpg)
vaccination
ଭୁବନେଶ୍ୱର: ଟିକାକରଣ ସଂପର୍କରେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ରାଜ୍ୟରେ ୯୭% ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ୨ୟ ଡୋଜ୍ ଦିଆଗଲାଣି। ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୯୭%, ୨ୟ ଡୋଜ୍ ୮୫% ନେଲେଣି। ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଲେଣି। ସେଥିରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କ ୨ୟ ଡୋଜ୍ ଡିଉ ହେଲାଣି। ୨ୟ ଡୋଜ୍ ଆମେ ଏଯାଏ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦେଲୁଣି। ଏଯାଏ ପାଖାପାଖି ୧୭ ଲକ୍ଷ ଲୋକଙ୍କ ୨ୟ ଡୋଜ୍ ଡିଉ ହେଉଛି ବୋଲି ACS କହିଛନ୍ତି।
କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦିଆଯାଉଛି। କୋଭାକ୍ସିନ ଟିକା ୨ୟ ଡୋଜ୍ ଦେବାରେ ଏଯାଏ କିଛି ସମସ୍ୟା ନାହିଁ। ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ସରକାରୀ ହସ୍ପିଟାଲରୁ ୨ୟ ଡୋଜ୍ ନେବେ। ସରକାରୀ ହସ୍ପିଟାଲରୁ ମାଗଣାରେ ୨ୟ ଡୋଜ୍ ଟିକା ନେଇପାରିବେ ବୋଲି ACS କହିଛନ୍ତି। ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ୧ମ ଡୋଜ୍ ନେଇଥିଲେ, ୨ୟ ଡୋଜ୍ ମାଗଣାରେ ନେବେ। BMC ଛାଡ଼ି ୩୦ ଜିଲ୍ଲାରେ। କୋଭିସିଲଡ ଟିକା ଦିଆଯାଉଥିବାରୁ ସମସ୍ୟା ଉପୁଜିଛି। ଆମେ ତୁରନ୍ତ ୧୫ ଲକ୍ଷ ଡୋଜ୍ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ। ପଅରଦିନ ଲକ୍ଷେ ଦେଇଥିଲେ, ୧୫ ଭିତରେ ୬/୭ ଲକ୍ଷ ଡୋଜ୍ ଦେବା ଆଶା କରାଯାଉଛି।
ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍ ଏବେ ଦିଆଯିବନି। ଟିକା ଉତ୍ପାଦନ, ନିୟନ୍ତ୍ରଣ କେନ୍ଦ୍ର ହାତରେ। ସିଏ ଯାହା ଦେବେ ଆମେ ଦେବୁ ବୋଲି ସେ କହିଛନ୍ତି। ପ୍ରଥମ ଡୋଜ୍ ବାଲା ଅପେକ୍ଷା କରନ୍ତୁ, ଆମେ ସମସ୍ତଙ୍କୁ ଟିକା ଦେବୁ ACS କହିଛନ୍ତି। ୧୮ରୁ ୪୪ ବର୍ଗର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ କୋଭାକ୍ସିନ ଆସିଛି, ଦିଆଯାଉଛି। କୋଭିସିଲ୍ଡ ଆସିନି, ଆସିଲେ ଦିଆଯିବ ଟିକା ପାଇଁ ଅର୍ଡର ଦିଆଯାଇଛି, ଟିକା ପହଞ୍ଚିଲେ ସେମାନଙ୍କୁ ଦିଆଯିବ। Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)